ଅଜଣା ରୋଗରେ ୫୦ରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ

ଖୁଣ୍ଟା,୧୯ା୮(ଡି.ଏନ୍‌.ଏ.)- ଅଜଣା ରୋଗରେ ଗୋରୁଗାଈ ଆକ୍ରାନ୍ତ ହେଉଥିବାରୁ ଖୁଣ୍ଟା ଅଞ୍ଚଳର ଗୋପାଳକମାନେ ଚିନ୍ତାରେ ପଡିଛନ୍ତି। ଚାଷୀମାନଙ୍କ କହିବା ଅନୁଯାୟୀ ଗୋରୁଗାଈଙ୍କ ଦେହରେ ଫୋଟକା ଭଳି ଫୁଲି ଯାଉଥିବା ବେଳେ ପରବର୍ତ୍ତୀ ସମୟରେ ସେଗୁଡିକ ଫାଟି ଘା’ ସୃଷ୍ଟି ହେଉଛି । ପ୍ରଥମେ ଆଗ ଗୋଡ଼ ଦୁଇଟିର ଗଣ୍ଠି ସ୍ଥାନ ଫୁଲି ଯାଉଛି। ଏଭଳି ରୋଗକୁ ସାଧାରଣ ଭାବେ ଚାଷୀମାନେ ବସନ୍ତ ରୋଗ ବୋଲି କହୁଥିବା ବେଳେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଏହାକୁ ଏକ ପ୍ରକାର ଭୁତାଣୁ ଜନିତ ଚର୍ମ ରୋଗ ବୋଲି ଚିହ୍ନଟ କରିଛନ୍ତି ଏବଂ ଏହା ଆରୋଗ୍ୟ ଯୋଗ୍ୟ ବୋଲି ଚାଷୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ୩ ଦିନରୁ ୫ ଦିନ ପର୍ଯ୍ୟନ୍ତ ଚିକିତ୍ସା କରାଗଲେ ଉକ୍ତ ରୋଗ ଭଲ ହୋଇଯାଉଛି ବୋଲି କହିଛନ୍ତି । ଆକ୍ରାନ୍ତ ଗୋରୁଗାଈଙ୍କ ରକ୍ତ ଓ ଆକ୍ରାନ୍ତ ସ୍ଥାନ ଚର୍ମର ନମୁନା ଜିଲା ପରୀକ୍ଷାଗାରକୁ ପଠାଯାଇଛି। ରିପୋର୍ଟ ଆସିଲେ ରୋଗ ବିଷୟରେ ଅଧିକ ସୂଚନା ମିଳିବ ବୋଲି କହିଛନ୍ତି। ଚିକିତ୍ସା କେନ୍ଦ୍ରରେ ଗୋରୁଗାଈଗୁଡିକୁ ଚିକତ୍ସା କରାଯାଉଥିବା ବେଳେ ଭ୍ରାମ୍ୟମାଣ ବ୍ୟବସ୍ଥାରେ ଖବର ଆସୁଥିବା ଗ୍ରାମକୁ ଯାଇ ଚିକିତ୍ସା କରାଯାଉଛି ବୋଲି କହିଛନ୍ତି। ତେବେ ଏହି ରୋଗରେ କୋଣସି ଗୋରୁଗାଈ ମରି ନାହାନ୍ତି ବୋଲି ଚିକତ୍ସା ଅଧିକାରୀ ସୁଧାଂଶୁ ଶେଖର ମଣ୍ଡଳ ଓ ଅତିରିକ୍ତ ଚିକିତ୍ସା ଅଧିକାରୀ ଅର୍ଚ୍ଚନା ଷଡ଼ଙ୍ଗୀ କହିଛନ୍ତି। ବିଭାଗର ସୂଚନା ଅନୁଯାୟୀ, ଉକ୍ତ ଚିକିତ୍ସା କେନ୍ଦ୍ରର ସେବା ପରିସର ଅଧୀନରେ ଥିବା ଖୁଣ୍ଟା ବ୍ଲକର କଟରାଶୋଳ,ଗଡିଗାଁ , ଧରମପୁର, ନୂଆସହି, ଧାନଘେରା, ଖୁଦପୁଟୁଲି ,ବିସିପୁର, ଚୂନଡିହା, ଅଙ୍ଗାର କୁଣ୍ଡିଆ , ଛତରମା , ବାହାନଡା ଓ ପଡୋଶୀ ଗୋପବନ୍ଧୁ ନଗର ବ୍ଲକର ବଡ଼ଖୁଣ୍ଟା ଓ ଟାଙ୍ଗଣା ଆଦି ମୋଟ ୧୩ଟି ଗ୍ରାମରେ ୬୮ ଗୋଟି ଗୋରୁଗାଈ ଆକ୍ରାନ୍ତ ହୋଇଥିବା ବେଳେ ସେଗୁଡିକୁ ଚିକିତ୍ସା କେନ୍ଦ୍ର ବ୍ୟତୀତ ଏହା ଅଧୀନରେ ଥିବା ୫ ଗୋଟି ଉପକେନ୍ଦ୍ର ମାଧ୍ୟମରେ ଚିକିତ୍ସା ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri