ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ଛତ୍ରପୁର,୨୯ା୨(ଡି.ଏନ.ଏ) – ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍‌ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। ବୟସ ପାଖରେ ହାର ନମାନି ସେ ଏହି ମହତ୍‌ କାମ ପାଇଁ ପୂରା ଭାରତ ଯାତ୍ରା କରିବାକୁ ଲକ୍ଷ ରଖିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାପାଳ ମଧ୍ୟ ତାଙ୍କ ମହତ୍‌ କାମକୁ ପ୍ରଂଶସା କରିବା ସହ ପରିଣତ ବୟସରେ ଏପରି ଭାରତ ସାରା ବୁଲିବା ସହଜ ନୁହେଁ ବୋଲି କହିଥିଲେ। ଏନେଇ ତାଙ୍କୁ ଜିଲାପାଳ ଧନ୍ୟବାଦ ଜଣାଇଥିଲେ। ଗଞ୍ଜାମ ଜିଲାରେ ମଧ୍ୟ ଭଞ୍ଜନଗର ଓ ଦିଗପହଣ୍ଡି ଅଞ୍ଚଳର ୨ ଜଣ ଏପରି ଅଙ୍ଗଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିପାଇଁ ସୁରଜ୍‌ ଆୱାର୍ଡ ଆରମ୍ଭ କରିଛନ୍ତି। ଯିଏ ଅଙ୍ଗଦାନ କରିବ ତାଙ୍କୁ ଏହି ଆୱାର୍ଡ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ଶୁକ୍ରବାର ସକାଳେ ପ୍ରମୋଦ ବ୍ରହ୍ମପୁର ସହରରେ ପହଞ୍ଚତ୍ ବୁଲି ବୁଲି ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ ସହ ଅନୁରୋଧ କରିଥିଲେ। ଜଣେ ଜୀବିତ ଅବସ୍ଥାରେ ନିଜର କିଡ୍‌ନୀ, ଲିଭର୍‌ ଆଦି ବିଭିନ୍ନ ଅଙ୍ଗ ଦାନ କରି ୮ ଜଣଙ୍କ ଜୀବନ ବଞ୍ଚାଇପାରିବେ। ଯାହାର ବ୍ରେନ୍‌ ଡେଡ୍‌ ହୋଇଯାଏ ସେ ମଧ୍ୟ ଆଖି, ହାର୍ଟ ଦାନ କରି ଲୋକଙ୍କୁ ବଞ୍ଚାଇପାରିବେ ବୋଲି ମହାଜନ କହିଛନ୍ତି। ଏପରିକି ଜଣଙ୍କ ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଆଖି ଓ ମୃତଦେହ ଦାନ କରିପାରିବେ। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଭାରତ ସାରା ବୁଲୁଛି ବୋଲି ପ୍ରମୋଦ କହିଛନ୍ତି।
ଗାଁର ଜଣେ ସାମରିକ କର୍ମଚାରୀଙ୍କ ୨ଟି କିଡ୍‌ନୀ ଖରାପ ହୋଇଯାଇଥିବାରୁ ପ୍ରମୋଦ ଗୋଟିଏ କିଡ୍‌ନୀ ୨୮ ଅକ୍ଟୋବର ୨୦୦୦ରେ ତାଙ୍କୁ ଦାନ ମଧ୍ୟ କରିସାରିଛନ୍ତି। ଏବେ ତାଙ୍କର ଗୋଟିଏ କିଡ୍‌ନୀ ଅଛି। ଏଥିସହ ଗତ ୨୦୧୮-୧୯ରେ ମଧ୍ୟ ୧୯ ରାଜ୍ୟ ବୁଲି ୧୦୦ ଦିନରେ ୧୨ ହଜାର ୫ଶହ କିମି ଅତିକ୍ରମ କରି ଏପରି ସେ ସଚେତନ କରିଛନ୍ତି। ଏଥିପାଇଁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ତାଙ୍କର ନଁା ରହିଛି। ତାଙ୍କ ଘର ମହାରାଷ୍ଟ୍ର ରାଜ୍ୟ ସାଙ୍ଗଲି ଜିଲା ଧବାଲି ଗାଁରେ। ବୃତ୍ତିରେ ସେ ଜଣେ ଚାଷୀ। ତାଙ୍କର ୨ ପୁଅ ଓ ୨ ଝିଅ ଅଛନ୍ତି। ଜାନୁୟାରୀ ୧୮ରେ ସେ ବାଇକ୍‌ରେ ଏହି ଯାତ୍ରା ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ର, ଗୋଆ, କର୍ନାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ପରିକ୍ରମା ପରେ ଓଡିଶାର ଗଞ୍ଜାମ ଜିଲାରେ ପହଞ୍ଚତ୍ଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାପରେ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆସାମ, ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟ ବୁଲି ଘରକୁ ଫେରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri