୫ଟା ୩୦

ନାରୀ ସଶକ୍ତୀକରଣ ବିଷୟରେ ମହାତ୍ମା ଗାନ୍ଧୀ ଏକଦା କହିଥିଲେ-ଯେଉଁଦିନ ଜଣେ ମହିଳା ରାତିରେ ରାସ୍ତାରେ ମୁକ୍ତ ଭାବେ ଚାଲିପାରିବେ, ସେହିଦିନ ଆମେ କହିପାରିବୁ ଯେ ଭାରତ ସ୍ବାଧୀନତା ହାସଲ କରିଛି। ମହାତ୍ମାଙ୍କ ବାଣୀରୁ ଖିଅ ଧରି ଆଲୋଚନା କଲେ କୁହାଯାଇପାରେ ଯେ, ସାମାଜିକ ବ୍ୟବସ୍ଥା ଓ ପ୍ରତ୍ୟେକ ପୁରୁଷଙ୍କ ମାନସିକତାରେ ନାରୀମାନଙ୍କ ପାଇଁ ଏକ ସମ୍ମାନବୋଧ ଦେଖାଦେଲେ ଯାଇ ପରିବର୍ତ୍ତନ ଆସିପାରିବ। ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଡ଼ା ଆଇନ ଥିଲେ ମଧ୍ୟ ଅପରାଧ ଘଟିଚାଲିଛି। ଯଦି ଏହାର ମୂଳକୁ ଯାଇ ଚିନ୍ତା କରିବା ତେବେ ଭିନ୍ନ ଭିନ୍ନ ଦିଗକୁ ଦେଖିବା। ନାରୀ ତା’ର ସୁରକ୍ଷା ପାଇଁ ସ୍ବାଧୀନତାକୁ ବଳି ଦେଉଛି। ଉଦାହରଣ ଭାବେ ଦେଖିଲେ ଝିଅଟିଏ ପଢ଼ିବା ପାଇଁ ବାହାରକୁ ବାହାରିଲେ ବିଭିନ୍ନ ପ୍ରକାର କଟକଣାର ସମ୍ମୁଖୀନ ହୋଇଥାଏ। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଦେଇ କର୍ମକ୍ଷେତ୍ରକୁ ଯିବା ଯାଏ ପିଲାଟି ବେଳୁ ଯେଉଁ ମାନସିକତା ଦେଇ ଝିଅଟି ବଢ଼ି ଆସିଥାଏ, ସେଥିରେ ସହଜରେ ଉନ୍ନତି ଆସିପାରି ନ ଥାଏ। ଭାରତୀୟ ମାନସିକତାରେ ଏସବୁକୁ ସାଧାରଣ ଆଚରଣ ଭାବେ ଧରିନିଆଯାଇଥିବାରୁ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ। ମନେରଖିବାକୁ ହେବ ଯେ ଏହି ମାଟିର ଇତିହାସ ଦେଖିଲେ ମହିଳାମାନଙ୍କ ପାଇଁ ପରଦା କିମ୍ବା ଅନ୍ୟ କୌଣସି ମୁହଁ ଲୁଚାଇବା ବ୍ୟବସ୍ଥା କରାଯାଇ ନ ଥିଲା। ମୁସଲମାନ ଆକ୍ରମଣ ପରେ ଘୁଁଘଟ ଭଳି ଲମ୍ବା ଓଢ଼ଣି ଉତ୍ତର ଭାରତରେ ପ୍ରବେଶ କଲା। ସେହି ସମୟ ପରେ, କ୍ରମଶଃ ସମଗ୍ର ଉପମହାଦେଶରେ ଏହି ପଶ୍ଚାତପଦ ମାନସିକତା ଜୋର ଧରିଲା।
ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀ ସନ୍ଧ୍ୟା ୫ଟା ୩୦ ପରେ ବୁଲିପାରିବେ ନାହିଁ ବୋଲି ୧୭ ଜୁଲାଇରେ କୁଳପତିଙ୍କ ନିର୍ଦ୍ଦେଶ କ୍ରମେ କୁଳସଚିବଙ୍କ ପକ୍ଷରୁ ଏଭଳି ଏକ କଟକଣା ଜାରି କରାଯାଇଥିଲା। ବିଶ୍ୱବିଦ୍ୟାଳୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ୧୮ ଜୁଲାଇରେ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ। ବିଭିନ୍ନ ମହଲ ଓ ଗଣମାଧ୍ୟମରେ ଏହି ନିର୍ଦ୍ଦେଶନାମାକୁ ମହିଳା ବିରୋଧୀ ମାନସିକତା ବୋଲି କୁହାଯାଇ ଘୋର ସମାଲୋଚନା ହେବା ପରେ କଟକଣା ଜାରିର ଘଣ୍ଟାଏ ପରେ ତାହାକୁ ପ୍ରତ୍ୟାହାର କରିନିଆଗଲା। ପ୍ରତ୍ୟାହାର ସିନା କରିନିଆଗଲା, କିନ୍ତୁ ତାହା ଏକ ବିକୃତ ମାନସିକତାକୁ ପଦାରେ ପକାଇଲା। ତାଲିବାନ ଚିନ୍ତାଧାରା ଭଳି ଏହି ନିଷ୍ପତ୍ତି ଦର୍ଶାଇଲା ଯେ କର୍ତ୍ତୃପକ୍ଷ ଓ ସମାଜ ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେବାରେ ବିଫଳ ବୋଲି ସ୍ବୀକାର କରିବା ସହିତ ଝିଅମାନଙ୍କୁ ଘରକୁ ପଠାଇଦେଇ ନିଜ ଦାୟିତ୍ୱରୁ ଓହରିଗଲେ। ଏଭଳି ଚିନ୍ତାଧାରା ମହିଳାମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇଦେବ। ଉଦାହରଣ ସ୍ବରୂପ ଏକ ବିଶ୍ୱବିଦ୍ୟାଳୟରେ ଅନେକ ଗବେଷଣା ଛାତ୍ରୀ ପାଠ ପଢ଼ୁଛନ୍ତି। ସେମାନଙ୍କୁ ସହଯୋଗ କରିବା ପାଇଁ ମହିଳା ଅଧ୍ୟାପକ, ପ୍ରଫେସର ଡେରି ପର୍ଯ୍ୟନ୍ତ ରହି କାମ କରିଥାନ୍ତି। ସନ୍ଧ୍ୟା ସାଢ଼େ ୫ଟାରେ ଅର୍ଥାତ୍‌ ସୂର୍ଯ୍ୟାସ୍ତ ପୂର୍ବରୁ ଝିଅ ଓ ମହିଳା କର୍ମଚାରୀମାନଙ୍କୁ ବିଦା କରିଦେବାର ମାନସିକତା ସେହି ପୁରୁଣା ମୁସଲମାନ ସମ୍ପ୍ରଦାୟର ପରଦା ବ୍ୟବସ୍ଥାକୁ ପୁନର୍ଜୀବିତ କରାଇବ। ସମ୍ଭବତଃ ଆଉ କିଛି ସମୟ ବିତିଗଲା ପରେ ଝିଅମାନଙ୍କୁ ବୁର୍ଖା ପିନ୍ଧାଇ ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ଘୋଡ଼ାଇ ରଖିବାର ବ୍ୟବସ୍ଥା ଆମ ହିନ୍ଦୁତ୍ୱ ଶାସକମାନେ ପ୍ରଚଳନ କରାଇପାରନ୍ତି। ତା’ର ଏକମାତ୍ର କାରଣ ହେଉଛି ପ୍ରଶାସନିକ ଦକ୍ଷତା ଅଭାବରୁ ଏଭଳି ବିକଟାଳ ଚିନ୍ତାଧାରା ଜନ୍ମ ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri