ଜୀବିତ ଭାବି ମଶାଣିରୁ ଉଠାଇ ଆଣିଲେ: ଆଉ ତା’ପରେ ଡାକ୍ତରଖାନାରେ ଘଟିଲା…

ଦେବଗଡ଼,୨୩ା୭(ଶଶାଙ୍କ ଶେଖର ଝାଙ୍କର):ନାବାଳକ ଜୀବିତ ଥିବା ଭାବି ମଶାଣିରୁ ଉଠାଇ ଡାକ୍ତରଖାନାକୁ ଆଣିଲେ ଜ୍ଞାତି ପରିଜନ। ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗ୍ରାମରେ।
ସୂଚନା ଅନୁଯାୟୀ, ବୁଡିଦୋ ଗ୍ରାମର ମାନଗୋବିନ୍ଦ ବେହେରାଙ୍କ ପୁଅ ହୀରାଚାନ୍ଦ ବେହେରା(୧୫) ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ହାଇସ୍କୁଲକୁ ଯିବା ପାଇଁ ଘରୁ ବାହାରୁଥିବାବେଳେ କୌଣସି କାରଣରୁ ହଠାତ୍‌ ତଳେ ପଡି ସଂଜ୍ଞାହୀନ ହୋଇଯାଇଥିଲେ। ଏହାଦେଖି ତାଙ୍କ ମାଆ ନିକଟସ୍ଥ ଧରମପୁର ଗ୍ରାମର ଏକ ଜଳଖିଆ ଦୋକାନରେ କାମ କରୁଥିବା ମାନଗୋବିନ୍ଦଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ମାନଗୋବିନ୍ଦ ଜଳଖିଆ ଦୋକାନୀଙ୍କ ଗାଡି ଯୋଗେ ଘରେ ପହଞ୍ଚି ହୀରାଚାନ୍ଦଙ୍କୁ ଚିକିତ୍ସା ନିମନ୍ତେ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ମାନଗୋବିନ୍ଦ ନିରାଶ ହୋଇ ପୁଅର ମୃତଦେହ ଘରକୁ ଫେରାଇ ଆଣିଥିଲେ। ହୀରାଚାନ୍ଦଙ୍କ ସହପାଠୀମାନେ ତାଙ୍କ ଘରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ପରେ ଜ୍ଞାତି ପରିଜନ ଓ ପଡୋଶୀ ମୃତଦେହ ସତ୍କାର ପାଇଁ ଗ୍ରାମ ମଶାଣିକୁ ନେଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କେହିଜଣେ ହୀରାଚାନ୍ଦଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଛୁଇଁବା ସହ ତାଙ୍କର ନାଡି ଚାଲୁଥିବା ଏବଂ ହୃଦ୍‌ ସ୍ପନ୍ଦନ ହେଉଥିବା କହିବାରୁ ସମସ୍ତେ ଚକିତ ହୋଇପଡିଥିଲେ। ହୀରାଚାନ୍ଦ ଜୀବିତ ଥିବା ଭାବି ଆମ୍ବୁଲାନ୍ସରେ ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡା. ଶିବାନୀ ମୋଦି ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବାପରେ ଜନସାଧାରଣଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇବା ସହ ଘଟଣା ସମ୍ପର୍କରେ ଜାଣିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବହୁ ଲୋକ ରୁଣ୍ଡ ହୋଇଥିଲେ। ଖବରପାଇ ପୋଲିସ ସେଠାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ହୀରାଚାନ୍ଦଙ୍କ ମୃତଦେହ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟ (ପୁରାତନ)ର ଶବାଗାରରେ ସଂରକ୍ଷିତ ରଖିଛି। ବୁଧବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଡା. ଶିବାନୀ ମୋଦି କହିଛନ୍ତି, ହୀରାଚାନ୍ଦଙ୍କୁ ମୃତ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା। ଦୀର୍ଘ ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri