Posted inଖେଳ

ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ 

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବହୁ ପ୍ରତିକ୍ଷୀତ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ ହେବ। ପ୍ରଶାସକ କମିଟି (ସିଓଏ) ମଙ୍ଗଳବାର ଏହା ଘୋଷଣା କରିଛି। ଲୋଧା ପ୍ୟାନେଲର ସଂସ୍କାରମୂଳକ ପ୍ରସ୍ତାବଗୁଡ଼ିକର କିପରି ସୂଚାରୁରୂପେ କାର୍ଯ୍ୟକାରୀ ହେବ ତାହା ତଦାରଖ କରିବା ଲାଗି ସୁପ୍ରିମକୋର୍ଟ ୨୦୧୭ରେ ପ୍ରଶାସକ କମିଟି ଗଠନ କରିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ପି.ଏସ୍‌. ନରସିହ୍ମାଙ୍କ ସହିତ ଆଲୋଚନା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ବିଭିନ୍ନ ରାଜ୍ୟ ଆସୋସିଏଶନଗୁଡ଼ିକ ପକ୍ଷରୁ ୮୦ ଅନ୍ତରୀଣ ଅପିଲର ବିଚାର ପାଇଁ ସୁପ୍ରିମକୋର୍ଟ ଗତ ମାର୍ଚ୍ଚରେ ନରସିହ୍ମାଙ୍କୁ ନିଯୁକ୍ତି ଦେଇଥିଲେ। ମଙ୍ଗଳବାର ଅନୁଷ୍ଠିତ ବୈଠକରେ ସିଓଏର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେମାନେ ହେଲେ ସିଓଏ ମୁଖ୍ୟ ବିନୋଦ ରାୟ, ଡାଏନ ଇଡୁଲ୍‌ଜୀ ଏବଂ ରବି ଥୋଗ୍‌ଡେ। ରାଜ୍ୟ ଆସୋସିଏଶନଗୁଡ଼ିକ ଲାଗି ନିର୍ବାଚନ ସମୟସୀମା ସେପ୍ଟେମ୍ବର ୧୪ ରଖାଯାଇଛି। ରାୟ କହିଛନ୍ତି, ବିସିସିଆଇ ନିର୍ବାଚନ ତାରିଖ ଘୋଷଣା ହେବାଦ୍ୱାରା ମୁଁ ଖୁବ୍‌ ଖୁସୀ। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦୁଇ ବର୍ଷରୁ ଅଧିକ ସମୟ ଧରି ପ୍ରଶାସନିକ ସଂକଟ ଦେଇ ଗତି କରୁଛି। ମାନ୍ୟବର ସୁପ୍ରିମକୋର୍ଟ ଯେତେବେଳେ ମୋତେ ନିଯୁକ୍ତି ଦେଲେ ସେତେବେଳେ ମୁଁ କହିଥିଲି ମୋର ଭୂମିକା ନାଇଟ୍‌ ଓ୍ବାଚ୍‌ମ୍ୟାନ ଭଳି ହେବ। ମାତ୍ର ନାଇଟ୍‌ ଓ୍ବାଚ୍‌ମ୍ୟାନ ଦାୟିତ୍ୱ ଅଧିକ ଦିନ ଧରି ତୁଲାଇବାକୁ ପଡ଼ିଲା ବୋଲି ସେ କହିଛନ୍ତି। ରାଜ୍ୟ ଆସୋସିଏଶନ ଗୁଡ଼ିକର ସମସ୍ୟା ସମାଧନା କ୍ଷେତ୍ରରେ ନରସିଂହ୍ମାଙ୍କ ଭୂମିକାଙ୍କୁ ରାୟ ଉଚ୍ଚ ପ୍ରଶଂସା କରିଥିଲେ। ଏଥିପାଇଁ ଆମିକସ୍‌ କ୍ୟୁରି ପ୍ରାୟ ୧୫୦ ଘଣ୍ଟା ସମୟ ନେଇଥିଲେ। ରାଜ୍ୟ ୟୁନିଟ୍‌ଗୁଡ଼ିକ ପାଇଁ ଆପେକ୍ସ କାଉନ୍‌ସିଲର କଳେବର ବୃଦ୍ଧି କରାଯିବ। ମାତ୍ର ପ୍ରସ୍ତାବ ଅନୁସାରେ ବିସିସିଆଇର ସଦସ୍ୟ ସଂଖ୍ୟା ୯ରେ ସୀମିତ ରଖାଯିବ ବୋଲି ରାୟ କହିଛନ୍ତି। ଆମିକସ୍‌ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିବା ତାଙ୍କ ରିପୋର୍ଟରେ ମୁଖ୍ୟ ସମ୍ବିଧାନରେ ଏକ ମାତ୍ର ରିହାତି ପାଇଁ ସୁପାରିସ କରିଥିଲେ। ତାହା ହେଲା ଆପେକ୍ସ କାଉନ୍‌ସିଲର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା। ଏଥିରେ ୧୯ଜଣ ସଦସ୍ୟ ରହିବେ। ୧୬ ଜଣ ନିର୍ବାଚିତ ହେବାକୁଥିବା ବେଳେ ଅନ୍ୟ ୩ଜଣ ମନୋତୀତ ହେବେ। ସୂଚନାଯୋଗ୍ୟ,ସୁପ୍ରିମକୋର୍ଟ ୨୦୧୭ ଜାନୁୟାରୀରେ ବିସିସିଆଇ ସଭାପତି ଅନୁରାଗ ଠାକୁର ଏବଂ ସଂପାଦକ ଅଜୟ ଶିର୍‌କେଙ୍କୁ ବହିଷ୍କୃତ କରିଥିଲେ। ଏହାଛଡ଼ା କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ଯୋଗ୍ୟତା ମାନଦଣ୍ଡ ନ ଥିବା ବୋର୍ଡର ଅନ୍ୟ କର୍ମକର୍ତ୍ତାଙ୍କୁ ପଦତ୍ୟାଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

କୋହଲିଙ୍କୁ କ୍ଷତି, ମାଲାମାଲ ହେଲେ ଗିଲ୍‌: ଆଗକୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୭।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ଆଇସିସି ପକ୍ଷରୁ ନୂଆ ଦିନିକିଆ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ରାଙ୍କିଙ୍ଗରେ ଭାରତୀୟ…

‘ମୋତେ ଏବେ ହିଁ ନିଦ ଲାଗୁଛି…’, ପ୍ରଥମ ମ୍ୟାଚ ଜିତିବା ପରେ କାହିଁକି ଏମିତି କହିଲେ ଶ୍ରେୟସ ଆୟର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ ସେ ଏକ ଶତକ ହାସଲ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେହି…

ଟେଷ୍ଟ, ଦିନିକିଆ, ଟି-୨୦ ତିନୋଟିଯାକ ଫର୍ମାଟରେ ଶତକ ହାସଲ କରି ଏମିତି ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି, ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଇତିହାସ ସୃଷ୍ଟି କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟର ତିନୋଟିଯାକ ଫର୍ମାଟରେ ଶତକ ହାସଲ କରିବାରେ…

‘ଇତିହାସ ସର୍ବଦା…’: ଅଜିତ ଅଗରକରଙ୍କୁ ବିଦାୟ ଜଣାଇ ଏମିତି କ’ଣ କହିଲେ ଗୌତମ ଗମ୍ଭୀର, ଓଦା ହୋଇଯାଉଛି ଆଖି!

ନୂଆଦୀଲ୍ଲୀ,୭।୧୦: ଗୌତମ ଗମ୍ଭୀର ଅଜିତ ଅଗରକରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ବାର୍ତ୍ତା ଲେଖିଛନ୍ତି, ଯିଏ ନିକଟରେ ମୁଖ୍ୟ ଚୟନକର୍ତ୍ତା (Chief Selector) ଭାବରେ ନିଜର କାର୍ଯ୍ୟକାଳ…

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?