Posted inଖେଳ

ଅଗଷ୍ଟ ୧ରୁ ଭାରତୀୟ ଫୁଟ୍‌ବଲ ସିଜନ

ନୂଆଦିଲ୍ଲୀ, ୧୦ା୬ (ପି.ଟି.): ଭାରତୀୟ ଫୁଟ୍‌ତ୍ଲର ଘରୋଇ ସିଜନ ଅଗଷ୍ଟ ୧ରୁ ଆରମ୍ଭ ହେବ। ସେତେବେଳେ ଖେଳାଳିଙ୍କ ବଦଳି କାର୍ଯ୍ୟ ମଧ୍ୟ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏଥର ସ୍ବାଭାବିକ ସମୟଠାରୁ ୨ ମାସ ବିଳମ୍ବରେ ସିଜନ ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ‘ଫିଫା’ଠାରୁ ଅନୁମତି ପରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ମଙ୍ଗଳବାର ସମସ୍ତ ରାଜ୍ୟ ୟୁନିଟ୍‌ଗୁଡ଼ିକୁ ଏ ସମ୍ପର୍କରେ ନିର୍ଦ୍ଦେଶନାମା ପଠାଇଛି। ଚଳିତ ବର୍ଷର ସିଜନ ଅଗଷ୍ଟ ୧ରୁ ୨୦୨୧ ମେ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗ୍ରୀଷ୍ମକାଳୀନ ଖେଳାଳି ବଦଳି କାର୍ଯ୍ୟ ଅଗଷ୍ଟ ୧ରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ହେବ। ଦ୍ୱିତୀୟ ବଦଳୀ କାର୍ଯ୍ୟ ୨୦୨୧ ଜାନୁୟାରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ। ସାଧାରଣ ଭାବେ ଆଇ-ଲିଗ୍‌ ଅକ୍ଟୋବର ପୂର୍ବରୁ ଆରମ୍ଭ ହୋଇ ନ ଥାଏ। ଗତବର୍ଷ ଇଣ୍ଡିଆନ ସୁପର ଲିଗ୍‌ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବାବେଳେ ଆଇ-ଲିଗ୍‌ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିଲା। କୋଭିଡ୍‌-୧୯ ମହାମାରୀ ଯୋଗୁ ୨୦୧୯-୨୦ ସିଜନରେ ଆଇ-ଲିଗ୍‌ର ସମସ୍ତ ମ୍ୟାଚ ଖେଳାଯାଇ ପାରି ନ ଥିଲା। ଅବଶିଷ୍ଟ ୪ ରାଉଣ୍ଡ ଖେଳ ପୂର୍ବରୁ ମୋହନ ବାଗାନ ଟାଇଟଲ ଜିତିସାରିଥିବାରୁ ଚାମ୍ପିୟନ ଘୋଷିତ ହୋଇଥିଲା। ଏଟିକେ ଓ ଆଇଏସଏଲ୍‌ ମଧ୍ୟରେ ଆଇଏସ୍‌ଏଲର ଫାଇନାଲ ମ୍ୟାଚ ଗୋଆର ମାରଗାଓସ୍ଥିତ ଫାଟୋର୍ଡା ଷ୍ଟାଡିୟମରେ ରୁଦ୍ଧଦ୍ୱାରରେ ଖେଳାଯାଇଥିଲା। ଏଥିରେ ବିଜୟ ଲାଭ କରି ଏଟିକେ ଚାମ୍ପିୟନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ନିର୍ବାଚନ ଜୟଦେବ ସଭାପତି, ହିମାଂଶୁ ସମ୍ପାଦକ

ରାଜକୋଟ,୨୨।୯(ପି.ଟି.)- ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କ୍ରିକେଟ ପ୍ରଶାସକ ନିରଞ୍ଜନ ଶାହାଙ୍କ ପୁଅ ଜୟଦେବ ଶାହା ଏସ୍‌ସିଏ ସଭାପତି ରୂପେ...

