୭୫୦୦ ଟଙ୍କାରୁ ଅଧିକ ଫ୍ଲାଟ୍‌ ମେଣ୍ଟେନାନ୍ସ ଲାଗି ଦେବାକୁ ହେବ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୨୪-୭-କେନ୍ଦ୍ର ସରକାର ଫ୍ଲାଟ୍‌ ମେଣ୍ଟେନାନ୍ସରୁ ମଧ୍ୟ ଜିଏସ୍‌ଟି ଆଦାୟ ଲାଗି ସ୍ଥିର କରିଛନ୍ତି। ଏଣିକି ଫ୍ଲାଟ୍‌ ମେଣ୍ଟେନାନ୍ସ ବାବଦରେ ରେସିଡେଣ୍ଟ ଓ୍ବେଲ୍‌ଫେୟାର ଆସୋସିଏଶନକୁ ପ୍ରତି ମାସରେ ୭୫୦୦ ଟଙ୍କାରୁ ଅଧିକ ପ୍ରଦାନ କରାଯାଉଥିଲେ ୧୮% ଜିଏସ୍‌ଟି ଦେବାକୁ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏଥିରେ କୁହାଯାଇଛି ଯେ, ୨୦୧୮ ଜାନୁୟାରୀ ୨୫ ପୂର୍ବରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଫ୍ଲାଟ୍‌ ମେଣ୍ଟେନାନ୍ସ ପାଇଁ ପ୍ରତି ମାସରେ ଜିଏସ୍‌ଟି ଛାଡ଼ ମିଳୁଥିଲା। ଯାହାକୁ ଜାନୁୟାରୀ ୨୫ରୁ ୭୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଏହି ସୀମା ଟପିବା ମାତ୍ରେ ଜିଏସ୍‌ଟି ଦେବାକୁ ହେବ। ଟିକସ ଅଧିକାରୀଙ୍କ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଦାହରଣ ଉପସ୍ଥାପନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଯଦି ଜଣେ ମାଲିକ ଫ୍ଲାଟ୍‌ ମେଣ୍ଟେନାନ୍ସ ବାବଦରେ ମାସକୁ ୯ ହଜାର ଟଙ୍କା ଦିଅନ୍ତି, ତେବେ ଏହା ଉପରେ ହିଁ ୧୮% ଜିଏସ୍‌ଟି ଆଦାୟ ହେବ, ୧୫୦୦ ଟଙ୍କା(୯୦୦୦-୭୫୦୦ ଟଙ୍କା) ଉପରେ ନୁହେଁ। ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଯଦି ରେସିଡେଣ୍ଟ ଓ୍ବେଲ୍‌ଫେୟାର ଆସୋସିଏଶନର ଟର୍ନଓଭର ବା କାରବାର ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ ତେବେ ତାଙ୍କୁ ରେଜିଷ୍ଟ୍ରେଶନ ନମ୍ବର ଏବଂ ଜିଏସ୍‌ଟି ଦେବାକୁ ପଡିବ ନାହିଁ। ଏ କ୍ଷେତ୍ରରେ ମେଣ୍ଟେନାନ୍ସ ଚାର୍ଜ ୭୫୦୦ ଟଙ୍କାରୁ ଅଧିକ ହେଲେ ମଧ୍ୟ ଛାଡ଼ ମିଳିବ। ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଯାହାଙ୍କ ନିକଟରେ କୌଣସି ହାଉସିଂ ସୋସାଇଟି ଅଥବା ରେସିଡେନ୍ସିଆଲ କମ୍ପ୍ଲେକ୍ସରେ ଏକାଧିକ ଫ୍ଲାଟ୍‌ ରହିଛି, ତାଙ୍କ ପାଇଁ ୭୫୦୦ ଟଙ୍କାରୁ ଊର୍ଦ୍ଧ୍ୱ ପ୍ରତି ମାସ ମେଣ୍ଟେନାନ୍ସ ସୀମା ସ୍ବତନ୍ତ୍ର ଭାବେ ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri