ଆବଶ୍ୟକ ସାମଗ୍ରୀ- ଅଟା- ଏକ କପ୍, ଚିନି – ଏକ କପ୍, ରିଫାଇନ୍ ତେଲ କିମ୍ବା ବଟର- ୧/୪ କପ୍, ଦହି- ୩ ରୁ ୪ ଛୋଟ ଚାମଚ, ଗୁଜୁରାତି- ଗୁଣ୍ଡ (୪ରୁ ୫ଟି), ଅମୁଲ ବା ମିଲ୍କ ପାଉଡର- ୧/୪ କପ୍, କାଜୁ, ଆଲମଣ୍ଡ- ଅଳ୍ପ, ବେକିଂ ପାଉଡର ଓ ବେକିଂ ସୋଡା- ଅଳ୍ପ, କ୍ଷୀର- ୧ କପ୍।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କେକ୍ ଟିନ୍ ଆଣି ସେଥିରେ ସବୁଆଡେ ଭଲରେ ତେଲ ଲଗାଇ ଦିଅନ୍ତୁ। ଏହାପରେ ଏକ ବଡ଼ ପାତ୍ର ଆଣି ସେଥିରେ ରିିଫାଇନ୍ ତେଲ ପକାନ୍ତୁ, ପରେ ସେଥିରେ ଦହି ପକାନ୍ତୁ। ତା’ପରେ ଗୁଜୁରାତି ଗୁଣ୍ଡକୁ ପକାନ୍ତୁ। ଗୁଜୁରାତି ବଦଳରେ ବିଭିନ୍ନ ଏସେନ୍ସ ମଧ୍ୟ ପକାଇପାରିବେ। ଏହାପରେ ଚିନିକୁ ଗ୍ରାଇଣ୍ଡିଂ କରି ଏଥିରେ ମିଶାନ୍ତୁ। ଏବେ ସବୁକୁ ଭଲଭାବେ ଗୋଳାନ୍ତୁ। ଏବେ ସେଥିରେ ଏକ ଚଲାରେ ଅଟାକୁ ଚଲାଇ ଅଟା ପକାନ୍ତୁ। ଏହାପରେ ସେଥିରେ ଅମୁଲ ବା ମିଲ୍କ ପାଉଡର ପକାଇ ସେଥିରେ କ୍ଷୀର ଦେଇ ଭଲଭାବେ ଗୋଳାନ୍ତୁ। ଏବେ ସେଥିରେ ଏକ ଚାମଚ ବେକିଂ ପାଉଡର ଏବଂ ଅଧା ଚାମଚର ବେକିଂ ସୋଡା ପକାଇ ମିଶାନ୍ତୁ। ଏହାପରେ ସେଥିରେ କାଜୁ ଏବଂ ଆଲମଣ୍ଡକୁ ଛୋଟ ଛୋଟ ଖଣ୍ଡ କରି ଏଥିରେ ମିଶାନ୍ତୁ।
କଡେଇକୁ ଚୁଲିରେ କଭର ଦେଇ ୫ ମିନିଟ୍ ଗରମ କରନ୍ତୁ। କେକ୍ ଟିନ୍ରେ କେକ୍ ମିଶ୍ରଣକୁ ଢାଳି ତା’ ଉପରେ କିଛି ଆଲମଣ୍ଡ ସଜାଇ ଏହାକୁ ନେଇ କଡେଇ ଭିତରେ ରଖି ଘୋଡାଇ ଦିଅନ୍ତୁ। ଗ୍ୟାସର ଆଞ୍ଚକୁ ପୂରା କମ୍ କରି ଏହାକୁ ୪୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଏକ କାଠି ଭିତରକୁ ପୂରାଇ କେକ୍ ହୋଇଛି କି ନାହିଁ ଦେଖି ଓହ୍ଲାଇ ଦିଅନ୍ତୁ।
Posted inଜୀବନଚର୍ଯ୍ୟା View All

ଟମାଟୋ ଫେସ୍ପ୍ୟାକ୍
ଟମାଟୋ ସ୍କିନ୍ ପାଇଁ ବହୁତ ଉପକାରୀ। ଯେତେବେଳେ ଆପଣ ଭାବୁଛନ୍ତି କି ଆପଣଙ୍କ ତ୍ୱଚା ଟିକେ ସଫା ଦେଖାଯିବ ସେତେବେଳେ ଆପଣ ଟମାଟୋର ସାହାଯ୍ୟ ନେଇପାରିବେ।...

ପ୍ରତିଦିନ ଗାଧୋଉଛନ୍ତି କି? ଶରୀରକୁ ପହଞ୍ଚିପାରେ ଏମିତି କ୍ଷତି
ଯେଉଁମାନେ ପ୍ରତିଦିନ ଗାଧୋଇବାକୁ ଭଲ ପାଆନ୍ତି ନାହିଁ, ସେମାନଙ୍କ ପାଇଁ ଖୁସି ଖବର। ଶୀତ ଦିନେ ପ୍ରତିଦିନ ଗାଧୋଇବା ଦ୍ୱାରା ଅନେକ କ୍ଷତି ହୋଇଥାଏ। ଅବଶ୍ୟ...

ଦୂରରେ ରହିଲେ ବି ଏକାଠି
କେତେବେଳେ ଉଚ୍ଚଶିକ୍ଷା ତ କେବେ ପୁଣି କ୍ୟାରିୟର ଆଉ କେବେ ଭବିଷ୍ୟତର ସୁନେଲି ସ୍ବପ୍ନକୁ ସାକାର କରିବାର ଇଚ୍ଛା। ଏଥିପାଇଁ ଏବେ ପ୍ରାୟତଃ ଦେଖିବାକୁ ମିଳୁଛି...

କାଞ୍ଜିବରମ୍ ଇଡ୍ଲି
ଆବଶ୍ୟକ ସାମଗ୍ରୀ- ୩ କପ୍ ବିରି ଡାଲି, ୫ କପ୍ ଇଡ୍ଲି ଚାଉଳ, ଭୁର୍ସୁଙ୍ଗପତ୍ର, ହେଙ୍ଗୁ, ଜିରା, କଟା ଅଦା ଓ ଗୋଲମରିଚ ଗୁଣ୍ଡ ଆବଶ୍ୟକ...

ପିଲାଙ୍କୁ ବୁଦ୍ଧିଆ କରେ ଗପ
ଆଜିକାଲି ଅଧିକାଂଶ ପିଲା ମୋବାଇଲ୍, ଟାବଲେଟ୍, ଟିଭି, କମ୍ପ୍ୟୁଟର କିମ୍ବା ଲାପ୍ଟପ୍ରେ ଅଧିକ ସମୟ କଟାଉଛନ୍ତି। ଫଳରେ ପରିବାର ଭିତରେ ଥାଇ ସୁଦ୍ଧା ସେମାନେ ଏକାକୀ...

ଏହି ସ୍ବଭାବ ଥିଲେ ବଢ଼ିଥାଏ ଆୟୁ
ଓ୍ବାଶିଂଟନ୍: ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍ସିଟିର ଗବେଷକମାନେ ସର୍ବଦା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥା’ନ୍ତି। ସେହିପରି ଏକ ନୂଆ ଗବେଷଣା କରିଛନ୍ତି। ଲସ୍ ଏଞ୍ଜେଲ୍ସ...

ସ୍ମାର୍ଟ ଓ୍ବାଚ୍ ଫ୍ୟାଶନ୍ ସହ ଫିଟ୍ନେସ୍
ଦିନଥିଲା ହାତରେ ଘଣ୍ଟା ପିନ୍ଧାଯାଉଥିଲା ସମୟ ଦେଖିବା ପାଇଁ। ଧୀରେ ଧୀରେ ଡ୍ରେସ୍ ସହ ମ୍ୟାଚ୍ କରି କେବେ ଚେନ୍ ତ କେବେ ଲେଦର ପୁଣି...

ଫଳ ଖାଆନ୍ତୁ ଏମିତି
ପ୍ରତିଦିନ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ, କିନ୍ତୁ ଠିକ୍ ଢଙ୍ଗରେ ନ ଖାଇଲେ ହୁଏତ ଫାଇଦା ମିଳି ନ ପାରେ। ତେଣୁ ନିୟମ...