ୟୁରୋକପ୍‌ ଫୁଟ୍‌ବଲ:ଅଷ୍ଟ୍ରିଆକୁ ହରାଇ ନେଦରଲାଣ୍ଡ୍ସ ନକ୍‌ଆଉଟ୍‌ରେ

ଆମଷ୍ଟରଡାମ,୧୯।୬: ୟୁରୋକପ୍‌ରେ ଗୁରୁବାର ନେଦରଲାଣ୍ଡ୍ସ ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ଆମଷ୍ଟରଡାମ ଏରିନାରେ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୨-୦ ଗୋଲରେ ଅଷ୍ଟ୍ରିଆକୁ ହରାଇଛି।...

ଗୁଜରାଟ-ମୁମ୍ବାଇ ଉଦ୍‌ଘାଟନୀ ମ୍ୟାଚ୍‌

ମୁମ୍ବାଇ,୧୫।୨: ମେନ୍ସ ପ୍ରିମିୟର ଲିଗ୍‌ର ନିଲାମି ଶେଷ ହେବାର ଗୋଟିଏ ଦିନ ପରେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସମୁଦାୟ ୨୨ଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ...

ଆଫ୍ରିଦୀଙ୍କ ଘରେ କିମ୍ବଦନ୍ତୀଙ୍କ ରାତ୍ରଭୋଜନ

ଦୋହା,୩୦।୯: ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ କରାଚୀ ସ୍ଥିତ ବାସଭବନରେ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ମାଇକେଲ ହୋଲ୍ଡିଂଙ୍କ ରାତ୍ରଭୋଜନ କରିଛନ୍ତି। ଏ ନେଇ ଆଫ୍ରିଦୀ...

ଦକ୍ଷିଣ ଏସୀୟ କ୍ରୀଡ଼ା ଝିଲ୍ଲୀ, ସ୍ନେହାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ଦୁଇ ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ଝିଲ୍ଲୀ ଦଳବେହେରା ଓ ସ୍ନେହା ସୋରେନ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ପାଇଛନ୍ତି। ନେପାଳର...

ଦୁର୍ଘଟଣାରେ ନଂ. ୧ ଶଟଲର ମୋମୋତା ଆହତ, ଡ୍ରାଇଭର ମୃତ

କୁଆଲାଲମ୍ପୁର,୧୩ା୧ (ଏଏଫ୍‌ପି)- ବ୍ୟାଡ୍‌ମିଣ୍ଟନରେ ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋତା ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିବାର କିଛି ଘଣ୍ଟା ପରେ ଏକ...

ଟି୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କଲା ଶ୍ରୀଲଙ୍କା

କଲମ୍ବୋ,୧୬।୯: ଭାରତ ଏବଂ ପାକିସ୍ତାନ ଭଳି ଶକ୍ତିଶାଳୀ ଟିମ୍‌ ଉପସ୍ଥିତିରେ ଏସିଆ କପ୍‌ ୨୦୨୨ ଟାଇଟଲ ଜିତି ଇତିହାସ ରଚିଥିଲା ଶ୍ରୀଲଙ୍କା କ୍ରିକେଟ ଟିମ୍‌। ଏବେ...

କମେଣ୍ଟ୍ରି ବକ୍ସକୁ ଫେରିବେ କି ଶାସ୍ତ୍ରୀ? ଦେଲେ କିଛି ଏଭଳି ସଙ୍କେତ

ଦୁବାଇ,୯।୧୧: ଭାରତର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ରବି ଶାସ୍ତ୍ରୀ ସେ ପୁଣି କ୍ରିକେଟ କମେଣ୍ଟ୍ରିକୁ ଫେରିପାରନ୍ତି। ୫୯ ବର୍ଷୀୟ ଶାସ୍ତ୍ରୀ...

Advertisement
Archives

Model This Week