Posted inଜାତୀୟ

ମଣିପୁରରେ ୧୨,୬୯୪ ପିଲା ବିସ୍ଥାପିତ

ଇମ୍ଫାଲ,୪ା୯ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘ ୪ ମାସ ହେଲା ଲାଗିରହିଥିବା ଜାତିଆଣ ସଂଘର୍ଷ ଓ ହିଂସାକାଣ୍ଡରେ ପାଖାପାଖି ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତଙ୍କ ମଧ୍ୟରେ ୧୨,୬୯୪ ପିଲା ରହିଛନ୍ତି। ଘରଦ୍ୱାର ଛାଡ଼ିଥିବା ଏହି ପିଲାମାନେ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ହିଂସା ଯୋଗୁ ଶତାଧିକ ପିଲା ଗଭୀର ମାନସିକ ଆଘାତ ପାଇଛନ୍ତି, ଯାହାଙ୍କ ପାଇଁ ପେସାଦାରି କାଉନ୍‌ସେଲିଂର ଆବଶ୍ୟକତା ରହିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ଡାକ୍ତରୀ ଟିମ୍‌ ଏବଂ ଶିଶୁ ମନସ୍ତତ୍ତ୍ୱବିଦ୍‌ମାନେ ସ୍ବେଚ୍ଛାସେବୀ ଭାବେ ଉକ୍ତ ପିଲାମାନଙ୍କୁ କାଉନ୍‌ସେଲିଂ ଦେଉଥିବା ମଣିପୁର ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଗଭୀର ମାନସିକ ଆଘାତ ପାଇଥିବା ପିଲାଙ୍କୁ ପାଇଲେ, ଆମେ ସେମାନଙ୍କୁ ଚିହ୍ନଟ କରି ପେସାଦାରି ପରାମର୍ଶଦାତାମାନଙ୍କ ପାଖକୁ ନେଇଯାଉଛୁ। ସେମାନେ ଖୁବ୍‌ଶୀଘ୍ର ସ୍ବାଭାବିକ ସ୍ଥିତିକୁ ଫେରିବା ଆଶା କରାଯାଉଛି ବୋଲି ସାମାଜିକ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଏନ୍‌ଜି ଉତ୍ତମ ସିଂ କହିଛନ୍ତି। ମାନସିକ ଆଘାତପ୍ରାପ୍ତ ଜଣେ ସଙ୍ଗେ ସଙ୍ଗେ ହୋଇ ନ ଥାନ୍ତି। ସପ୍ତାହେ କିମ୍ବା ମାସେ ପରେ ସେମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଯାଇଥାଏ। ସେଥିପାଇଁ ପ୍ରତି ଜିଲାର ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଜରିଆରେ କାଉନ୍‌ସେଲରଙ୍କୁ ନିୟୋଜିତ କରାଯାଇଛି। ସେମାନେ ରିଲିଫ କ୍ୟାମ୍ପ୍‌କୁ ଯାଇ ବିସ୍ଥାପିତ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟର ଚିକିତ୍ସା କରିବା ସହ ଯେଉଁମାନଙ୍କର ପେସାଦାରି କାଉନ୍‌ସେଲିଂର ଆବଶ୍ୟକତା ରହିଛି, ସେମାନଙ୍କୁ ଚିହ୍ନଟ କରୁଛନ୍ତି। ଖେଳ ଓ ନାଚ ମାଧ୍ୟମରେ ମାନସିକ ବିଷାଦଗ୍ରସ୍ତ ପିଲାଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ କାଗଜରେ କିଛି ଆଙ୍କିବା ପାଇଁ କୁହାଯାଉଛି।
ଅନ୍ୟପକ୍ଷରେ ରିଲିଫ କ୍ୟାମ୍ପଗୁଡ଼ିକ ଉପଯୁକ୍ତ ଯୋଜନାରେ କରା ନ ଯାଇ ଆବଶ୍ୟକତା ଆଧାରରେ ପ୍ରତିଷ୍ଠା କରାଯାଇଥିବାରୁ ସେଠାରେ ଅନେକ ସମସ୍ୟା ରହିଥିବା ୟୁନିସେଫ୍‌ ଟିମ୍‌ କହିଛି। ଶିଶୁ ଅନୁକୂଳ ରିଲିଫ କ୍ୟାମ୍ପ୍‌ ସ୍ଥାପନ ଲାଗି ଉକ୍ତ ଟିମ୍‌ ପରାମର୍ଶ ଦେଇଛି। ରିଲିଫ କ୍ୟାମ୍ପଗୁଡ଼ିକରେ ପିଲାମାନଙ୍କ ଯତ୍ନରେ ଯେପରି କୌଣସି କମି ନ ହୁଏ, ସେଥିପାଇଁ ପ୍ରତି ସପ୍ତାହରେ ମୁଖ୍ୟ ସଚିବଙ୍କ ସ୍ତରରେ ସମୀକ୍ଷା ବୈଠକ କରାଯାଉଥିବା ସାମାଜିକ କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। ସେହିପରି ଅପପୁଷ୍ଟିର ଶିକାର ହୋଇଥିବା ପିଲାମାନଙ୍କୁ ଇମ୍ଫାଲର ଜେଏନ୍‌ଆଇଏମ୍‌ଏସ୍‌କୁ ନିଆଯାଇ ସେଠାରେ ଚିକିତ୍ସା କରାଯାଉଛି। ଅତ୍ୟଧିକ ଅପପୁଷ୍ଟିର ସମ୍ମୁଖୀନ ହୋଇଥିବା ୧୬ ପିଲାଙ୍କୁ ଚିକିତ୍ସା କରାଗଲାଣି।

ଇମ୍ଫାଲରୁ ଶେଷ ୧୦ କୁକି ପରିବାର ବିତାଡ଼ିତ

ଇମ୍ଫାଲର ନିଉ ଲାମ୍ବୁଲାନେ ଅଞ୍ଚଳରୁ ଶେଷ ୧୦ କୁକି ପରିବାରର ୨୪ ଜଣ ସଦସ୍ୟଙ୍କୁ ମଣିପୁର ସରକାର କୁକି ଅଧ୍ୟୁଷିତ କାଙ୍ଗପୋକ୍‌ପି ଜିଲାକୁ ସ୍ଥାନାନ୍ତର କରିଛନ୍ତି। ଏହି ପରିବାର ଦୀର୍ଘ ଦଶନ୍ଧି ହେଲା ନିଉ ଲାମ୍ବୁଲାନେରେ ରହିଥିଲେ। ଏପରିକି ୪ ମାସ ପୂର୍ବରୁ ମଣିପୁର ହିଂସାକାଣ୍ଡ ବେଳେ ମଧ୍ୟ ସେମାନେ କୁଆଡ଼େ ଯାଇ ନ ଥିଲେ। ସେମାନଙ୍କୁ ଅନ୍ୟ ସମ୍ପ୍ରଦାୟ ଟାର୍ଗେଟ କରୁଥିବାରୁ ସରକାର ଶନିବାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନଙ୍କୁ ନିରାପଦ ସହ ଇମ୍ଫାଲଠାରୁ ୨୫ କି.ମି. ଦୂର କାଙ୍ଗପୋକ୍‌ପି ଜିଲାର ମୋଟବୁଙ୍ଗ୍‌କୁ ନିଆଯାଇଛି। ଅନ୍ୟପକ୍ଷରେ ସେମାନଙ୍କୁ ବଳପୂର୍ବକ ଘରୁ ତଡ଼ିଦିଆଯାଇଥିବା କୁକି ପରିବାର ଅଭିଯୋଗ କରିଛନ୍ତି। କୁକି ଅଞ୍ଚଳରେ ସୁରକ୍ଷା ଦେଉଥିବା ଜଣେ ସ୍ବେଚ୍ଛାସେବୀଙ୍କ କହିବା ଅନୁଯାୟୀ, ଗୃହ ବିଭାଗ ନିର୍ଦ୍ଦେଶରେ ୟୁନିଫର୍ମରେ ଥିବା ସଶସ୍ତ୍ର ବ୍ୟକ୍ତିମାନଙ୍କର ଏକ ଟିମ୍‌ ସେପ୍ଟେମ୍ବର ୧ ବିଳମ୍ବିତ ରାତିରେ ନିଉ ଲାମ୍ବୁଲେନ୍‌ରେ ପହଞ୍ଚତ୍ କୁକି ପରିବାର ସଦସ୍ୟମାନଙ୍କୁ ସେମାନଙ୍କ ଘରୁ ଜୋର ଜବରଦସ୍ତ ବାହାର କରିଦେଇଥିଲେ। ଏପରିକି ସେମାନଙ୍କୁ ଜିନିଷପତ୍ର ପ୍ୟାକ୍‌ କରିବାକୁ ସମୟ ଦିଆଯାଇ ନ ଥିଲା। ନିଉ ଲାମ୍ବୁଲେନ୍‌ରେ ୩୦୦ରୁ ଊର୍ଦ୍ଧ୍ୱ କୁକି ପରିବାର ରହୁଥିଲେ। ମେ’୩ରେ ମଣିପୁର ହିଂସା ଆରମ୍ଭ ହେବା ପରେ ଅଧିକାଂଶ ପରିବାର ସେଠାରୁ ପଳାଇ ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri