Posted inରାଜ୍ୟ

୭ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୯ା୬(ବ୍ୟୁରୋ): ୮ ଦିନ ବିଳମ୍ବରେ ଶନିବାର କେରଳ ଉପକୂଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ କେରଳର ଅଧିକାଂଶ ଅଞ୍ଚଳରେ ଭଲ ବର୍ଷା ହୋଇଛି। ସ୍ଥିତି ଏପରି ରହିଲେ ଆସନ୍ତା ୭ଦିନ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚତ୍ୟିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସାଧାରଣତଃ ଜୁନ୍‌ ୧ରେ ମୌସୁମୀ କେରଳରେ ପହଞ୍ଚତ୍ଥାଏ। କେତେକ କାରଣ ଯୋଗୁ ଏଥର ବିଳମ୍ବ ହୋଇଥିଲା। ତେବେ ମୌସୁମୀ ପହଞ୍ଚତ୍ବା ପରେ ଦେଶରେ ଆନୁଷ୍ଠାନିକ ଭାବେ ଚତୁର୍ମାସ୍ୟା ଆରମ୍ଭ ହୋଇଥାଏ। ସାରା ଦେଶରେ ମୌସୁମୀ ସକ୍ରିୟ ହେବାକୁ ଆହୁରି ସପ୍ତାହେ ଲାଗିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଅଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ମୌସୁମୀ ଓଡ଼ିଶାରେ ପହଞ୍ଚତ୍ବା ପୂର୍ବରୁ ଉପକୂଳ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ମେଘୁଆ ପାଗ ସତ୍ତ୍ୱେ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପୂର୍ବାପେକ୍ଷା ପାରଦ ଖସୁଥିଲେ ମଧ୍ୟ କେତେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବ। ଆଉ ଦୁଇଦିନ ମେଘୁଆ ପାଗ ରହିବ। ଦୁଇଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି।
ବେସରକାରୀ ପାଣିପାଗ ଗବେଷଣା ସଂସ୍ଥା ସ୍କାଏମେଟ୍‌ ଆକଳନ କରିଛି ଯେ, ମୌସୁମୀ ଛୁଇଁବା ପୂର୍ବରୁ ଯେଉଁ ବର୍ଷା ହୁଏ ଚଳିତଥର ତାହା ୧୯୫୪ ମସିହା ପରଠାରୁ ସବୁଠୁ କମ୍‌ ହୋଇଛି। ୧୯୫୪ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ମାତ୍ର ୯୩.୯ ମିଲିମିଟର ବର୍ଷା ହୋଇଥିଲା। ଚଳିତବର୍ଷ ଏହି ୩ ମାସ ମଧ୍ୟରେ ୯୯ ମିମି ବର୍ଷା ହୋଇିଛି। କିନ୍ତୁ ଅନ୍ୟ ବର୍ଷଗୁଡିକରେ ପ୍ରାକ୍‌ ମୌସୁମୀ ବର୍ଷା ହାରାହାରି ୧୩୧.୫ ମିମି ହୋଇଥିବା ଜଣାପଡିଛି।
କୃଷିପ୍ରଧାନ ଦେଶ ଭାରତର ଅଧିକାଂଶ ଅଞ୍ଚଳରେ ଚାଷକାମ ବର୍ଷାଜଳ ଉପରେ ନିର୍ଭର କରୁଥିବାରୁ ମୌସୁମୀର ଆଗମନକୁ ବିଶେଷକରି କୃଷକମାନେ ଅପେକ୍ଷା କରି ରହିଥାନ୍ତି। ଜଳସେଚନର ଅନ୍ୟ ବିକଳ୍ପ ନ ଥିବା ଅଧିକାଂଶ ଗ୍ରାମାଞ୍ଚଳ ୪ମାସର ବର୍ଷାଦିନ ଉପରେ ନିର୍ଭରଶୀଳ। ବାର୍ଷିକ ବୃଷ୍ଟିପାତର ୭୫ ପ୍ରତିଶତ ମୌସୁମୀ ବାୟୁ ପ୍ରଭାବରେ ହୋଇଥାଏ। ଦେଶର ଜିଡିପିକୁ କୃଷିର ବଡ଼ ଅବଦାନ ରହୁଥିବାରୁ ଭଲ ମୌସୁମୀ ବର୍ଷା ଦେଶର ଅର୍ଥନୀତିକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିଥାଏ। ଚଳିତ ଗ୍ରୀଷ୍ମଋତୁରେ ଉତ୍ତର ଭାରତର ସମତଳ ଅଞ୍ଚଳ, କେନ୍ଦ୍ରୀୟ ଭାରତ ଏବଂ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ଏପରି କି ରାଜସ୍ଥାନର କେତେକ ଅଞ୍ଚଳରେ ପାରଦ ୫୦ ଡିଗ୍ରୀ ଅତିକ୍ରମ କରିଥିଲା। ଚଳିତବର୍ଷ ଦୀର୍ଘମିଆଦୀ ହାରାହାରି (ଏଲ୍‌ପିଏ) ବୃଷ୍ଟିପାତ ୯୬ ପ୍ରତିଶତ ଅର୍ଥାତ୍‌ ସ୍ବାଭାବିକ କିମ୍ବା ଏହାଠାରୁ ସାମାନ୍ୟ କମ୍‌ ରହିବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଥିଲା। ୧୯୫୧ରୁ ୨୦୦୦ ମଧ୍ୟରେ ଦେଶରେ ହୋଇଥିବା ହାରାହାରି ବୃଷ୍ଟିପାତ ପରିମାଣକୁ ଏଲ୍‌ପିଏ କୁହାଯାଉଛି, ଯାହା ୮୯ ସେଣ୍ଟିମିଟର ରହିଛି। ଜୁନ୍‌ ମାସର ବୃଷ୍ଟିପାତ ଏଲ୍‌-ନିନ୍ୟୋ ଦ୍ୱାରା ସାମାନ୍ୟ ପ୍ରଭାବିତ ହେବ ବୋଲି କୁହାଯାଉଛି। ପ୍ରଶାନ୍ତ ମହାସାଗର ଜଳରାଶିର ଉତ୍ତାପ ସହ ଏଲ୍‌-ନିନ୍ୟୋ ସମ୍ପୃକ୍ତ ବୋଲି ସାଧାରଣରେ ବିଶ୍ୱାସ କରାଯାଉଥିବାବେଳେ ମୌସୁମୀ ଉପରେ ମଧ୍ୟ ଏହାର ପ୍ରଭାବ ରହିଛି। ମୌସୁମୀ ବିଳମ୍ବ ସହ ବୃଷ୍ଟିପାତ ପରିମାଣର କୌଣସି ସମ୍ପର୍କ ନାହିଁ। ମେ’ ୧୮ରେ ମୌସୁମୀ ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁଥିଲା। ତେବେ କେରଳରେ ବିଳମ୍ବରେ ପହଞ୍ଚତ୍ଥିବାରୁ ଦେଶର ଅନ୍ୟ ଭାଗରେ ଏହା ପହଞ୍ଚତ୍ବାରେ ବିଳମ୍ବ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

ପିଛା ଛାଡୁନି ସମସ୍ୟା: ଜନ୍ତରମନ୍ତର ଛାଡି ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ହଙ୍ଗାମା, ମୋଦିଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨୧।୭: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ସୋମବାର କକ୍ରୋଚ ଜନତା ପାର୍ଟି (CJP)ର ସଂସଦ ମାର୍ଚ୍ଚ ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ କରାଯିବା…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ ପ୍ରତିବାଦରେ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ପଦଯାତ୍ରା, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପହଞ୍ଚି…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିନିଧୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ମଧ୍ୟରେ ସୋମବାର ଏକ ସାକ୍ଷାତ ହୋଇଛି। ସୂତ୍ରରୁ ଜଣାପଡିଛି ଯେ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନୂଆ ଭୋଟର: ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ

ଭୁବନେଶ୍ୱର, ୨୦।୭: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବଡ଼ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri