Posted inଖେଳ

ଅଂଶୁ କୁମାର ରନର୍ସଅପ୍‌

ଭୁବନେଶ୍ୱର, ୧୯ା୫ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସୋଟର୍‌ସ ଟେନିସ୍‌ କମ୍ପ୍ଲେକ୍ସଠାରେ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ୧ ଲକ୍ଷ ଟେନିସ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟପ୍‌ ସିଡ, ଅଲ୍‌ ଇଣ୍ଡିଆ ୨୭ ର଼୍ୟାଙ୍କିଙ୍ଗପ୍ରାପ୍ତ ଓଡ଼ିଶାର ଅଂଶୁ କୁମାର ଭୂୟଁା ରନର୍ସଅପ୍‌ ହୋଇଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ କ୍ୱାଲିଫାୟର ତଥା ତେଲେଙ୍ଗାନାର ଜି. ସାଇ କାର୍ତ୍ତିକ ରେଡ୍ଡୀଙ୍କଠାରୁ ୩-୬, ୩-୬ ସିଧାସଳଖ ସେଟ୍‌ରେ ହାରିଯାଇଛନ୍ତି। ଅନ୍ୟପକ୍ଷରେ ଅଂଶୁ କୁମାର ଏବଂ ତାଙ୍କ ପାର୍ଟନର କବୀର ହଂସ ଡବଲ୍ସ ଟାଇଟଲ ଜିତିବାରେ ସଫଳ ହୋଇପାରିଛନ୍ତି। ଏହି ଯୋଡ଼ି ଟପ୍‌ ସିଡ୍‌ ସିଦ୍ଧାର୍ଥ ଆର୍ଯ୍ୟ (ତାମିଲନାଡୁ) ଏବଂ ତାଙ୍କ ପାର୍ଟନର ଭିଲାସିର୍‌ ଖାଟେ (ହରିୟାଣା)ଙ୍କୁ ଏକ ରୋମାଞ୍ଚକ ଡବଲ୍ସ ଫାଇନାଲରେ ୭-୫, ୪-୬ (୧୦-୪)ରେ ହରାଇ ଦେଇଥିଲେ। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରାୟୋଜିତ ଏହି ଟୁର୍ନାମେଣ୍ଟରେ ୧୬ଟି ରାଜ୍ୟର ମୋଟ ୫୨ ଖେଳାଳି ଅଂଶଗ୍ରହଣ କରିଥିଲେ। ଶନିବାର ଉଦ୍‌ଯାପନୀ ଉତ୍ସବରେ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ ଫାଇନାଲିଷ୍ଟଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଟୁର୍ନାମେଣ୍ଟ ରେଫରି ଯତୀନ ବତ୍ସ୍ୟ, ମ୍ୟାନେଜର ଓଟିଏ ପ୍ରକାଶ ପଟ୍ଟନାୟକ ଏବଂ ଗୁରୁକୁଳ ରିସୋର୍ଟ ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଟୁର୍ନାମେଣ୍ଟର ସିଙ୍ଗଲ୍ସ ବିଜେତା ଓ ରନର୍ସଅପ୍‌ ଯଥାକ୍ରମେ ୧୨,୫୦୦ ଓ ୮,୪୦୦ ଟଙ୍କା ସହିତ ୨୦ ଓ ୧୫ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରିପାରିଛନ୍ତି। ସେହିପରି ଡବଲ୍ସ ଚାମ୍ପିୟନ ଓ ରନର୍ସଅପ୍‌ ଯଥାକ୍ରମେ ୧୫ ଓ ୧୦ ଏଆଇଟିଏ ର଼୍ୟାଙ୍କିଙ୍ଗ ପଏଣ୍ଟ ସହ ଯଥାକ୍ରମେ ୬,୨୦୦ ଓ ୩,୮୦୦ ଟଙ୍କା ଆର୍ଥିକ ପୁରସ୍କାର ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଖେଳାଳିଙ୍କୁ ଭାରତୀୟ ଦିନିକିଆ ଦଳକୁ ଫେରାଇ ଆଣିବା ପାଇଁ କହିଲେ ପ୍ରାକ୍ତନ କ୍ରିକେଟର

ନୂଆଦିଲ୍ଲୀ,୧।୩ : ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୟନ କରିବା ଉଚିତ। କାରଣ ଉଇକେଟ ନେବାର ଦକ୍ଷତା...

ଶିବସୁନ୍ଦରଙ୍କୁ ଓସିଏର ଅଭିନନ୍ଦନ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ମନୋନୀତ ହୋଇଥିବା ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ଓପନର ଶିବସୁନ୍ଦର ଦାସଙ୍କୁ ଓଡ଼ିଶା କ୍ରିକେଟ...

ମୁମ୍ବାଇ ଦଳରେ ପୃଥ୍ବୀ

ମୁମ୍ବାଇ,୧୫।୧୧(ପି.ଟି.)- ଡୋପ ଟେଷ୍ଟରେ ବିଫଳ ହେବା ଯୋଗୁ ୮ ମାସ ବାସନ୍ଦ ହୋଇଥିବା ଯୁବ ଭାରତୀୟ ଓପନର ପୃଥ୍ବୀ ଶ’ଙ୍କୁ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: କଳିଙ୍ଗରେ ହକି ହାଙ୍ଗାମା

ଭୁବନେଶ୍ୱର,୬।୬(ସ୍ପୋଟର୍‌ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସିରିଜ ଫାଇନାଲ୍ସ। ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ...

ଆଇପିଏଲ୍‌କୁ ନେଇ ଆଫ୍ରିଦିଙ୍କ କଟାକ୍ଷ: ସିରିଜ ମଝିରୁ ଖେଳାଳିଙ୍କୁ ଛାଡ଼ିବା…

ଲାହୋର,୯।୪: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କ୍ରିକେଟ ଦକ୍ଷିଣ ଆଫ୍ରିକା(ସିଏଏ) ପକ୍ଷରୁ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସିରିଜ ମଝିରୁ ଆଇପିଏଲ୍‌ ଖେଳିବା ପାଇଁ ପଠାଯିବା ଆଶ୍ଚର୍ଯ୍ୟଜନକ...

ଶାମିଙ୍କୁ ଆଶ୍ୱସ୍ତି:ଏବେ ଗିରଫ ହେବେନି

କୋଲକାତା,୧୦।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କୁ କୋର୍ଟରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶାମିଙ୍କ ସ୍ତ୍ରୀ ହାସିନ ଜହାନଙ୍କ ଦ୍ୱାରା ଦାୟର...

ବିରାଟ କୋହଲି ନୁହେଁ, ଗୁଗଲ ସର୍ଚ୍ଚ କହୁଛି ଏହି କ୍ରିକେଟରଙ୍କ ସ୍ତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଏସମୟରେ ସ୍ବାମୀଙ୍କ ସହ ସେ ୟୁଏଇରେ...

କଳା ଆର୍ମବ୍ୟାଣ୍ଡ ପିନ୍ଧିଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳର ଖେଳାଳିମାନେ ହାତରେ କଳା ଆର୍ମବ୍ୟାଣ୍ଡ ପିନ୍ଧିଥିଲେ। ‘ଭାରତ ରତ୍ନ’...

Advertisement
Archives

Model This Week