୮୭ ହଜାର ହେକ୍ଟରରେ ହେବ ଚାଷ

ଅନୁଗୋଳ ଅଫିସ, ୧୬ା୬

ମୌସୁମୀ ପହଞ୍ଚି ସାରିଥିବାରୁ ପାଗ ବଦଳିଯାଇଛି। ଫଳରେ ତାତିରୁ ଲୋକଙ୍କୁ ତ୍ରାହି ମିଳିଛି। ତେବେ ମୌସୁମୀ ବର୍ଷାକୁ ନେଇ ଚାଷୀମାନେ ବେଶ୍‌ ଖୁସି ଅଛନ୍ତି। ଠିକଣା ସମୟରେ ବର୍ଷା ଆରମ୍ଭ ହୋଇଥିବାରୁ ଚଳିତବର୍ଷ ପାଣିପାଗ ଚାଷ ପାଇଁ ଅନୁକୂଳ ରହିବ ବୋଲି ସେମାନେ ଅନୁମାନ ଲଗାଇଛନ୍ତି। ଅନ୍ୟପକ୍ଷରେ ପାଣିପାଗ ବିଭାଗ ମଧ୍ୟ ଏ ବର୍ଷ ଭଲ ବର୍ଷା ହେବ ବୋଲି ରିପୋର୍ଟ ଦେଉଛି। ତେଣୁ ଚାଷ କାର୍ଯ୍ୟ ପାଇଁ ସଜବାଜ ହେଉଛନ୍ତି ଅନୁଗୋଳ ଜିଲାର ଚାଷୀ। ଜିଲା ପ୍ରଶାସନ ମଧ୍ୟ ଖରିଫ ଚାଷ ପାଇଁ ଖସଡ଼ା ପ୍ରସ୍ତୁତ କରିବା ସହ ଚାଷୀଙ୍କ ପାଖରେ ବିହନ ଓ ସାର ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।
କୃଷି ବିଭାଗର ସୂଚନା ମୁତାବକ, ଚଳିତ ବର୍ଷ ଅନୁଗୋଳ ଜିଲାରେ ମୋଟ୍‌ ୮୭ ହଜାର ୫୦ ହେକ୍ଟର ଜମିରେ ଖରିଫ ଚାଷ ହେବ। ଏଥିରୁ ୮୩ ହଜାର ୮୪୮ ହେକ୍ଟରରେ ଧାନ ଚାଷ ହେବାକୁ ଥିବାବେଳେ ୩ ହଜାର ୨୦୨ ହେକ୍ଟରରେ ହେବ ଅଣଧାନ ଚାଷ। ମୋଟ୍‌ ୮୭ ହଜାର ୫୦ ହେକ୍ଟରରୁ ୬୮ ହଜାର ୪୮୫ ହେକ୍ଟର ଜମିକୁ ଜଳସେଚନ ସୁବିଧା ରହିଛି। ତେଣୁ ବହୁ ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭର କରିବେ। ସେହିପରି ଚାଷୀଙ୍କ ପାଖରେ କିପରି ବିହନ ଓ ସାର ପହଞ୍ଚିବ ସେ ନେଇ ବିଭାଗ ଜୋରଦାର ପ୍ରସ୍ତୁତି ଚଳାଇଛି। ଜିଲାରେ ୭ ହଜାରରୁ ଅଧିକ କୁଇଣ୍ଟାଲ ଧାନ ବିହନ ଦରକାର। ଏ ପର୍ଯ୍ୟନ୍ତ ୬ ହଜାର ୯୬୧ କୁଇଣ୍ଟାଲ ଚାଷୀଙ୍କୁ ଯୋଗାଇ ଦିଆଯାଇଛି। ଆଉ ୪୮୦ କୁଇଣ୍ଟାଲ ଖୁବ୍‌ଶୀଘ୍ର ପହଞ୍ଚତ୍ବ। ଗତବର୍ଷ ତୁଳନାରେ ଏ ବର୍ଷ ଅଧିକ ଏକ ହଜାର କୁଇଣ୍ଟାଲ ବିହନ ଦିଆସରିଲାଣି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ଭୋଳାଶଙ୍କର ବେହେରା ସୂଚନା ଦେଇଛନ୍ତି। ସେହିପରି ଚାଷୀଙ୍କ ଚାହିଦାକୁ ଦେଖି ବିରି, ହରଡ଼, ଚିନାବାଦାମ ବିହନ ଯୋଗାଇ ଦିଆଯିବ। ଏସବୁ ଏପର୍ଯ୍ୟନ୍ତ ବିଭାଗ ନିକଟକୁ ଆସିନି। ଫାର୍ମରେ ମୁଗ ବିହନ ରହିଛି। ପରୀକ୍ଷଣ ପରେ ତାହା ଯୋଗାଇ ଦିଆଯିବ। ସେହିପରି ସାର ନେଇ କୌଣସି ସମସ୍ୟା ନାହିଁ। ଚଳିତ ଖରିଫ ଚାଷ ପାଇଁ ୧୪ ହଜାର ୨୦୦ ମେଟ୍ରିକ୍‌ ଟନ୍‌ ସାର ଦରକାର ଥିବାବେଳେ ଜିଲାରେ ଡିଏପି ଓ ପଟାସ ଯଥେଷ୍ଟ ପରିମାଣର ମହଜୁଦ ଅଛି। ୫ ଶହ କୁଇଣ୍ଟାଲ ୟୁରିଆ ସାର ଗଚ୍ଛିତ ରହିଛି। ଚଳିତ ମାସରେ ଆଉ କିଛି ୟୁରିଆ ପହଞ୍ଚତ୍ବ। କରୋନା ଯୋଗୁ ପ୍ରବାସୀ ଶ୍ରମିକ ଘରମୁହଁା ହେଉଛନ୍ତି। ସେମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଚାଷ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିବା ସହ ସମସ୍ତ କୃଷିଭିତ୍ତିକ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଜିଲା ମୁଖ୍ୟ କୃଷି ଅଧିକାରୀ ବେହେରା କହିଛନ୍ତି, ଏ ବର୍ଷ ଠିକ୍‌ ସମୟରେ ମୌସୁମୀ ଆସି ପହଞ୍ଚତ୍ଛି। ଜିଲାର ପ୍ରାୟ ୧୫ ପ୍ରତିଶତ ଜମିରେ ବୁଣାବୁଣି ସରିଲାଣି। ଏଥର ଭଲ ଚାଷ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri