ଜଗନ୍ନାଥବଲ୍ଲଭରେ ଅଭାବନୀୟ ଦୃଶ୍ୟ, ଗାଡ଼ି ପାର୍କିଂରେ ପଡ଼ି ଠାକୁରଙ୍କ ୨୫ ବେଶ ଖତ

ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ଅସହାୟ ଅବସ୍ଥାରେ ଚତୁର୍ଦ୍ଧାମୂର୍ତ୍ତି। ଏତେ ଅସହାୟ ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧିବୁନ୍ଧି ପକାଇ ଦେଇଛନ୍ତି ଆଜିର ମଣିଷ । ଏମିତି ରହିଛି ଠାକୁରଙ୍କ ପ୍ରତି ଭାବ ପରିଚାଳନାକାରୀଙ୍କ ଦାୟିତ୍ୱବୋଧ। ଥାକ ଥାକ ହୋଇ ବନ୍ଧାପଡିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ। କୌଣସି ଡେକୋରେଟରଙ୍କ ଗୋଦାମଘର ନୁହେଁ, ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ମହାପ୍ରଭୁଙ୍କ ଚିତ୍ତବିନୋଦନ ଉଦ୍ୟାନ ଜଗନ୍ନାଥବଲ୍ଲଭରେ । ବହୁତଳ ଗାଡି ପାର୍କିଂରେ ଖୋଦ ଶ୍ରୀମନ୍ଦିର ପ୍ରଶାସନ ଦେବଦେବୀଙ୍କୁ ଏଭଳି ସ୍ଥିତିରେ ରଖିଛି। ପଡି ପଡି ଖତ ଖାଉଛି ମହାପ୍ରଭୁଙ୍କ ୨୫ ବେଶ ସାମଗ୍ରୀ । ଲୋକଙ୍କ କଷ୍ଟ ଲବ୍ଧ ଧନରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସରକାର ଏସବୁ ତିଆରି ଅଲୋଡା କରି ପାଣିରେ ପକାଇଦେଲେ । ଜଗନ୍ନାଥ ପ୍ରେମୀ ଠାକୁରଙ୍କ ଏଭଳି ସ୍ଥିତି ଦେଖି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

୨୦୨୪ ଆରମ୍ଭରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ସମୟରେ ସରକାରଙ୍କ ପକ୍ଷରୁ ଭବ୍ୟ ପ୍ରସ୍ତୁତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଶୀତତାପ ନିୟନ୍ତ୍ରିତ କୋଠରିରେ ମହାପ୍ରଭୁଙ୍କ ୨୫ ପ୍ରକାର ବେଶ ପ୍ରଦର୍ଶିତ ହୋଇଥିଲା । ଠାକୁରଙ୍କ ନିକଟରେ ମହାଲକ୍ଷ୍ମୀ ଓ ସରସ୍ବତୀ ଅଧିଷ୍ଠିତ ହୋଇଥିଲେ। ଅବକାଶ ବେଶ ଠାରୁ ବଡସିଂହାର ବେଶ ତଥା ୧୨ ମାସରେ ଶ୍ରୀବିଗ୍ରହଙ୍କ ଯେତେ ବେଶ ରହିଛି ସବୁକୁ ଖୋଦ୍‌ ପ୍ରଶାସନ ପ୍ରସ୍ତୁତ କରିଥିଲା। ଅନେକ ଦିନରୁ ହେଉ ନଥିବା ରଘୁନାଥ ବେଶ ମଧ୍ୟ ସେଥିରେ ସ୍ଥାନ ପାଇଥିଲା । ଶ୍ରୀମନ୍ଦିର ସିଂହଦ୍ୱାର ଭଳି ଦୁଇଟି ବିଶାଳ ସିଂହ ଶୋଭା ପାଉଥିଲେ। ଦର୍ଶନାର୍ଥୀମାନେ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସି ଗୋଟିଏ ସ୍ଥାନରେ ଏସବୁ ବେଶ ଦେଖି କୃତ୍ୟକୃତ୍ୟ ହେଉଥିଲେ । ଶ୍ରୀମନ୍ଦିରକୁ ଯାଇ ପାରୁ ନଥିବା ଭକ୍ତମାନେ ମଧ୍ୟ ଜଗନ୍ନାଥ ବଲ୍ଲଭକୁ ଆସି ଠାକୁରଙ୍କ ଆଭୂଷଣ ଦେଖି ଧନ୍ୟ ହୋଇ ଯାଉଥିଲେ । ବେଶ କିଛି ଦିନ ଜଗନ୍ନାଥ ପ୍ରେମୀଙ୍କୁ ପ୍ରଶାସନ ପକ୍ଷରୁ ଏଭଳି ସୁଯୋଗ ଯୋଡାଗଲା । ପରେ ସରକାର ବଦଳିଲେ। ସ୍ଥିତି ବଦଳିଗଲା । ଏପରିକି ଠାକୁରମାନଙ୍କୁ ମଧ୍ୟ ଅଲୋଡା କରି ଛାଡି ଦିଆଗଲା । ବେଶ ସାମଗ୍ରୀ ମଧ୍ୟ ନଷ୍ଟ ହେଉଛି । ୨୫ଟି ରତ୍ନମଣ୍ଡପ ତିଆରି ହୋଇ ୨୫ ସେଟ ଚତୁର୍ଦ୍ଧାମୂର୍ତ୍ତି ଅଧିଷ୍ଠିତ ହୋଇଥିଲେ । କେଉଁ ତିଥିରେ ଠାକୁରଙ୍କ କେଉଁ ବେଶ ହୁଏ ଉଲ୍ଲେଖ ଥିଲା । ପ୍ରତି ବେଶ ଷ୍ଟଲ ଉପରେ ନୂତନ ଚାନ୍ଦୁଆ ଲାଗିଥିଲା । ଠାକୁରଙ୍କ ଟାହିଆ ଓ ଭଳିକି ଭଳି ପୁଷ୍ପଅଳଙ୍କାର ଶୋଭା ପାଉଥିଲେ । ପରିକ୍ରମା ପ୍ରକଳ୍ପ ଦେଖିବାକୁ ଆସୁଥିବା ଯାତ୍ରୀ ବେଶ ପ୍ରଦର୍ଶନୀ ଦେଖି ଅତ୍ୟନ୍ତ ଆନନ୍ଦିତ ହେଉଥିଲେ ।ଶାସକ ଦଳ ବଦଳିଲେ ମଧ୍ୟ ଜନସାଧାରଣଙ୍କ ପାଇଁ ଶାସନ କଳ ଏକ । ଗଣଧନ ଖର୍ଚ୍ଚ କରି ତାହାର ଉପଯୋଗିତା ପାଇଁ ସରକାର ଲୋକଙ୍କ ପାଖରେ ଦାୟୀ ରହିବା କଥା । ଜଗନ୍ନାଥ ଧାମରେ ସର୍ବ ସମ୍ମୁଖରେ ପୁଣି ଗା ପାର୍କିଂ ସ୍ଥାନରେ ଠାକୁରଙ୍କୁ ହତାଦାର କରି ପକାଇବା ନିହାତି ଅଶୋଭନୀୟ ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri