୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲା ସ୍ବାସ୍ଥ୍ୟ ବିଭାଗ: ୬୧ନଂ ବୁଲିଛନ୍ତି ୭ ଡାକ୍ତରଖାନା, ୬୨ରୁ ୬୬ନଂଙ୍କ କୋଲକାତା ଲିଙ୍କ

ଭୁବନେଶ୍ୱର, ୨୧।୪(ବ୍ୟୁରୋ)- ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର ୭୯କୁ ଛୁଇଁଛି। ସେପଟେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଙ୍ଗଳବାର ପୂର୍ବ ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର ତଥ୍ୟ ପ୍ରଦାନ କରାଯାଇଛି। ବାଲେଶ୍ୱର, ଭଦ୍ରକ ଓ ସୁନ୍ଦରଗଡ଼ର ୬୧, ୬୨, ୬୩, ୬୪, ୬୫, ୬୬, ୬୮ ଓ ୬୯ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ରାଜ୍ୟ ସରକାର ଦେଇଛନ୍ତି।

୬୧ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ନେଳିଆବାଗର ୫୮ ବର୍ଷୀୟ ବ୍ୟକ୍ତି। ସେ ୧୩ ମାର୍ଚ୍ଚରେ ଗାଡ଼ି ଭଡ଼ା କରି ଝାଡ଼ଖଣ୍ଡ ଯାଇ ସେହିଦିନ ଫେରିଥିଲେ। ଏପ୍ରିଲ ୭ରେ ଘରୁ ବାଲେଶ୍ୱର ମେଡିକାଲ ନିଜ ସ୍କୁଟିରେ ଯାଇଥିଲେ। ୧୩ରେ ପୁଣି ଥରେ ଜିଲା ମୁଖ୍ୟ ମେଡିକାଲ ଯାଇ ସେହିଦିନ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ଆସିଥିଲେ। ୧୪ରେ ଆପୋଲୋରୁ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କିମ୍ସ ମେଡିକାଲ ଗାଡ଼ି ଭଡା କରି ଯାଇଥିଲେ। ୧୪ରୁ ୧୬ ପର୍ଯ୍ୟନ୍ତ କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ୧୬ରେ ଏମ୍ସରେ ଭର୍ତ୍ତି ହେଲେ। ୧୮ରେ ନମୂନାରେ କରୋନା ପଜିଟିଭ ଆସିବା ପରେ ପୁଣି ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ୬୨ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ୫୭ ବର୍ଷୀୟ ବ୍ୟକ୍ତି। ମାର୍ଚ୍ଚ ୨୮ରେ ସେ ଗାଡି ଭଡା କରି ୩ ଜଣ ଯାତ୍ରୀଙ୍କ ସହ କୋଲକାତାରୁ ନିଜ ଘର ଭଦ୍ରକ ବାସୁଦେବପୁର ପଦ୍ମପୁର ଆସିଥିଲେ। ୨୮ରୁ ଏପ୍ରିଲ ୧୪ ଘରେ ସଙ୍ଗରୋଧରେ ରହିଲେ। ଏପ୍ରିଲ ୧୯ରେ ନମୂନା ପଜିଟିଭ ଆସିବା ପରେ ୨୦ ତାରିଖରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପଟେ ୬୩ ନମ୍ବର କରୋନା ଆକ୍ରାନ୍ତ ୫୮ ବର୍ଷୀୟ ବ୍ୟକ୍ତି କୋଲକାତାରୁ ନିଜ ଘର ଭଦ୍ରକ ଜିଲା ବାସୁଦେବପୁରର ଖରିଡ଼ା ଗାଁକୁ ଫେରିଥିଲେ। ଏପ୍ରିଲ ୯ରେ ସେ ଟ୍ରକରେ କୋଲକାତାରୁ ଫେରିଥିଲେ। ୯ରୁ ୧୪ ହୋମ୍‌ କ୍ୱାରାଣ୍ଟାଇନରେ ରହିଥିଲେ। ୧୫ରୁ ୧୯ ସରକାରୀ ସଙ୍ଗରୋଧରେ ରହିବା ପରେ ୧୯ରେ ତାଙ୍କ ନମୂନା ପଜିଟିଭ ଆସିଥିଲା। ଏହାପରେ ୨୦ରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ୫୫ ବର୍ଷୀୟ ୬୪ନମ୍ବର ଆକ୍ରାନ୍ତ ଜଣଙ୍କ କୋଲକାତାରୁ ଭଦ୍ରକ ବାସୁଦେବପୁର ମାଟିପକା ଗାଁକୁ ଫେରିଥିଲେ। ମାର୍ଚ୍ଚ ୨୯ରେ ସେ କୋଲକାତାରୁ ଭଡ଼ା ଗାଡିରେ ଅନ୍ୟ ୭ ଜଣ ଯାତ୍ରୀଙ୍କ ସହ ଆସିଥିଲେ। ୨୯ରୁ ଏପ୍ରିଲ ୧୪ ଘରେ ସଙ୍ଗରୋଧରେ ରହିଥିଲେ। ପରେ ଏପ୍ରିଲ ୧୫ରୁ ୧୯ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୧୯ରେ ନମୂନା ପଜିଟିଭ ବାହାରିଥିଲା। ଏହାପରେ ୨୦ରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ଭଦ୍ରକ ଭଣ୍ଡାରୀପୋଖରୀ ରାହାଣିଆ ଅଞ୍ଚଳର ୬୬ ବର୍ଷୀୟ ଆକ୍ରାନ୍ତ ତଥା ୬୫ ନମ୍ବର ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୮ରେ କୋଲକାତାରୁ ଫେରିଥିଲେ। ମାର୍ଚ୍ଚ ୨୮ରୁ ଏପ୍ରିଲ ୧୪ ଘରେ ସଙ୍ଗରୋଧରେ ରହିଥିଲେ। ୧୫ରୁ ୧୯ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ଓ ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ୬୬ ନମ୍ବର ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୯ରେ କୋଲକାତାରୁ ଫେରିଥିଲେ। ସେ ଭଦ୍ରକ ଭଣ୍ଡାରୀପୋଖରୀ କୁଶଗଡ଼ିଆ ଅଞ୍ଚଳର ୪୮ ବର୍ଷୀୟ ଆକ୍ରାନ୍ତ। ମାର୍ଚ୍ଚ ୨୯ରୁ ଏପ୍ରିଲ ୧୪ ଘରେ ସଙ୍ଗରୋଧରେ ରହିଥିଲେ। ୧୫ରୁ ୧୯ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୧୯ରେ ନମୂନା ପଜିଟିଭ ଓ ୨୦ରେ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପଟେ ବାଲେଶ୍ୱର ଜିଲା ବରହମପୁରର ରିଗିଡ଼ି ଗାଁର ୨ବର୍ଷର ଝିଅ ତଥା ୬୮ ନମ୍ବର ଆକ୍ରାନ୍ତ ଜଣଙ୍କ ନିକଟରେ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଥଣ୍ଡା ଓ କାଶ ଳକ୍ଷଣ ଦେଖାାଯାଇଥିଲା। ଏପ୍ରିଲ ୭ରୁ ୧୬ତାରିଖ ପର୍ଯ୍ୟନ୍ତ ସେ ବରହମପୁର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇଥର ଓପିଡିରେ ଯାଇ ଦେଖାଇଥିଲେ। ଲକ୍ଷଣ ଥବବାରୁ ତାଙ୍କ ନମୂନା ସଂକ୍ରହ କରାଯାଇଥିଲା ଏବଂ ୧୯ରେ ତାଙ୍କ ପଜିଟିଭ୍‌ ଆସଇଥିଲା। ଏହାପରେ ୨୦ରେ ତାଙ୍କୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ସୁନ୍ଦରଗଡ଼ ବିଶ୍ରାର ୪୦ବର୍ଷୀୟ ବ୍ୟକ୍ତି ତଥା ୬୯ ନମ୍ବର ଆକ୍ରାନ୍ତ ଜଣଙ୍କ ମାର୍ଚ୍ଚ ୨୧ରୁ ୨୯ ନିଜ ଘରେ ରହିଥିଲେ। ୨୯ରୁ ୩୧ତାରିଖ ସେ ରାଉରକେଲାର ନାଲା ରୋଡ୍‌ରେ ଥିଲେ। ପୁଣି ଘରକୁ ଫେରି ଏପ୍ରିଲ ୧ରୁ ୧୯ ଘରେ ରହିଥିଲେ। ଲକ୍ଷଣ ଥିବାରୁ ୨୦ରେ ନମୂନା ପରୀକ୍ଷଣ ହୋଇଥିଲା ଏବଂ ସେହିଦିନ ତାଙ୍କ ରାଉରଖେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଳ ସ୍ଥାନାନ୍ତର କରାଯାଇଥିଲା। ତେବେ ଏହି ଆକ୍ରାନ୍ତ ଜଣଙ୍କ ସେଠିକାର ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

କାହିଁକି ଶଗଡ ଚଢି ନାମାଙ୍କନ ଦାଖଲ କରିବାକୁ ଆସିଲେ ମନ୍ମଥ, କହିଲେ କାରଣ…

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ ।...

ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିପାରେ ଭାଜପା: ଅମିତ ଶାହା

ଭୁବନେଶ୍ୱର,୨ା୫: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ରେ ଦଳ ଓଡିଶାରେ ପ୍ରାୟ ୧୬ ଟି ଲୋକସଭା ଆସନ ଜିତିପାରେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ...

ସ୍ତ୍ରୀ ରୋଗ ବିଶେଷଜ୍ଞରୁ ରାଜନୀତି, ଭାଜପା ଟିକେଟ୍‌ରେ ଏଇଠୁ ଲଢିବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦଳ ବାରବାଟୀ କଟକରୁ ପ୍ରଖ୍ୟାତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ...

ଭାଜପା ବିଧାନସଭା ପ୍ରାର୍ଥୀ: ଘସିପୁରାରୁ ଲଢିବେ…

ଭୁବନେଶ୍ୱର,୨।୫: ଭାଜପା ଗୁରୁବାର ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ,...

”ମୁଁ ନବୀନ ପଟ୍ଟନାୟକଙ୍କ ମହାନ ମୂଲ୍ୟବୋଧର ଉତ୍ତରାଧିକାରୀ”: କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ୱର,୨ା୫: ଓଡ଼ିଶାରେ ତୀବ୍ର ରାଜନୈତିକ ମାହୋଲ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ତଥା ଫାଇଭ ଟି ଅଧ୍ୟକ୍ଷ ଏବଂ ନବୀନ ଓଡ଼ିଶା ଚେୟାରମ୍ୟାନ...

ବିଜେଡି ଛାଡ଼ିବା ପରେ ଏମିତି କହିଲେ ଅନୁଭବ

ଭୁବନେଶ୍ୱର,୨ା୫: ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅନୁଭବ ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବା ନେଇ...

୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, କଟକ ବାରବାଟୀରୁ ଲଢିବେ…

ଭୁବନେଶ୍ୱର,୨।୫: ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା। ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri