Posted inଜାତୀୟ

ଅଓ୍ବନ୍ତିପୋରା ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୧: ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରେ ମଙ୍ଗଳବାର ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ଓ ୨ଯବାନ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ କଶ୍ମୀର ଅଓ୍ବନ୍ତିପୋରାରେ ଆତଙ୍କବାଦୀ ଲୁଚିରହିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ପାଇବା ପରେ ସୁରକ୍ଷାକର୍ମୀମାନେ ମଙ୍ଗଳବାର ସକାଳେ ସର୍ଚ୍ଚ ଅପରେଶନ୍‌ କରିଥିଲେ। ସେହି ସମୟରେ ସୁରକ୍ଷାକର୍ମୀଙ୍କୁ ଦେଖି ଭୟଭୀତ ଅବସ୍ଥାରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ତାଙ୍କୁ ପ୍ରତି ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଗୁଳିବିନିମୟରେ ଜମ୍ମୁ-କଶ୍ମୀରର ଏସ୍‌ପିଓ ଶହୀଦ ହୋଇଥିବା ବେଳେ ଏସ୍‌ଓଜିର ୨ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଅନ୍ୟ ଆତଙ୍କବାଦୀଙ୍କ ସନ୍ଧାନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଗଲେ ଫାରୁକ

ଶ୍ରୀନଗର,୧୬।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍‌ଏ) ଅନୁଯାୟୀ ସୋମବାର ଗିରଫ କରାଯାଇଛି। ଏଥିସହ  ତାଙ୍କୁ ଯେଉଁ ସ୍ଥାନରେ ରଖାଯିବ ତାହାକୁ...

ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨।୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ରାଷ୍ଟ୍ରପତି ରାମଙ୍କ ସଦ୍‌ଗୁଣ...

ଦେଶରେ ସାମାନ୍ୟ କମ୍ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୧ ।୯: କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମ୍ ହୋଇଛି...

ଓ୍ବିପ୍ରୋର ନୂଆ ଅଧ୍ୟକ୍ଷ ହେବେ ରିଶଦ୍‌ ପ୍ରେମ୍‌ଜୀ: ଅଜୀମ୍‌ ପ୍ରେମ୍‌ଜୀ ନେବେ ଅବସର

ନୂଆଦିଲ୍ଲୀ,୩୦।୭: ଆଇଟି କମ୍ପାନୀ ଓ୍ବିପ୍ରୋର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅଜୀମ୍‌ ପ୍ରେମ୍‌ଜୀଙ୍କ ପୁଅ ରିଶଦ୍‌ ପ୍ରେମ୍‌ଜୀ ଦାୟିତ୍ୱ ଗ୍ରହଣ କରିବେ। ମଙ୍ଗଳବାର...

ରାସ୍ତା ସଫା କଲେ ସିଦ୍ଧୁ

ଅମୃତସର, ୮।୭: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସ୍ତ୍ରୀ ନବଜୋତ କୌରଙ୍କ ସହ ମିଶି ସ୍ବଚ୍ଛ ଅମୃତସର ଅଭିଯାନରେ ଭାଗ ନେଇଛନ୍ତି। ଅମୃତସର ସଡ଼କରେ...

ପୂଜା ପଦ୍ଧତି ଉପରେ ପ୍ରଶ୍ନ ଉଠାଇବା ଠିକ୍‌ ନୁହେଁ: ରାଜନାଥ ସିଂ

ନୂଆଦିଲ୍ଲୀ,୧୧।୧୦: ରାଫାଲ ବିମାନ ଗ୍ରହଣ କରିବା ବେଳେ ‘ଶସ୍ତ୍ର ପୂଜା’କୁ ନେଇ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫ୍ରାନ୍ସରୁ ସ୍ବଦେଶ ଫେରି...

କରୋନା ଦୁଃଖ ୭୩ ବର୍ଷ ତଳର ଦେଶ ବିଭାଜନ ସଙ୍କଟକୁ ବି ବଳିଗଲା !

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ସମ୍ପ୍ରତି ଭାରତ...

ଡ୍ରମରୁ ଗହମ ବାହାର କରୁଥିଲେ ମହିଳା, ଗହମ ବଦଳରେ ବାହାରିଲା…

ଲକ୍ଷ୍ନୌ,୧୨ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲାର ଫୁଲବାହାର ଥାନା ଅଞ୍ଚଳର ଜଣେ ମହିଳା ଘରେ ଥିବା ଡ୍ରମରୁ ଗହମ ବାହାର କରୁଥିଲେ। ଏଥିରୁ ଗହମ ବାହାରିବା...

Coronavirus Update


Archives

Model This Week

Why Dharitri