୭୦ରୁ୯୦ ପ୍ରତିଶତ ଭାରତୀୟଙ୍କର ଭିଟାମିନ ଡି’ ଅଭାବ

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍‌-୨ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପର ଶିକାର ହେଉଛନ୍ତି ବୋଲି କହିଛନ୍ତି ଶୁଶ୍ରୂଷା ହସ୍ପିଟାଲ, ମୁମ୍ବାଇର ଚିକିତ୍ସକ ପି.ଜି ତଲଓ୍ବାର । ଏହା ମଧ୍ୟ କିଛି କ୍ରୋନିକ୍‌ ଡିଜିଜର କାରଣ ବି ହେଉଛି। ଭାରତରେ ୮୦ ପ୍ରତିଶତ ଗର୍ଭବତୀ ମହିଳାଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହୁଛି ଓ ଏହାଯୋଗୁ ସେମାନଙ୍କ ସନ୍ତାନ ଜନ୍ମହେବା ପରେ ଏହି ସମସ୍ୟାର ଶିକାର ହେଉଛନ୍ତି। ବୟସ୍କମାନେ ଭିଟାମିନ୍‌ ଡି’ ଅଭାବରେ ରହିଲେ ସେମାନଙ୍କ ଅସ୍ଥି ଓ ମାଂସପେଶୀ ମଧ୍ୟ ଦୁର୍ବଳ ହୋଇଯାଏ ବୋଲି କହିଛନ୍ତି ଆବୋଟ୍‌ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀରୂପ ଦାସ। ମୁମ୍ବାଇର ୧,୫୦୮ ଜଣଙ୍କୁ ଅନୁଧ୍ୟାନରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୪.୨ ପ୍ରତିଶତ ଡାଇବେଟିସ ଓ ୮୨.୬ ପ୍ରତିଶତ ଉଚ୍ଚରକ୍ତଚାପରେ ପୀଡ଼ିତ ଥିଲେ। ଏହା ସହ ୭୬ ପ୍ରତିଶତ ଥାଇରଏଡ୍‌ ସମସ୍ୟା ଓ ୮୨ ପ୍ରତିଶତ ମେଦବହୁଳତାର ଶିକାର ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ସବୁ ସ୍ବାସ୍ଥ୍ୟଗତ ସମସ୍ୟା ଭିଟାମିନ ଡି’ ଅଭାବ ଯୋଗୁ ହେଉଛି ବୋଲି କହିଛନ୍ତି ଡ. ତଲଓ୍ବାର। ଭାରତରେ ଅଧିକାଂଶ ଲୋକ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ନଆସିବା ଓ ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ସେମାନେ ଭିଟାମିନ ଡି’ଅଭାବ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାବାଦ୍‌ ଅତ୍ୟଧିକ ବାୟୁ ପ୍ରଦୂଷଣ ଯୋଗୁ ମଧ୍ୟ ତ୍ୱଚା ଭିଟାମିନ୍‌ ଡି ’ଗ୍ରହଣ କରିବାରେ ବାଧା ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri