Posted inଜାତୀୟ

୯୦ ବର୍ଷରେ ଡେକାନ୍‌ କୁଇନ୍‌

ପୁଣେ,୧।୬: ମହାରାଷ୍ଟ୍ରର ପୁଣେଠାରୁ ମୁମ୍ବାଇ ଯାଉଥିବା ଡେକାନ୍‌ କୁଇନ୍‌ ରେଳଗାଡ଼ିକୁ ଶନିବାର ୯୦ ବର୍ଷ ରେ ପାଦଦେଇଛି। ୧୯୩୦ ଜୁନ୍‌ ୧ରେ ଏହା ଯାତ୍ରା ଆରମ୍ଭ କରିଥିଲା। ୮୯ ବର୍ଷର ଐତିହାସକ ଯାତ୍ରା ସମ୍ପନ୍ନ କରି ଏବେ ଏହା ୯୦ ବର୍ଷ ଛୁଇଁଛି। ଏହା ସେତେବେଳେର ସବୁଠାରୁ ବିଳାସପୂର୍ଣ୍ଣ ରେଳଗାଡ଼ିଥିଲା। ପ୍ରଥମେ ଏଥିରେ ୭ଟି କୋଚ୍‌କୁ ସାମିଲ୍‌ କରାଯାଇଥିଲା। ଏହାକୁ ଜିଆଇପି ରେଲଓ୍ବେର ମଣ୍ଟୁଗାଁ ଓ୍ବାର୍କଶପ୍‌ରେ ନିର୍ମାଣ କରାଯାଇଥିଲା। ପ୍ରଥମେ ଡେକାନ୍‌ କୁଇନ୍‌ରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସୁବିଧା ଥିଲା। ପରେ ୧୯୪୯ ଜାନୁୟାରୀ ୧ରେ ପ୍ରଥମଶ୍ରେଣୀକୁ ବନ୍ଦ କରାଯାଇ ଏହାର ଦ୍ୱିତୀୟ ଶ୍ରେଣୀକୁ ରି ଡିଜାଇନିଂ କରାଯାଇଥିଲା। ୧୯୫୫ ଜୁନ୍‌ରେ ଏଥିରେ ତୃତୀୟ ଶ୍ରେଣୀକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ୧୯୬୬ରେ ,ହାର କୋଚ୍‌କୁ ପୁଣିଥରେ ନିର୍ମାଣ କରାଯାଇଥିଲା। ୧୯୭୪ ଏପ୍ରିଲ୍‌ରେ ଏହାର ଦ୍ୱିତୀୟ ଶ୍ରେଣୀର ରିଡିଜାଇନିଂ ହୋଇଥିଲା। ପରବର୍ତ୍ତୀ ସମୟରେ ,ହାର କୋଚ୍‌ ସଂଖ୍ୟା ୧୭କୁ ବୃଦ୍ଧି କରାଯାଇଥିଲା। ୧୯୯୫ଠାରୁ ଏଥିରେ ୫ ଏସି ଚେୟାର ପ୍ରଥମ ଶ୍ରେଣୀ ସୁବିଧା, ୧୦ ଦ୍ୱିତୀୟ ଶ୍ରେଣୀ ଚେୟାରକୁ ସାମିଲ୍‌ କରାଯିବା ସହିତ ସିଟ୍‌ ସଂଖ୍ୟା ୧୪୧୭କୁ ବଢ଼ାଯାଇଥିଲା। ପୂର୍ବରୁ ଏହା ୧୨୩୨ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri