Posted inଜାତୀୟ

୮ ବର୍ଷରେ ୪୪ ଦୋଷୀଙ୍କ ୩୨ ରାଜକ୍ଷମା ଖାରଜ: ୩ଙ୍କୁ ଦିଆଯାଇଛି ଫାଶୀ

ନୂଆଦିଲ୍ଲୀ,୧୯।୧: ନିର୍ଭୟା ଦୋଷୀଙ୍କୁ ଫାଶୀ କେବେ ଦିଆଯିବ ସେ ନେଇ ସମ୍ପ୍ରତି ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ନିର୍ଭୟା ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂଙ୍କ ରାଜକ୍ଷମା ଖାରଜ ହୋଇଛି। ତେବେ ଇତିମଧ୍ୟରେ ପଓ୍ବନ ଗୁପ୍ତା ମାମଲା ଦାଏର ସମୟରେ ସେ ନାବାଳକ ଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ତେବେ ୨୦୧୨ ଜୁଲାଇଠାରୁ ଇତିମଧ୍ୟରେ ୪ ଜଣ ମହିଳାଙ୍କ ସମେତ ୪୪ ଜଣ ଦୋଷୀଙ୍କର ୩୨ଟି ରାଜକ୍ଷମା ରାଷ୍ଟ୍ରପତି ଖାରଜ କରିଛନ୍ତି। ମାତ୍ର ୩ ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜ କାର୍ଯ୍ୟକାଳ ମଧ୍ୟରେ ୪୨ ଦୋଷୀଙ୍କର ୩୦ ରାଜକ୍ଷମା ଖାରଜ କରିଥିଲେ। ସମ୍ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨ ଜଣଙ୍କର ରାଜକ୍ଷମା ଖାରଜ କରିସାରିଛନ୍ତି। ଫାଶୀ ଦିଆଯାଇଥିବା ୩ ଜଣଙ୍କ ମଧ୍ୟରେ ଅଜମଲ କସାବ, ଆଫଜଲ ଗୁରୁ ଏବଂ ୟାକୁବ ମେନନ୍‌ ରହିଛନ୍ତି। ୨୦୧୨ ନଭେମ୍ବର ୧୫ରେ କସାବ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ତେବେ ଏହାକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଖାରଜ କରିଦେଇଥିଲେ। ଏହାପରେ ତାଙ୍କୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଯାଇଥିଲା। ସେହିପରି ଆଫଜଲ ୨୦୧୧ରେ ରାଜକ୍ଷମା ପାଇଁ ଆବେଦନ କରିଥିଲେ। ଏହା ୨୦୧୩ ଫେବୃୟାରୀ ୩ରେ ଖାରଜ ହୋଇଥିଲା। ଏହା ପରେ ୨୦୧୩ ଫେବୃୟାରୀ ୯ରେ ତାଙ୍କୁ ଫାଶୀ ଦିଆଯାଇଥିଲା। ୟାକୁବ ୨୦୧୪ ମାର୍ଚ୍ଚ ୧୪ରେ ରାଜକ୍ଷମା ଆବେଦନ କରିଥିଲେ ତେବେ ଏହା ୧୧ ଏପ୍ରିଲ୍‌ରେ ଖାରଜ ହୋଇଥିଲା। ତାଙ୍କୁ ଧାର୍ଯ୍ୟ ଦିନର ଏକ ଦିନ ପୂର୍ବରୁ ୨୦୧୫ ଜୁଲାଇ ୨୯ରେ ଫାଶୀ ଦିଆଯାଇଥିଲା। ଇତିମଧ୍ୟରେ ରାଷ୍ଟ୍ରପତି କୋବିନ୍ଦ ଜଗତ ରାୟ ଏବଂ ମୁକେଶ ସିଂଙ୍କ ରାଜକ୍ଷମା ଖାରଜ କରିସାରିଛନ୍ତି। ଗତ ୮ ବର୍ଷ ମଧ୍ୟରେ ସୀମା ଗୋବିତ, ରେଣୁକା ସିନ୍ଦେ, ସୋନିଆ ଏବଂ ଶବନମ୍‌ ଆଦି ୪ ମହିଳାଙ୍କ ରାଜକ୍ଷମା ଖାରଜ ହୋଇଛି। ତେବେ ସେମାନଙ୍କୁ ଫାଶୀ ଦିଆଯାଇ ନାହିଁ। ୨୦୦୦ରୁ ୨୦୧୮ ମଧ୍ୟରେ ଗତ ୧୯ ବର୍ଷ ମଧ୍ୟରେ କେବଳ ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁସାରେ ଏହି ସମୟ ମଧ୍ୟରେ ୨ ହଜାର ୩ ଶହ ୨୮ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ୨୦୧୮ରେ ୧୮୬ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ତେବେ ୬୫ ଜଣଙ୍କ ଫାଶୀକୁ ଆଜୀବନ କାରାଦଣ୍ଡାରେ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri