୮ ଘଣ୍ଟା ମୃତଦେହ ପକାଇ ରଖିଲେ ପରିବାର: ଶୁଭେନ୍ଦୁ ହତ୍ୟାକାରୀଙ୍କ ଗିରଫ ପ୍ରତିଶ୍ରୁତି ମିଳିଲା

ରାଇକିଆ,୬ା୨(ଡ଼ି.ଏନ.ଏ)-ଗତ ଜାନୁୟାରୀ ୧୫ରୁ ନିଖୋଜ ଥିବା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଠାବ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ଓ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଛାଡ଼ି ନ ଥିଲେ। ପ୍ରାୟ ୮ ଘଣ୍ଟା ପରେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବାରୁ ବ୍ୟବଚ୍ଛେଦ ନିମନ୍ତେ ଛାଡ଼ିଥିଲେ।
ଶୁଭେନ୍ଦୁ ୨୨ ଦିନ ହେଲା ନିଖୋଜ ଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ପାରୁ ନ ଥିଲା । ଏପରିକି ପୋଲିସରେ ମଧ୍ୟ ହୋଇଥିଲା । ଶୁଭେନ୍ଦୁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି କେତେକ ସୂଚନା ଦିଆଯାଇଥିଲେ ମଧ୍ୟ ପୋଲିସ ତାକୁ ଗ୍ରହଣ କରି ନ ଥିଲା ବୋଲି ମୃତକଙ୍କ ଭାଇ ଉତ୍ତମ ମଲିକ କହିଛନ୍ତି। ପୋଲିସ ତଦନ୍ତର ବିଳମ୍ବ ପ୍ରତିବାଦରେ ସୋମବାର ପରିବାର ଲୋକେ ଏବଂ ସାହି ବାସିନ୍ଦା ରାଇକିଆ-ଜି.ଉଦୟଗିରି-ବାଲିଗୁଡ଼ା ମୁଖ୍ୟରାସ୍ତା ଅବରୋଧ କରିଥିଲେ । ଏଥିରେ ଆଇନ ଶୃଙ୍ଖଳା ଭାଙ୍ଗ ହେଉଥିବା ଦର୍ଶାଇ ପୋଲିସ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଧବାର ସେମାନେ ଜାମିନରେ ମୁକୁଳିଥିଲେ। ଗୁରୁବାର ଡଲାମାହା ପାହାଡ଼ ନିକଟରେ ଏକ ଗଳିତ ମୃତଦେହ ପଡ଼ିଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇ ଶୁଭେନ୍ଦୁଙ୍କ ପରବାରବର୍ଗଙ୍କୁ ଜଣାଇଥିଲା। ପରିବାର ଲୋକେ ପହଞ୍ଚି ଶୁଭେନ୍ଦୁଙ୍କ ମୃତଦେହ ଚିହ୍ନଟ କରିଥିଲେ। ସକାଳ ୯ଟାରୁ ସନ୍ଧ୍ୟା ସେମାନେ ମୃତଦେହ ପକାଇ ରଖି ବ୍ୟବଚ୍ଛେଦ ନିମନ୍ତେ ପୋଲିସକୁ ଦେଇ ନ ଥିଲେ। ରାଇକିଆ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଓ ତହସିଲଦାର ଶାରଦା କାନ୍ତି ଦଳେଇ ପହଞ୍ଚି ପରିବାର ଲୋକ ଏବଂ ସାହିବାସିନ୍ଦାଙ୍କକୁ ବୁଝାଶୁଝା କରିବା ସହ ବିଭିନ୍ନ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ପ୍ରାୟ ୫ଟାରେ ମୃତଦେହକୁ ଛାଡ଼ିଥିଲେ । ଏକ ଜମିଜମାକୁ କେନ୍ଦ୍ର କରି ଶୁଭେନ୍ଦୁଙ୍କୁ ହତ୍ୟା କରାଯାଇଥିବା ପରିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି । ପୂର୍ବରୁ ରୁଜୁ ହୋଇଥିବା ନିଖୋଜ ମାମଲା ନଂ.୧୧/୨୦ ହତ୍ୟା ମାମଲା ହୋଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସଡ଼ିପିଓ ଜୟକୃଷ୍ଣ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri