୮ ବଛର ହେଲା ଖଟେ ପଡ଼ିଛନ୍‌ ପନୌ: ଦାଉ ସାଧୁଛେ ଅଜନା ରୋଗ୍‌

ପାଇକମାଳ, ୨୬।୫ ( ଡି.ଏନ୍‌.ଏ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମୁନିକେଲା ଗାଁର ପନୌ ବରିହା(୫୦)। ସେ ଗଲା ୮ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଅବସ୍‌ତା ଏନ୍‌ତା ଯେ, ସେ ସବୁବେଲେ ଖଟେ ପଡ଼ିରହିଛେନ୍‌। ଇଆଡ଼େ ଟଁକା ପଏସା ଅଭାବୁ ସେ ଚିକିତ୍ସିତ ନାଇଁ ହେଇପାରୁଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ମୁନିକେଲା ଗାଁର ପନୌ ବରିହାରକଁର ପରିବାର କହେଲେ ମାଏକିନା ସୁକାନ୍ତୀ ବରିହା(୪୪) ଆର ଗୁଟେବଲି ପୁଓକେ ନେଇ ତାକର ସଁସାର। ସେ ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଏନ୍‌ତାଥି ଆଏଜ୍‌କେ ୮ ବଛର ତଲେ ପନୌ କେହନ୍‌ସି ଗୁଟେ ଅଜନା ରୋଗ୍‌ର ଶିକାର ହେଲେ। ପହେଲୁ ପାସର ଡାକ୍‌ତରଖାନାରେ ଦେଖାଲେ, ବଇଦ୍‌ ଗୁନିଅଁା, ଫୁକାଝରା କଲେ ହେଲେ କିଛି ଲାଭ ନାଇଁ ହେଲା। ଗାଁର ଲୋକ୍‌ ବୁର୍ଲା ଯାଇ ଚିକିତ୍ସା କରବାର ପରାମଶ୍‌ ଦେଲେ। ହେଲେ ପରିବାରଟା ନିହାତି ଗରିବ୍‌ ଆର ବିପିଏଲ ଶ୍ରେଣୀର, ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ସେଥିରଲାଗି ସେ ବୁର୍ଲା ଯାଇ ଚିକିତ୍ସା କରେଇ ନାଇଁପାରବାର। ଇଆଡ଼େ ରୋଗ୍‌ର ପରଭାବରେ ଦିନୁଦିନ୍‌କେ ପନୌର ଦିହିପା ଜଟିଲ ହେତେଲ ଯାଉଛେ। ସେ ଉଠାବସା କରି ନାଇଁପାରବାର। ମାଏକିନା ସୁକାନ୍ତୀ ସବୁବେଲେ ଆପ୍‌ନେର ସେବା ଯତନରେ ଲାଗିିଛନ୍‌। ଏନ୍‌ତାଥି ଗୁଟେବଲି ପୁଓ କୁଲି ମଜୁରି କରି ପରିବାର ଚଲଉଛେ। ଏହେଦେ ବି ପରିବାରଟା ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇରହିଛନ୍‌। ସୁକାନ୍ତୀ ଉପେ ଶୂଇନ୍‌ ହେଇ ଆପନେର ଚିକିତ୍ସା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଥାନୀୟ ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri