୭୧ ଦିନ ପରେ ଜଳେଶ୍ୱରରେ ଟ୍ରେନ୍‌ ରହଣି : ଯାତ୍ରୀଙ୍କୁ କରାଗଲା ଥର୍ମାଲ ସ୍କ୍ରିନିଂ

ଜଳେଶ୍ୱର, ୧।୬(ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଦୀର୍ଘ ୭୧ ଦିନ ପରେ ସୋମବାର ପ୍ରଥମ କରି ୦୨୦୭୪ ଡାଉନ୍‌ ଜନଶତାବ୍ଦୀ ଟ୍ରେନ୍‌ ପୂର୍ବାହ୍ନ ୧୦ଟାରେ ଭୁବନେଶ୍ୱରରୁ ଆସି ଜଳେଶ୍ୱରରେ ପହଞ୍ଚିଥିଲା। ଏଠାରୁ ୨୩ଜଣ ଯାତ୍ରୀ ୨ନଂ. ପ୍ଲାଟଫର୍ମରୁ ଟ୍ରେନ୍‌ରେ ଚଢିବା ପୂର୍ବରୁ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ଓ ଯାତ୍ରା ସମ୍ପର୍କୀତ ସମସ୍ତ ତଥ୍ୟ ପଞ୍ଜୀକରଣ କରାଯାଇଥିଲା। ସେହିପରି ଟ୍ରେନ୍‌ରୁ ୧୭ଜଣ ଯାତ୍ରୀ ଓହ୍ଲାଇବା ପରେ ସେମାନଙ୍କୁ ପଞ୍ଜୀକରଣ କରାଯାଇ ସେମାନଙ୍କ ଡାହାଣ ହାତରେ ଅଲିଭା କାଳିରେ ଷ୍ଟାମ୍ପିଂ କରାଯାଇଥିଲା। ୦୨୦୭୩ ଅପ୍‌୍‌ ଟ୍ରେନ୍‌ଟି ନିର୍ଦ୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ଜଳେଶ୍ୱର ଷ୍ଟେଶନରେ ଲାଗିଥିଲା। ଏଥିରେ ୨୨ଜଣ ଯାତ୍ରୀ ଚଢିଥିବା ବେଳେ ୫୦ଜଣ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇଥିବା ରେଲଓ୍ବେ ସୂତ୍ରରୁ ପ୍ରକାଶ। ପ୍ରତିଦିନ ଏହି ଟ୍ରେନ୍‌ ଯାତାୟାତ କରିବାକୁ ଥିବା ବେଳେ ପରୀକ୍ଷା ନିରୀକ୍ଷା, ଥର୍ମାଲ ସ୍କ୍ରିନିଂ ଓ ଷ୍ଟାମ୍ପିଂ ହେବ ବୋଲି ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ଖଗେନ୍ଦ୍ର ମଣ୍ଡଳ ସୂଚନା ଦେଇଛନ୍ତି। ଟ୍ରେନ୍‌ ଆସିବା ପୂର୍ବରୁ ସକାଳ ସାଢେ ୭ଟା ବେଳେ ସମସ୍ତ ପ୍ଲାଟଫର୍ମକୁ ସାଇଟାଇଜ୍‌ କରାଯିବା ପରେ ଯାତ୍ରୀମାନଙ୍କୁ ଷ୍ଟେଶନ ଭିତରକୁ ଯିବାର ଅନୁମତି ଦିଆଯାଇଥିଲା। ଷ୍ଟେଶନର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ପ୍ଲାଟଫର୍ମକୁ ବ୍ୟାରିକେଡ କରାଯାଇ ୱାନ୍‌ ୱେ ଯାତାୟାତର ବ୍ୟବସ୍ଥା ଆର୍‌ପିଏଫ ଓ ଜିଆରପି ପକ୍ଷରୁ କରାଯାଇଥିଲା। ଯାତ୍ରୀମାନେ ନିଜ ନିଜ ଘରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ଜଳେଶ୍ୱର ବିଡିଓ ଦିପ୍ତିରଞ୍ଜନ ସେଠୀ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, କମଳଲୋଚନ ପାତ୍ର, ପ୍ରଶାନ୍ତ ପାତ୍ର, ଆର୍‌ପିଏଫ ଏସ୍‌ ସରକାର, ଅମିତ୍‌ କୁମାର, ସତୀଶ କୁମାର, ରାଜୀବ କୁମାର, ଜିଆର୍‌ପି ଏମ୍‌ ଭଞ୍ଜ, କେ. ଗଣ୍ଡ, ପ୍ରମୋଦ ଚନ୍ଦ୍ର ପରିଡା ଓ ଡି. ମାଝି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri