Posted inଜାତୀୟ

ଅଗଷ୍ଟ ୩୧ ପୂର୍ବରୁ ବିଚାର ଶେଷ ନିର୍ଦ୍ଦେଶ

ନୂଆଦିଲ୍ଲୀ,୯ା୫(ପି.ଟି.): ବାବ୍ରୀ ମସ୍‌ଜିଦ ଭଙ୍ଗା ମାମଲାରେ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ବିଚାର ଅଗଷ୍ଟ ୩୧ ସୁଦ୍ଧା ଶେଷ କରି ରାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୯ ମାସ ମଧ୍ୟରେ ଅର୍ଥାତ୍‌ ଏପ୍ରିଲ ଶେଷ ସୁଦ୍ଧା ରାୟ ପ୍ରଦାନ ଲାଗି ଗତବର୍ଷ ଜୁଲାଇରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କରୋନା ସଂକ୍ରମଣ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ରହିଥିବାରୁ ଏହି ସମୟସୀମା ବୃଦ୍ଧି ଲାଗି ସିବିଆଇ ବିଚାରପତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଅଗଷ୍ଟ ୩୧ ପରେ ସମୟସୀମା ଆଉ ବଢ଼ାଯାଇପାରିବ ନାହିଁ। ତେଣୁ ଭିଡିଓ କନ୍‌ଫରେନ୍ସ ସୁବିଧାର ଉପଯୋଗ କରିବାକୁ ସର୍ବୋଚ୍ଚ ଅଦାଲତ ସିବିଆଇ କୋର୍ଟକୁ କହିଛନ୍ତି।
ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଭାଜପା ଏମ୍‌ପି ବିନୟ କଟିଆର ଓ ସାଧ୍ୱୀ ଋତମ୍ଭରା। ଅନ୍ୟ ୩ ପ୍ରମୁଖ ଅଭିଯୁକ୍ତ ଗିରିରାଜ କିଶୋର, ବିଶ୍ୱହିନ୍ଦୁ ପରିଷଦ ନେତା ଅଶୋକ ସିଂଘଲ ଏବଂ ବିଷ୍ଣୁହରି ଡାଲମିଆଙ୍କର ପରଲୋକ ହୋଇଗଲାଣି। ଅଭିଯୁକ୍ତମାନଙ୍କ ବିରୋଧରେ ୨୦୧୭ ଏପ୍ରିଲ ୧୯ରେ ଚାର୍ଜଫ୍ରେମ୍‌ ହୋଇଥିଲା ଏବଂ ଦୁଇବର୍ଷ ମଧ୍ୟରେ ବିଚାର ଶେଷ କରିବାକୁ ସର୍ବୋଚ୍ଚ ଅଦାଲତ ସମୟସୀମା ଧାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ସଂକ୍ରମଣ ୧୯୬, ସ୍ଥିତି ଉପରେ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଗତ ୨୪...

ଆଦିତ୍ୟ- ଏଲ୍‌୧ ମିଶନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ,୧।୯: ଚନ୍ଦ୍ରୟାନ-୩ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ବର୍ତ୍ତମାନ ମହାକାଶର ଆହୁରି ଭିତରକୁ ଯିବାକୁ ପ୍ରସ୍ତୁତ। ଏଥର ଆଖି ସୂର୍ଯ୍ୟଙ୍କ...

କୁରେଭର ଏୟାର ଷ୍ଟ୍ରିପ୍‌ ଚାଇନାର ମୁକାବିଲା ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ…

ଲକ୍ଷ୍ନୌ,୧୬।୧୧: ଚାଇନାର ମୁକାବିଲା କରିବା ପାଇଁ ଉତ୍ତରପ୍ରଦେଶର କୁରେଭର ଏୟାରଷ୍ଟ୍ରିପ ଭାରତୀୟ ବାୟୁସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନାବଦ୍ଧ ଭାବେ ବାୟୁସେନା ଏଭଳି କରିଛି।...

‘ତଲଓ୍ବାର୍‌ ଦେଖାଇ ଭାଜପା ନେତାଙ୍କୁ ଟିଏମ୍‌ସିରେ କରାଯାଉଛି ସାମିଲ’

ଇନ୍ଦୋର,୩।୧୧: ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟି ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ। ସେ କହିଛନ୍ତ,...

କୁମାରୀତ୍ୱ ପରୀକ୍ଷା ପାଇଁ ମନା କରିବାରୁ ସମାଜରୁ ବାସନ୍ଦ ହେଲେ ଯୁବତୀ

ପୁଣେ, ୧୭।୫: ମହାରାଷ୍ଟ୍ରର ଥାନେ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବିବାହ ପୂର୍ବରୁ କୁମାରୀତ୍ୱ ପରୀକ୍ଷାକୁ କରିବାକୁ ବିରୋଧ କରିବାକୁ ଜଣେ ଯୁବତୀଙ୍କୁ...

ସୁପ୍ରିମକୋର୍ଟରେ ରାମଲାଲା ଓକିଲଙ୍କ ଯୁକ୍ତି: ଆସ୍ଥା ହିଁ ଜନ୍ମସ୍ଥାନର ପ୍ରମାଣ

ନୂଆଦିଲ୍ଲୀ,୮ା୮(ପି.ଟି.): ବିବାଦୀୟ ଅଯୋଧ୍ୟା ଜମି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ। ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଅତୁଟ ବିଶ୍ୱାସ ହିଁ ଏହାର ପ୍ରମାଣ ବୋଲି ସୁପ୍ରିମକୋର୍ଟରେ ମାମଲାର ଅନ୍ୟତମ ପକ୍ଷ...

କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଲା: ଅନ୍ୟ ଦଳ ୯୮ରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଚଳିତ ଲୋକ ସଭା ନିର୍ବାଚନରେ କିଙ୍ଗ୍‌ମେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେବେ ଭୋଟ ଗଣତିରେ ଭାଜପା ୩ଶହ...

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧।୬: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ୍‌(ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ନେଇ ସମୀକ୍ଷା କରିବା...

Advertisement
Archives

Model This Week