ଅଜଣା ରୋଗରେ ପୀଡ଼ିତ ସଞ୍ଜୀବ: ଭଗବାନ ଭରସାରେ ଗରିବ୍‌ ମା’ବାପ୍‌

ଜାମଟିକ୍ରା, ୧୮।୧୨ (ଡି.ଏନ୍‌.ଏ.)-ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି ଗଁାର ନିରଞ୍ଜନ ପାଣ୍ଡେ ଆର ଚନ୍ଦ୍ରକାନ୍ତିକଁର ବଡ଼ ପୁଓ ସଞ୍ଜୀବ ପାଣ୍ଡେ(୨୧)। ସେ ଅନେକ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଗରିବ୍‌ ମା’ବାପ୍‌ ଯାହା ପାରଲେ ଚିକିଛା କରି ସରବ୍‌ସୁଅଁାତ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ମା’ବାପ୍‌ ପୁଓର ଉଚ ଚିକିଛା କରେଇ ନାଇଁପାରି କରି ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ସଞ୍ଜୀବ ୮ମ ଶ୍ରେଣୀରେ ପଢ଼ଲାବେଲେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ୍‌ଲେ। ରୋଗ୍‌ ପରଭାବରେ ସେ ଚାଲବୁଲ କରି ନାଇଁପାରଲେ। ମା’ବାପ୍‌ ତାହାକୁ ପହେଲା ଅତାବିରା ଆର ପଛେ ବୁର୍ଲା ବଡ଼ ଡାକ୍‌ତରଖାନାକେ ନେଇ ଚିକିଛା କରାଲେ। ହେଲେ କିଛି ଲାଭ୍‌ ନାଇଁ ହେଲା। ଦିନୁ ଦିନ୍‌କେ ରୋଗ୍‌ ବଢ଼ତେଲ ଗଲା। ଏନ୍‌ତାଥି ସଞ୍ଜୀବ ଆଏଜ୍‌କେ ୩ ବଛର ହେଲା ମୂଲୁ ଚାଲବୁଲ କରି ନାଇଁପାରବାର, ଖଟେ ପଡ଼ି ରହିଛନ୍‌। କଥାବାରତା ବି କରି ନାଇଁପାରବାର। ଖଟେ ଗଧାମଖା, ଖିଆପିଆ, ଝାଡ଼ାଝପଟ କରୁଛନ୍‌। ମା’ ଚନ୍ଦ୍ରକାନ୍ତି ପୁଓର ସବୁ ସେବାଯତନ କରୁଛନ୍‌। ଇଆଡ଼େ ସଞ୍ଜୀବର ବାପା ନିରଞ୍ଜନ ସଖାଲ ପାଏଲେ ଦୁଖ୍‌ସୁଖ କଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତା ଅଭାବିଆ ପରିସ୍ଥିତିରେ ଗରିବ୍‌ ମା’ବାପ୍‌ ପୁଓର ଉଚ ଚିକିଛା କରେଇ ନାଇଁ ପାରିକରି ଦୁଖେ ଭାଂଗି ପଡ଼ିଛନ୍‌। ସରକାରୀ ସାହାଯ୍‌ ହିସାବେ ସଞ୍ଜୀବକେ ମାସିକ ୫ କେ.ଜି. ଚାଉଲ ଆର ଭତା ଟଁକା ମିଲୁଛେ। ହେଲେ ଆଏଜ୍‌ତକ ସଞ୍ଜୀବକେ ତିନ୍‌ଚକିଆ ସାଇକେଲ କି ଆବାସ ଯୋଜନାରେ ତାକର ପରିବାରକେ ଘରଖଁଡ଼େ ନାଇଁ ମିଲିପାରି। ଇଆଡ଼େ ସଞ୍ଜୀବର ବାପା ଗଲା ବଛର ଗୁଟେ ଦେଉଲରେ ରଂଗ ଦେଲାବେଲେ ହିଟିପଡଲାରୁ ଗୋଡ଼ ଭାଂଗି ଯାଇଥିଲା। ତାକର ବି ଅପରେଶନ କରି ଗୁଡ଼େ ଲୁହାରଡ୍‌ ଲଗାହେଇଛେ। ହେଲେ ଟଁକା ପଏସା ଅଭାବୁ ସେ ବି ଗୁଡେ ଲାଗିଥିବାର ଲୁହାରଡ୍‌ ଖୁଲେଇ ନାଇଁପାରବାର। ଏନ୍‌ତାଥି ଗରିବ୍‌ ଦମ୍ପତି ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ଆର ଜିଲା ପରଶାସନକେ ବାପ୍‌ପୁଓର ଚିକିଛା ସାହାଯ୍‌ ସଂଗେ ପରିବାରକେ ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri