୭ ବଛର ହେଲା ସପନ୍‌ ହେଇ ରହିଛେ

କଣ୍ଟାମାଳ, ୮।୧୧ (ଡି.ଏନ୍‌.ଏ.)-ବୌଦ୍ଧ ଜିଲା କଣ୍ଟାମାଳ-ବଲାଙ୍ଗୀର ତେଲନଦୀ ପୁଲିଆ ତିଆରି ମୂଲ ହେବାର ୭ ବଛର ଉତାରୁ ବି ଅଂଚଲବାସୀକର ସପନ୍‌ ପୂରା ନାଇଁ ହେଇପାରି। ୮ଟା ସ୍ଳାବ୍‌ର ଶେଷ ଢଲେଇ, ବାଡ଼ା ଆର ସଂଯୋଗ ରାସ୍‌ତା ଅଭାବୁ ପୁଲିଆ ଲୁକ୍‌କର ଲାଗି ଖୁଲାଯାଇ ନାଇଁ ପାରବାର। ଇ ପୁଲିଆ ବୌଦ୍ଧ ଜିଲା କଣ୍ଟାମାଲରୁ ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ହେଇ ବଲାଙ୍ଗୀରରେ ଜୁଡ଼ି ହେବା। ପୁଲିଆ ଖୁଲ୍‌ଲେ କଣ୍ଟାମାଳ ଆର ବଲାଙ୍ଗୀର ଭିତରେ ପାଖାପାଖି ୫୦ କି.ମି. ରାସ୍‌ତା କମିଯିବା। ସେନ୍‌ତା ବଲାଙ୍ଗୀର, ଫୁଲବାଣୀ ଆର ବ୍ରହ୍ମପୁର ଭିତରେ ପାଖାପାଖି ୭୦ କି.ମି. ରାସ୍‌ତା କମିଯିବା। ହେଲେ ରାଏଜ୍‌ ସରକାର ଆର ଜିଲା ପରଶାସନର ଅଁ।ତରିକତା ଅଭାବୁ ତେଲନଦୀ ପୁଲିଆ କାମ୍‌ ଶେଷ ନାଇଁ ହେଇପାରବାର ବଲି ଅଂଚଲବାସୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ୨୦୧୨ ସାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇ ପୁଲିଆ ତିଆରି ଲାଗି ଭୂମି ପୂଜା କରି ପଥର ଗାଡ଼ିଥିଲେ। ହେଲେ କାମ ଲେଠ୍‌ରେଇ ଲେଠ୍‌ରେଇ ଗଲା ବଛର ପିଲର ଆର ଛାତ କାମ ସରିଛେ। ସେନ୍‌ତା ପୁଲିଆର ସଂଯୋଗ ରାସ୍‌ତା ଲାଗି ସୁବର୍ଣ୍ଣପୁର ଜିଲା ତରଭା ତହସିଲ ଅଧୀନ ୫ ଝନ୍‌କର ଜମି ଦଖଲର କ୍ଷତିପୁରନ ଦିଆ ସରିଛେ। ହେଲେ ଜଂଗଲ ବିଭାଗର ଖାମ୍‌ଖିଆଲି ମନଭାବ ଲାଗି ଇ ଜମିରେ ଥିବାର ଗଛ କଟାଯାଇ ନାଇଁପାରବାର। ସେନ୍‌ତା ପରଶାସନର ଖାମଖିଆଲି ମନଭାବ ଲାଗି ଆଏଜ୍‌ ବି ସଂଯୋଗ ରାସ୍‌ତା ଲାଗି ତରଭା ତହସିଲର ୨୫୦୦ ମିଟର ଜମି ଦଖଲ ପୂରା ନାଇଁ ହେଇପାରି। ଇଆଡେ ପୁଲିଆ କାମ ସାରବାକେ ଅଂଚଲବାସୀ ଦୁଇମାସ ତଲେ ଜିଲାପାଳକୁଁ ନିବେଦନ କରିଥିଲେ। ସେନ୍‌ତା ବୌଦ୍ଧ ଜିଲା ପରିଦରଶନରେ ଆସିଥିବାର ୫ଟି ସଚିବକୁଁ କଣ୍ଟାମାଲର ଯୁବକମାନେ ଭେଟି ପୁଲିଆ କାମ ଲେଠ୍‌ରାବାର ବାବ୍‌ଦେ ଅଭିଯୋଗ କରିଥିଲେ। ହେଲେ ଏଭ୍‌ତକ ପୁଲିଆର ବାଡ଼ା ଆର ୮ଟା ସ୍ଳାବ୍‌ର ଶେଷ କୋଟ ଢଲେଇ କାମ ବାକି ରହିଛେ। ଇ ବାବ୍‌ଦେ ଭାଜପା ଯୁବନେତା ଡମ୍ବରୁଧର କହଁର କହିଛନ୍‌ ଯେ, ବାରବାର ଅଭିଯୋଗ କଲେ ବି ପରଶାସନ କଣ୍ଟାମାଳ ତେଲନଦୀ ପୁଲିଆ ଖୁଲବାର ଦିଗେ ପଦକ୍ଷେପ ନାଇଁ ନେବାର। ଏନ୍‌ତାଥି ଆଏବାର ଦିନେ ଅଂଚଲବାସୀ ଉଲ୍‌ଗୁଲାନକେ ଉତିରବାରଟା ଥଏ ଆଏ ବଲି ସେ କହିଛନ୍‌। ଇ ଦିଗେ କଣ୍ଟାମାଳ ନାଗରିକ କମିଟି ବାରବାର ପରଶାସନର ଦୁରୁଷ୍‌ଟି ଆକରଷନ୍‌ କରି ନିରାଶ ହେଇଛେ। ଇ ବାବ୍‌ଦେ କଣ୍ଟାମାଳ ଓକିଲ ସଂଘର ସଭାପତି ଦୁତିଆଚରଣ ସାହୁ କହଛନ୍‌ ଯେ, ରାଏଜ୍‌ ସରକାର ଆର ପରଶାସନର ଉଦାସିନତା ଲାଗି ତେଲନଦୀ ପୁଲିଆ କାମ ଶେଷ ନାଇଁ ହେଇପାରବାର। ଅଲପ ଦିନ ଭିତରେ ସମସିଆର ସମାଧାନ ନାଇଁ ହେଲେ ଜୋରଦାର ଉଲ୍‌ଗୁଲାନ ହେବା ବଲି ସେ କହିଛନ୍‌। ପୁଲିଆ କାମ୍‌ ପୂରା ନାଇଁ ହେବାର ଲାଗି ଫିଦିନ ଜୀବନକେ ପାଏନ୍‌ଛଡ଼େଇ ହଜାର ହଜାର ଲୋକ ଫେରିଘାଟରେ ଡଂଗାରେ ଯାଆସ କରୁଛନ୍‌। ଇ ବାବ୍‌ଦେ ମତାମତ ଲାଗି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ନିରଞ୍ଜନ ସାହୁକୁଁ ଯୋଗାଯୋଗ କରାଯାଇଥିଲେ ବି ମତାମତ ନାଇଁ ମିଲିପାରି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri