ଅଜଣା ରୋଗରେ ଚାଲିଗଲା ଦୃଷ୍ଟି, ଶ୍ରବଣଶକ୍ତି: ପ୍ରିୟବ୍ରତଙ୍କୁ ମିଳିଲା ସହାୟତା

ଢେଙ୍କାନାଳ ଅଫିସ, ୨୯।୮: ଦୁଃଖ ଆସେ ସାଙ୍ଗସାଥୀକୁ ନେଇ। ଏହାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି ଢେଙ୍କାନାଳର ପ୍ରିୟବ୍ରତ ସାମଲ (୨୪)। ସହରର ଏକ ଆପାର୍ଟମେଣ୍ଟରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିବା ପ୍ରିୟବ୍ରତ ସୁଠାମ ଶରୀରର ଅଧିକାରୀ। ହେଲେ ଦେଢ଼ମାସ ହେଲା ସବୁକିଛି ଯେମିତି ଓଲଟପାଲଟ ହୋଇଯାଇଛି। କୌଣସି ଏକ ଅଜଣା ରୋଗରେ ଉଭୟ ଶ୍ରବଣ ଏବଂ ଦୃଷ୍ଟିଶକ୍ତି ହରାଇଛନ୍ତି ସେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହୋଇଯିବା ପରେ ତାଙ୍କ ଆରୋଗ୍ୟ ନେଇ ସନ୍ଦିହାନ ହୋଇପଡ଼ିଥିଲେ ବାପା। ଏପରି ଦୁର୍ଦ୍ଦିନ ସମୟରେ ପରିବାର ସଦସ୍ୟ ସବୁ ଆଶା ଛାଡ଼ି ଦେଇଥିବାବେଳେ ପ୍ରିୟବ୍ରତଙ୍କ ପାଖରେ ସାହାରା ହୋଇ ଛିଡ଼ା ହୋଇଛନ୍ତି ସାଙ୍ଗସାଥୀ। ତାଙ୍କୁ ଚିକିତ୍ସା କରାଇ ଭଲ କରିବାକୁ ସେମାନେ ଅଣ୍ଟା ଭିଡ଼ିଛନ୍ତି। ଏହାପରେ ପ୍ରିୟବ୍ରତଙ୍କ ଓଠରେ ଉକୁଟିଛି ଚେନାଏ ହସ।
ଢେଙ୍କାନାଳ ସହର ଚାନ୍ଦମାରି ଅଞ୍ଚଳରେ ରୁହନ୍ତି ପ୍ରିୟବ୍ରତଙ୍କ ପରିବାର। ବାପା ଗଗନ ସାମଲ ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଛନ୍ତି। ମା’ ମାନସିକ ରୋଗୀ। ପ୍ରିୟବ୍ରତଙ୍କ ରୋଜଗାର ଟଙ୍କାରେ ପରିବାର ଚଳେ। ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ପ୍ରିୟବ୍ରତ ସବୁଦିନ ଜିମ୍‌ ଯାଇ ଶରୀରକୁ ଫିଟ୍‌ ରଖୁଥିଲେ। ଦେଢ଼ମାସ ତଳେ ତାଙ୍କୁ ହଠାତ୍‌ କୌଣସି ଅଜଣା ରୋଗ ମାଡ଼ିବସିଲା। ଫଳରେ ସେ ଦୃଷ୍ଟିଶକ୍ତି ଏବଂ ଶ୍ରବଣଶକ୍ତି ହରାଇ ବସିଛନ୍ତି। ଏହାପରଠୁ ସେ ଘରେ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି। ଦୀର୍ଘଦିନ ଧରି ଜିମ୍‌କୁ ନ ଆସିବାରୁ ତାଙ୍କର ସାଙ୍ଗସାଥୀ ଚିନ୍ତାଗ୍ରସ୍ତ ହୋଇପଡ଼ିଲେ। ଖବର ନେବାରୁ ସବୁକଥା ଜଣାପଡ଼ିଲା। ଅସହାୟ ବ୍ୟକ୍ତିଙ୍କୁ ସହାୟତା କରିବାକୁ ସାଙ୍ଗସାଥୀମାନେ ‘ହେଲ୍ପିଂ ହ୍ୟାଣ୍ଡ’ ସଂସ୍ଥା ଗଠନ କରିଥିବାବେଳେ ଏହା ହିଁ କାମରେ ଆସିଥିଲା। ସେମାନେ ପ୍ରିୟବ୍ରତଙ୍କୁ କଟକ ବଡ଼ ମେଡ଼ିକାଲ ନେଇଯାଇଥିଲେ। ପରୀକ୍ଷା ନିରୀକ୍ଷା ପରେ ସେଠାକାର ଡାକ୍ତର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ହେଲେ ଏଥିରେ ଅର୍ଥ ସାଜିଲା ପ୍ରତିବନ୍ଧକ। ଏହି ସମୟରେ ସହରବାସୀଙ୍କ ସାହାଯ୍ୟ ଲୋଡ଼ାଯାଇଥିଲା। ପ୍ରିୟବ୍ରତଙ୍କ ଏପରି ଅସମୟରେ ବିଭିନ୍ନ ଆଡ଼ୁ ସହାୟତା ମିଳିଛି। ବୁଧବାର ପ୍ରିୟବ୍ରତ ନିଜ ମାମୁଙ୍କ ସହ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି। ଅଧିକ ଚିକିତ୍ସା ଲାଗି ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲାପାଳ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ବିଧାୟକ ସୁଧୀର କୁମାର ସାମଲ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି। ‘ହେଲ୍ପିଂ ହ୍ୟାଣ୍ଡ’ ସଦସ୍ୟ ଷ୍ଟାଲିନ ମହାନ୍ତି, ଭବସାଗର ମହାପାତ୍ର ପ୍ରମୁଖ ପ୍ରିୟବ୍ରତଙ୍କ ଚିକିତ୍ସା ଲାଗି ସହାୟତା ସଂଗ୍ରହ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri