Posted inଜାତୀୟ

ଶକ୍ତିଶାଳୀ ପାସ୍‌ପୋର୍ଟ ତାଲିକା: ଏହି ସ୍ଥାନରେ ଅଛି ଭାରତ

ନୂଆଦିଲ୍ଲୀ,୨୩ା୭:ହେନ୍‌ଲେ ପାସ୍‌ପୋର୍ଟ ସୂଚକାଙ୍କ-୨୦୨୫ (କ୍ୱାର୍ଟର ୨)ରେ ଭାରତର ସ୍ଥିତିରେ ଉନ୍ନତି ଘଟିଛି। ଚଳିତ ସୂଚକାଙ୍କରେ ଭାରତ ୮ ସ୍ଥାନ ଉପରକୁ ଉଠି ୭୭ତମ ସ୍ଥାନରେ ପହଞ୍ଚିଛି। ୬ ମାସ ତଳେ ହେନ୍‌ଲେ ପକ୍ଷରୁ ଜାରି କରାଯାଇଥିବା ସୂଚକାଙ୍କରେ ଭାରତର ପାସ୍‌ପୋର୍ଟ ୮୫ତମ ସ୍ଥାନରେ ଥିଲା। ଏହି ସୂଚକାଙ୍କ ଅନୁଯାୟୀ, ଭାରତୀୟ ପାସ୍‌ପୋର୍ଟଧାରୀ ବିନା ଭିଜାରେ କିମ୍ବା ଭିଜା ଅନ୍‌ ଆରାଇଭାଲ ସୁବିଧା ସହ ବିଶ୍ୱର ୫୯ ଦେଶକୁ ସମ୍ପ୍ରତି ଭ୍ରମଣ କରିପାରୁଛନ୍ତି। ଗତ ଜାନୁଆରୀରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଭାରତୀୟ ପାସ୍‌ପୋର୍ଟଧାରୀ ବିନା ଭିଜାରେ ୫୭ ଦେଶକୁ ଯାତ୍ରା କରିପାରୁଥିଲେ। ଥାଇଲାଣ୍ଡ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଭୁଟାନ, ନେପାଳ ଆଦି ପର୍ଯ୍ୟଟନ ବହୁଳ ଦେଶଗୁଡ଼ିକୁ ଭାରତୀୟମାନେ ବିନା ଭିଜାରେ ଯାତାୟାତ କରିପାରୁଥିବା ବେଳେ ଆମେରିକା, ଅଷ୍ଟ୍ରେଲିଆ, ବ୍ରିଟେନ୍‌ ପରି ଦେଶକୁ ଯିବା ପାଇଁ ଭାରତୀୟଙ୍କୁ ଭିଜା ଆବେଦନ କରିବାକୁ ପଡ଼ୁଛି। ଏହି ସୂଚକାଙ୍କ ଅନୁଯାୟୀ, ସିଙ୍ଗାପୁରର ପାସ୍‌ପୋର୍ଟ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ। ସମ୍ପ୍ରତି ସିଙ୍ଗାପୁରର ନାଗରିକମାନେ ବିନା ଭିଜାରେ ୧୯୩ ଦେଶକୁ ଯାତ୍ରା କରିପାରୁଛନ୍ତି। ଜାପାନ ଏବଂ ଦକ୍ଷିଣ କୋରିଆ ଏହି ସୂଚକାଙ୍କରେ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଉଭୟ ଦେଶର ଲୋକେ ବିନା ଭିଜାରେ ୧୯୦ ଦେଶକୁ ଭ୍ରମଣ କରିପାରୁଛନ୍ତି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଡେନ୍‌ମାର୍କ, ଫିନ୍‌ଲାଣ୍ଡ, ଆୟର୍ଲାଣ୍ଡ, ସ୍ପେନ୍‌ ପରି ୟୁରୋପୀୟ ସଂଘର ୭ ଦେଶ ଏହି ସୂଚକାଙ୍କରେ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସବୁ ଦେଶଗୁଡ଼ିକର ଜନସାଧାରଣ ବିନା ଭିଜାରେ ୧୮୯ ଦେଶକୁ ଯାତାୟାତ କରିପାରୁଛନ୍ତି। ଆଫଗାନିସ୍ତାନର ପାସ୍‌ପୋର୍ଟ ସବୁଠାରୁ ଦୁର୍ବଳ ହୋଇଥିବା ଏହି ରିପୋର୍ଟ କହିଛି। ଆଫଗାନିସ୍ତାନର ନାଗରିକମାନେ ବିନା ଭିଜାରେ ସମ୍ପ୍ରତି କେବଳ ୨୫ ଦେଶକୁ ଭ୍ରମଣ କରିପାରୁଛନ୍ତି। ତେବେ ଆମେରିକା ଏବଂ ବ୍ରିଟେନ୍‌ର ପାସ୍‌ପୋର୍ଟ ସାମାନ୍ୟ ଦୁର୍ବଳ ହୋଇଥିବା ଏହି ରିପୋର୍ଟ କହିଛି। ଏକଦା ଶକ୍ତିଶାଳୀ ପାସ୍‌ପୋର୍ଟ ଭାବେ ପରିଚିତ ଥିବା ଆମେରିକା ଏବଂ ବ୍ରିଟେନ୍‌ ଏହି ସୂଚକାଙ୍କରେ ଯଥାକ୍ରମେ ୧୦ମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି। ବ୍ରିଟେନ୍‌ର ଜନସାଧାରଣ ବିନା ଭିଜାରେ ୧୮୬ ଦେଶ ଏବଂ ଆମେରିକାର ଜନସାଧାରଣ ୧୮୨ ଦେଶ ଭ୍ରମଣ କରିପାରୁଛନ୍ତି। ହେନ୍‌ଲେ ପକ୍ଷରୁ ଜାରି କରାଯାଉଥିବା ସୂଚକାଙ୍କରେ ଗତ ୧୦ ବର୍ଷ ମଧ୍ୟରେ ଆମେରିକା ୮ ସ୍ଥାନ ତଳକୁ ଖସିଥିବା ବେଳେ ବ୍ରିଟେନ୍‌ ୫ ସ୍ଥାନ ତଳକୁ ଖସିଛି। ୧୦ ବର୍ଷ ମଧ୍ୟରେ ଭେନଜୁଆଲାର ପାସପୋର୍ଟ ସର୍ବାଧିକ ୧୫ ସ୍ଥାନ ତଳକୁ ଖସି ସଦ୍ୟ ସୂଚକାଙ୍କରେ ୪୫ତମ ସ୍ଥାନରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri