Posted inଜାତୀୟ

ଉପରାଷ୍ଟ୍ରପତି ପଦବୀକୁ ନେଇ ମାଷ୍ଟରଷ୍ଟ୍ରୋକ୍‌ ଖେଳିବ ଭାଜପା, ମୋଦି ସରକାରଙ୍କ ପସନ୍ଦ ତାଲିକାରେ ଏହି ନାଁ…

ନୂଆଦିଲ୍ଲୀ, ୨୩ା୭: ଜଗଦୀପ ଧନକର ସଂସଦର ମୌସୁମୀ ଅଧିବେଶନ ପ୍ରଥମ ଦିନରେ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ସମ୍ବିଧାନର ଅନୁଚ୍ଛେଦ ୬୮(୨) ଅନୁଯାୟୀ ନିର୍ବାଚନ ଆବଶ୍ୟକତା ପଡ଼ିଛି। ଉପରାଷ୍ଟ୍ରପତି ଆସନରେ କିଏ ଅବସ୍ଥାପିତ ହେବେ ସେନେଇ ଭାଜପା ଓ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ନେତାଙ୍କ କସରତ ଆରମ୍ଭ ହୋଇଛି। ସଂସଦର ଉଭୟ ଗୃହରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ସଂଖ୍ୟାବଳ ଥିବାରୁ ଶାସକ ମେଣ୍ଟ ଅନାୟାସରେ ଉପରାଷ୍ଟ୍ରପତି ନିର୍ବାଚନରେ ବାଜିମାତ୍‌ କରିପାରେ। ୫୪୩ ଆସନ ବିଶିଷ୍ଟ ଲୋକ ସଭାରେ ପଶ୍ଚିମବଙ୍ଗର ବସିରହାଟ ଆସନ ଖାଲିପଡ଼ିଛି। ସେହିପରି ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟ ସଭାରେ ୫ ଆସନ ଖାଲି ପଡ଼ିଥିବାରୁ ଉଚ୍ଚ ସଦନର ଆସନ ସଂଖ୍ୟା ୨୪୦କୁ ଖସିଆସିଛି। ଏହି ୫ ଆସନ ମଧ୍ୟରୁ ଜମ୍ମୁ-କଶ୍ମୀରର ୪ ଓ ଅନ୍ୟଟି ପଞ୍ଜାବର। ଲୋକ ସଭାରେ ଏନ୍‌ଡିଏର ୨୯୩ ଏବଂ ରାଜ୍ୟ ସଭାରେ ୧୨୯ ସଦସ୍ୟ ଅଛନ୍ତି। ଏହାବାଦ୍‌ ରାଜ୍ୟ ସଭାରେ ମନୋନୀତ ସଦସ୍ୟମାନେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇପାରନ୍ତି। ଏଭଳି ସ୍ଥିତିରେ ଉଭୟ ଗୃହର ମିଳିତ ଏମ୍‌ପିଙ୍କ ସଂଖ୍ୟା ୭୮୬ ରହିଥିବାରୁ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୩୯୪ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ତେବେ ଏନ୍‌ଡିଏ ସଂଖ୍ୟା ୪୨୨ ରହିଥିବାରୁ ନିର୍ବାଚନ କରାଗଲେ ଶାସକ ମେଣ୍ଟ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଉଜ୍ଜ୍ୱଳ।
ଭାଜପାର ଜଣେ ବରିଷ୍ଠ ତଥା ନିର୍ବିବାଦୀୟ ନେତାଙ୍କୁ ଉପରାଷ୍ଟ୍ରପତି କରାଯାଇପାରେ ବୋଲି ଦଳର ଜଣେ ନେତା କହିଛନ୍ତି। ୨୦୨୦ରୁ ରାଜ୍ୟ ସଭା ଉପାଧ୍ୟକ୍ଷ ହରିବଂଶ ସରକାରଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ତେଣୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏମ୍‌ପି ହରିବଂଶ ନାରାୟଣ ସିଂଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଜଣେ ପ୍ରମୁଖ ଦାବିଦାର ବିବେଚନା କରାଯାଉଛି। ନ୍ୟୁଜ୍‌ ଏଜେନ୍ସିଗୁଡ଼ିକର ରିପୋର୍ଟ ଅନୁସାରେ ଭାଜପା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନକରଙ୍କ ଭଳି ଜଣେ ଗଭର୍ନରଙ୍କୁ ତାଙ୍କ ଉତ୍ତରାଧିକାରୀ ବାଛିପାରେ। ଏହି ଦୃଷ୍ଟିରୁ ବିହାର ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ମୋଦି ସରକାରଙ୍କ ପସନ୍ଦ ତାଲିକାରେ ରହିଛନ୍ତି। ସଂଖ୍ୟାଲଘୁ ବର୍ଗର ଆରିଫ୍‌ କେରଳ ରାଜ୍ୟପାଳ ଥିବାବେଳେ ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଜଣାଇଥିଲେ। ସେହିପରି କେରଳର ଥିରୁଭାନନ୍ତପୁରମ୍‌ ଏମ୍‌ପି ଶଶୀ ଥରୁରଙ୍କ ନାମ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି। ଅପରେଶନ ସିନ୍ଦୂର ପରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ଭାରତ ସରକାରଙ୍କ ଦୂତ ସାଜି ଆମେରିକା ସମେତ ଅନେକ ଦେଶରେ ମୋଦି ସରକାରଙ୍କୁ ପ୍ରଶଂସା କରିଥିଲେ। କଂଗ୍ରେସ ହାଇକମାଣ୍ଡଙ୍କ ସହ ଥରୁରଙ୍କ ପଡ଼ୁନାହିଁ। ଏହି ବିରୋଧୀ ଏମ୍‌ପିଙ୍କୁ ପୁରସ୍କାର ମିଳିପାରେ ବୋଲି କୁହାଯାଉଛି।
ଥରୁର, ଅରିଫ୍‌ କିମ୍ବା ହରିବଂଶଙ୍କ ଭଳି ସମ୍ଭାବ୍ୟ ନାମ ମଧ୍ୟରୁ ଯିଏ ଉପରାଷ୍ଟ୍ରପତି ହେବେ, ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆସିନ କରାଇ ଭାଜପା ଗୋଟିଏ ଗୁଳିରେ ଏକାଧିକ ଶିକାର କରିବାକୁ ଚାହୁଁଥାଇପାରେ ବୋଲି ଆଲୋଚନା ହେଉଛି। ପୁଣି କୁହାଗଲାଣି ଜଣେ ପ୍ରଗତିଶୀଳ ମୁସଲିମ୍‌ ବୁଦ୍ଧିଜୀବୀଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ପକ୍ଷ ଏକ ମାଷ୍ଟ୍ରରଷ୍ଟ୍ରୋକ୍‌ ଖେଳିପାରେ।
ଏହାବାଦ୍‌, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମ ମଧ୍ୟ ଏହି ପଦ ପାଇଁ ଶୁଣାଯାଉଛି। ତେବେ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ଦେଶବାସୀଙ୍କୁ ବିସ୍ମିତ କରିଆସିଥିବା ମୋଦି ସରକାର ଆଦୌ ନାମ ଉଠୁ ନ ଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଉପରାଷ୍ଟ୍ରପତି ପଦରେ ଅଳଙ୍କୃତ କରାଇପାରନ୍ତି। ଆର୍‌ଏସ୍‌ଏସ୍‌ ଫ୍ୟାକ୍ଟର ମଧ୍ୟ କାମ କରିପାରେ ବୋଲି ରାଜନୈତିକ ବିଶ୍ଳେଷକ ମନେକରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri