ଭୁବନେଶ୍ୱରର ସମନ୍ବିତ ବିକାଶ, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୭ ହଜାର କୋଟି

ଭୁବନେଶ୍ୱର, ୧ା୨(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନରେ ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷାକରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ବଜେଟ ପରିମାଣର ୭୨% ଖର୍ଚ୍ଚ ହୋଇଥିବା ବେଳେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶତ ପ୍ରତିଶତ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଭୁବନେଶ୍ୱରର ସମନ୍ବିତ ବିକାଶ ଓ ଟ୍ରାଫିକ୍‌ ଭିଡ଼ ହ୍ରାସ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ଏଥିଲାଗି ପ୍ରାୟ ୭ ହଜାର କୋଟି ଟଙ୍କା ବିନିଯୋଗ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି।
ଆଲୋଚନା ଅନୁଯାୟୀ, ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍‌ କରିଡର, ପଟିଆ ଷ୍ଟେଶନ ଛକରୁ ସୁଆଙ୍ଗ ମୌଜା ପର୍ଯ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ଏବଂ କଳ୍ପନା ଛକ, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏଓଭର ବ୍ରିଜ୍‌ ସହ ଏଜି ଛକରେ ଏକ ଅଣ୍ଡରପାସ୍‌
ନିର୍ମାଣ ପାଇଁ ଯୋଜନା ରଖାଯାଇଛି। ସେହିପରି ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାଥ୍‌ମେଟିକ୍ସରୁ ପଥରଗାଡ଼ିଆ-ଉତ୍କଳ ହସ୍ପିଟାଲ-ରେଲ୍‌ ବିହାର ଦେଇ ଏକାମ୍ର କାନନ ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ୍‌ ରୋଡ୍‌ କାମ ମଧ୍ୟ ଜାରି ରହିଛି। ଏହା ସହ ଡମଣାରୁ ପ୍ରେସ୍‌ ଛକ, କଳାରାହାଙ୍ଗରୁ ବରିମୁଣ୍ଡ ଓ କେଳୁଚରଣ ପାର୍କରୁ ବରିମୁଣ୍ଡ ପର୍ଯ୍ୟନ୍ତ ୩ଟି ରାଇଟ୍‌ ଆକ୍ସେସ୍‌ ରୋଡ୍‌ ନିର୍ମାଣର ଯୋଜନା ରହିଛି। ଏହା ସହ ଏକ ଇନର ରିଙ୍ଗ୍‌ ରୋଡ୍‌ ମଧ୍ୟ ନିର୍ମାଣ କରାଯିବ। ସମ୍ପୂର୍ଣ୍ଣ ଯୋଜନା ପାଇଁ ପ୍ରାୟ ୭ ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସ୍ଥିର ହୋଇଛି।
ଏହାସହ ଡମଣାରୁ ପ୍ରେସ୍‌ ଛକ ରାସ୍ତା କାମ ସରିଥିବା ବେଳେ ସୁନ୍ଦରପଦା-ଜଟଣୀ ରୋଡ୍‌ ଓ ଲେଫ୍ଟ ପାରାଲାଲ୍‌ ରୋଡ୍‌ କାମ ଜାରି ରହିଛି। ବାକି ସବୁ କାମର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ତୁରନ୍ତ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଇଁ ୬୪ କି.ମି. ବିଶିଷ୍ଟ ଏକ ଇନର ରିଙ୍ଗ୍‌ ରୋଡ୍‌ କରାଯିବ। ଏଥିରେ ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ପର୍ଯ୍ୟନ୍ତ ୬ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେବ। ଭୁବନେଶ୍ୱରର ସମ୍ପ୍ରସାରଣ ପାଇଁ ଏକ ଆଉଟର ରିଙ୍ଗ୍‌ ରୋଡ୍‌ର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ୧୪୮ କି.ମି. ବିଶିଷ୍ଟ ଏହି ରିଙ୍ଗ୍‌ ରୋଡ୍‌, ୬ ଲେନ୍‌ ହେବା ସହିତ ୨ଟି ସର୍ଭିସ୍‌ ରୋଡ୍‌ ମଧ୍ୟ ରହିବ। ଏଥିପାଇଁ ସମୁଦାୟ ୬,୧୫୨ କୋଟି ଟଙ୍କା ବିନିଯୋଗ ହେବ। ଏହାଦ୍ୱାରା ସହରର ସମ୍ପ୍ରସାରଣ ହେବା ସହ ଯୋଗାଯୋଗର ସୁବିଧା ବଢ଼ିବ। ଅର୍ଥନୈତିକ ଅଭିବୃଦ୍ଧି ସହ ପର୍ଯ୍ୟଟନ ବୃଦ୍ଧି ହେବ ଓ ଉତ୍ତମ ପରିବେଶ ମଧ୍ୟ ସୃଷ୍ଟିହେବ। ରାଜ୍ୟର ଚାରିପାର୍ଶ୍ୱକୁ ଏକ ଗ୍ରାଣ୍ଡ ରିଙ୍ଗ୍‌ ରୋଡ୍‌ ମାଧ୍ୟମରେ ଯୋଡ଼ିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହାର ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ୨୮୭ କି.ମି. ଏକ ସଡକ ନିର୍ମାଣ କରାଯିବ। ଏଥିରେ ୪ଟି ଟନେଲ ରହିବ। କେନ୍ଦୁଝର ମା’ ତାରିଣୀଙ୍କ ମନ୍ଦିରର ବିକାଶ ଓ ଚାରିପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ୨୧୪ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି କାର୍ଯ୍ୟ ତୁରନ୍ତ ଆରମ୍ଭକରି ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ବଡ଼ବିଲ ରିଙ୍ଗ୍‌ ରୋଡ୍‌, ଭୁବନେଶ୍ୱର ୟୁନିଟ୍‌-୨ ଅଞ୍ଚଳର ବିକାଶ ଓ ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri