୭ନମ୍ବର ୱାର୍ଡରେ ସରକାରୀ ଡ୍ରେନ ଅବରୋଧ: ଦୁର୍ଦ୍ଦଶା ଭୋଗୁଛନ୍ତି ଆମ୍ବେଦକର କଲୋନୀବାସୀ

ଯାଜପୁର ଅଫିସ,୧୬ା୧୦- ଦୀର୍ଘ ବର୍ଷ ହେଲା ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଅସମାହିତ ହୋଇରହିଛି। ବାର୍ଷିକ କୋଟିକୋଟି ଟଙ୍କା ବ୍ୟୟବରାଦ ହେଉଥିଲେ ସୁଦ୍ଧା ଆଜି ବି ସହରର ଡ୍ରେନେଜ ବ୍ୟବସ୍ଥା ସୁଧୁରି ପାରି ନାହିଁ। ବ୍ୟାସନନଗର ପୌରାଞ୍ଚଳର ୭ ନମ୍ବର ୱାର୍ଡ ଆମ୍ବେଦକର କଲୋନୀ (ରାମଦାସ କଲୋନୀ)ର ମୁଖ୍ୟ ରାସ୍ତାରେ ଥିବା ସରକାରୀ ଡ୍ରେନକୁ ଏହାର ଉଦାହରଣ ଭାବେ ନିଆଯାଇ ପାରେ। ଏହି ଡ୍ରେନକୁ ଜଣେ ଲୋକ ପୋତି ଦେଇଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଜିଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ବ୍ୟାସନଗର ପୈାରାଧିକାରୀ, ଯାଜପୁରରୋଡ ପୋଲିସ, ବ୍ୟାସନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଛି। କିନ୍ତୁ ପ୍ରଶାସନ ଅବରୋଧ ହଟାଇବା ବଦଳରେ ନୀରବ ଦ୍ରଷ୍ଟା ସାଜିଛି।
ଡ୍ରେନେଜ ଓ ପରିମଳ କ୍ଷେତ୍ରରେ ଅବହେଳା ଯୋଗୁ ବ୍ୟାସନଗର ସହରବାସୀ ଦୀର୍ଘଦିନ ହେଲା ସମସ୍ୟାରେ ରୁନ୍ଧି ହେଉଛନ୍ତି। ବ୍ୟାସନଗର ମ୍ୟୁନିସିପାଲଟି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି। ଅପରପକ୍ଷେ ମ୍ୟୁନିସିପାଲଟିର ଏହି ଆଭିମୁଖ୍ୟ ପାଇଁ ସହରର ବାୟୁ ଏବଂ ଗଣ୍ଡନାଳା ଜଳ ବିଷାକ୍ତ ହେଉଛି। ସହରର ଡ୍ରେନେଜ ବ୍ୟବସ୍ଥାରେ ବର୍ହିଗମନ ପଥ ନ ଥିବାରୁ ପ୍ରାୟ ୭୦ ପ୍ରତିଶତ ବିଷାକ୍ତ ଜଳ ସହରର ବିଭିନ୍ନ ବିଲବାଡି, ପୋଖରୀ ଆଦି ସ୍ଥାନରେ ଜମା ରହୁଛି। ସହରକୁ ପ୍ରକୃତିଦତ୍ତ ପୌରାଣିକ ବ୍ୟାସସରୋବର ସମେତ ପ୍ରାକୃତିକ ଜଙ୍ଗଲ ପ୍ରତି ବିପଦ ମାଡ଼ି ଆସିିଛି। ଏହା ସହିତ ଗଣ୍ଡନାଳା ପାଣି ବ୍ରାହ୍ମଣୀର ଉପନଦୀ ଖରସ୍ରୋତାରେ ମିଶୁଥିବାରୁ ପାନୀୟ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିବା ନଦୀକୂଳିଆ ଗ୍ରାମାଞ୍ଚଳ ଅଧିବାସୀଙ୍କ ପାଇଁ ଯାଜପୁର ମ୍ୟୁନିସିପାଲଟି ଅପରାଧୀ ସାଜିଛି। ସଂପ୍ରତି ସହରର ୭ ନମ୍ବର ୱାର୍ଡର ଧବଳଗିରିସି୍ଥତ ଅକ୍ଟ୍ରାଇଗେଟ-ପାଇକିରାପୁର ମୁଖ୍ୟ ରାସ୍ତାରେ ଥିବା ସରକାରୀ ଡ୍ରେନକୁ ମୋରମ ପକାଇ ଅବରୋଧ କରାଯାଇଛି। ଫଳରେ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ। ଏନେଇ କଲୋନୀର ମୁଖ୍ୟ ରାସ୍ତା ଉପରେ ୨ଫୁଟରୁ ଊର୍ଦ୍ଧ୍ୱ ବର୍ଜ୍ୟପାଣି ଜମୁଛି। ଗତବର୍ଷ ଉନ୍ନତି ଯୋଜନାରେ ଲାକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତାଟିରେ କଂକ୍ରିଟ ଛାଡି ଖାଲଖମା ସୃଷ୍ଟି ହେଉଛି। ଡ୍ରେନ ଅବରୋଧ ଯୋଗୁ କଲୋନୀବାସୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଦୀର୍ଘବର୍ଷ ହେଲା ଏହି ଡ୍ରେନରେ ବର୍ଷାଜଳ ନିଷ୍କାସନ ହେଉଥିଲା। କିନ୍ତୁ ଅବରୋଧ ଯୋଗୁ ପାଣି ମୁଖ୍ୟ ରାସ୍ତା ଉପରେ ଜମି ଦୁର୍ଗନ୍ଧ ବାହାରୁଛି। ସୋମବାର ମାନସ କୁମାର ରାଉତ, ଗଦାଧର ବେହେରା, ଗଣେଶ ଚନ୍ଦ୍ର ଧୀର, କଳ୍ପନା ରାଉତ ପ୍ରମୁଖ କଲୋନୀବାସୀ ୫ମ ଥର ପାଇଁ ଅବରୋଧ ହଟାଇବାକୁ ପୌର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଏନେଇ ପୌରାଞ୍ଚଳର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ଦିନେଦୁଇ ଦିନ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri