ଭତ୍ତା ଆତ୍ମସାତ ଘଟଣାରେ ବଢ଼ିଲା ଯନ୍ତ୍ରୀଙ୍କ ଅଡ଼ୁଆ, କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ସରପଞ୍ଚଙ୍କ ଏତଲା  

ନିଶ୍ଚିନ୍ତକୋଇଲି,୧୯।୭(ଅଶୋକ କୁମାର ମହାପାତ୍ର): କଟକ ଜିଲା ମାହାଙ୍ଗା ବ୍ଲକ ଅଞ୍ଚଳରେ ଭତ୍ତା ଟଙ୍କା ଆତ୍ମସାତ ଘଟଣାରେ  ସହକାରୀ ଯନ୍ତ୍ରୀଙ୍କ ଅଡ଼ୁଆ ବଢଛି। ଏହି ଘଟଣାକୁ ନେଇ ଭଦ୍ରେଶ୍ୱର ଥାନାରେ ସରପଞ୍ଚ କମଳାକାନ୍ତ ରାଉତ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାନୁଯାୟୀ, ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତରେ ଗତ ଜୁନ ମାସର  ଭତ୍ତା ବଣ୍ଟନ ଦାୟିତ୍ୱରେ ବ୍ଲକର ସହକାରୀ ଯନ୍ତ୍ରୀ ମୋନାଲିସା ମଲ୍ଲିକ ଥିଲେ। ଏହି ଭତ୍ତା ବଣ୍ଟନ ପାଇ ଯନ୍ତ୍ରୀ ମୋନାଲିସାଙ୍କୁ  ବ୍ଲକ ପ୍ରଶାସନ ପକ୍ଷରୁ ୫ ଲକ୍ଷ ୩୨ ହଜାର ଟଙ୍କା ଦିଆ ଯାଇଥିଲା । ତେବେ ମୋନାଲିସା କେତେଜଣ ହାତଗଣତି ହିତାଧିକାରୀଙ୍କୁ ଏହି ଭତ୍ତା ଟଙ୍କା ପ୍ରଦାନ କରି ଉଭାନ ହୋଇ ଯାଇଥିଲେ। ଯାହା ଫଳରେ ବହୁ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ। ଏପରିକି ଯନ୍ତ୍ରୀ ଭତା ବାବଦକୁ କେତେ ଟଙ୍କା ବଣ୍ଟନ କଲେ, କେତେ ଟଙ୍କା ତାଙ୍କ ନିକଟରେ ରହିଲା ତାହାର ମଧ୍ୟ ହିସାବ ବ୍ଲକ ପ୍ରଶାସନକୁ ଦେଇ ନଥିଲେ ମୋନାଲିସା । ତେବେ ଏହି ଘଟଣାକୁ ୧ ମାସରୁ ଉର୍ଦ୍ଧ ସମୟ  ବିତି ଯାଇଥିବାରୁ ସରକାରୀ ଅର୍ଥ ଆତ୍ମସାତ ନେଇ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ସରପଞ୍ଚ କମଳାକାନ୍ତ। ଏହାକୁ ନେଇ ଯନ୍ତ୍ରୀ ମୋନାଲିସାଙ୍କ ବିରୁଦ୍ଧରେ ଭଦ୍ରେଶ୍ୱର ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri