୭.୫ କୋଟି ଟଙ୍କାରେ ଶୁଟିଂ ହେବ ସଲମାନ-ରଣଦୀପଙ୍କ ଫାଇଟ୍‌ ସିନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏବେ ଫିଲ୍ମକୁ ନେଇ କିଛି ନୂଆ ଅପଡେଟ୍ସ ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ଏହାର କ୍ଲାଇମାକ୍ସ ହେଭି ଭିଏଫ୍‌ଏକ୍ସ ସହ ଶୁଟିଂ କରାଯିବ। ପ୍ରାୟ ୨୦ ମିନିଟର ଏହି ସିକ୍ୟୁଏନ୍ସର ଶୁଟିଂ ପାଇଁ ପାଖାପାଖି ୭.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶୁଣିବାକୁ ମିଳିଛି। ମିଡ୍‌ ଡେ’ର ଖବର ଅନୁଯାୟୀ ଏହି ସିନ୍‌ କ୍ରୋମା ଟେକ୍ନୋଲୋଜିରେ ଶୁଟ୍‌ କରାଯିବ ବୋଲି ଜଣାପଡିଛି। ରଣଦୀପ ହୁଡ୍ଡା ଓ ସଲମାନ ଖାଁଙ୍କ ଏହି ଫାଇଟ୍‌ ସିନ୍‌ ଯେଉଁ କ୍ରୋମାରେ ଶୁଟିଂ କରାଯିବ ତାହା ଖୁବ୍‌ ଦାମୀ ବୋଲି କୁହାଯାଉଛି। ଏହାକୁ କେବଳ ବଡ ବଡ ଫିଲ୍ମ ମେକର୍ସ ବ୍ୟବହାର କରିଥାଆନ୍ତି। ବାହୁବଳୀ ଓ ବାହୁବଳୀ-୨ରେ ଏହା ବ୍ୟବହାର କରାଯାଇଥିଲା। ଅର୍ଥାତ୍‌ ଏହା କେବଳ ହାଇ ବଜେଟ୍‌ ଫିଲ୍ମରେ ବ୍ୟବହାର କରାଯାଏ। ବ୍ଲୁ ଓ ଗ୍ରୀନ୍‌ ବ୍ୟାକଗ୍ରାଉଣ୍ଡ ସହ ଭିଡିଓ ଶୁଟ୍‌ କରାଯାଉଥିବା ଲାଇଟ୍‌ ଗୁଡିକ ମଧ୍ୟ ଦାମୀ ହୋଇଥାଏ। ଏଥିରେ ବ୍ୟାକଗ୍ରାଉଣ୍ଡକୁ ଡିଲିଟ୍‌ କରାଯାଇ କାହାଣୀ ଅନୁଯାୟୀ ସେଟ୍‌ କରାଯାଇଥାଏ। ଶୁଣିବାକୁ ମିଳିଛି ‘ରାଧେ’ର ଫାଇଟିଂ ସିନ୍‌ ଦୁବାଇରେ କରାଯିବ। ଆଉ ଏହାର ବାକି ସିନ୍‌ ଗୁଡିକ ଦିଲ୍ଲୀ, କୋଲକାତା, ଜୟପୁର ଓ ଲକ୍ଷ୍ନୌରେ ଶୁଟିଂ କରାଯିବ। ଆକ୍ସନ ସିନ୍‌ ଷ୍ଟୁଡିଓରେ ଶୁଟ୍‌ କରାଯିବ। ଏବେ ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା ଇଦ୍‌ ଅର୍ଥାତ୍‌ ୨୨ ମେ’ରେ ‘ରାଧେ’ ରିଲିଜ୍‌ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜରି ବ୍ୟାଗରେ ନେଇ ଯାଉଥିଲେ ଦେଶୀ ମଦ ପାଉଚ, ଅଚାନକ ପଛରୁ ଧରିଲା ଅବକାରୀ ଥାନା ପୋଲିସ, ତା’ପରେ…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ ଥାନା ପୋଲିସ ବି. ତୁରୁୁବୁଡ଼ି ଗ୍ରାମର ରମେଶ ରେଡ୍ଡୀଙ୍କୁ ଅବକାରୀ ଥାନା ମାମଲା ନଂ.୭୫/୨୬-୨୭ ଅନୁଯାୟୀ ଗିରଫ କରିଛନ୍ତି। ତାଙ୍କ…

ମ୍ୟାଚ୍‌ ଫିକ୍ସଂ କରି ୮ ବର୍ଷ ବାସନ୍ଦ ହେଲେ ଏହି କ୍ରିକେଟର

ଦୁବାଇ,୩ା୮: ୟୁଏସ୍‌ଏ ଖେଳାଳି ବୋଦୁଗମ ଅଖିଳେଶ ରେଡ୍ଡୀ ଏକ ମ୍ୟାଚ୍‌ ଫିକ୍ସଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୮ ବର୍ଷ ଲାଗି ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

ଝାଡ଼ଖଣ୍ଡର ‘ସୋନମ ୱାଙ୍ଗଚୁକ୍’! ଜାଣନ୍ତୁ କିଏ ଏହି ଦେବେନ୍ଦ୍ର ମାହାତୋ, ଯିଏ ଛାତ୍ରଙ୍କ ହକ୍‌ ପାଇଁ ଆମରଣ ଅନଶନରେ…

ନୂଆଦିଲ୍ଲୀ,୩।୮: ନିଟ୍ (NEET) ପେପର ଲିକ୍‌କୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ କିଛିଟା ପ୍ରଶମିତ ହୋଇଥିଲେ ବି ଝାଡ଼ଖଣ୍ଡରେ ଏବେ ବି ନିଆଁ ଜଳୁଛି, ଆଉ ଏହାର…

ବାଙ୍କିପୁର ବିଜେତା ପ୍ରଶାନ୍ତ କିଶୋର କେତେ ଧନୀ? ପାଟନାରୁ ଦିଲ୍ଲୀ-ନୋଏଡା ପର୍ଯ୍ୟନ୍ତ ରହିଛି…

ପାଟନା,୩।୮: ପ୍ରଶାନ୍ତ କିଶୋର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବଡ଼ ବ୍ୟବଧାନରେ ଜିତିଛନ୍ତି। ସେ ଭାଜପାର ନୀରଜ ସିହ୍ନାଙ୍କୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏହି…

ଖେମୁଣ୍ଡି କଲେଜରେ ନବାଗତ ଛାତ୍ରୀଛାତ୍ରଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ: ଛାତ୍ରୀଛାତ୍ରଙ୍କୁ ଦିଆଗଲା ଏହି ପରାମର୍ଶ

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ପରିସରରେ ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏକ ଅଭିମୁଖୀକରଣ…

ଦାଦନ ଖଟିବାକୁ ଯାଇଥିଲେ , ଶବ ହେଇ ଘରକୁ ଫେରିଲେ: କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ

ଲାଞ୍ଜିଗଡ଼, ୩।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri