୭ ଦିନରେ ଆମରଣ ଅନଶନ: ଅସୁସ୍ଥ ହେବାରେ ଲାଗିଛନ୍ତି କର୍ମଚାରୀ

କାଳିଆପାଣି,୧୦ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଟାଟା ଖଣି ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯ୍ୟରତ କର୍ମଚାରୀ ଏବଂ ଛଟେଇ ଶ୍ରମିକଙ୍କ ଅନଶନ ବୁଧବାର ୭ମ ଦିନରେ ପହଞ୍ଚତ୍ଛି। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଅନଶନରେ ଇତିମଧ୍ୟରେ ୪ ଜଣ ଅସୁସ୍ଥ ହୋଇ ଟାଟା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି। ହେଲେ ଠିକାସଂସ୍ଥା କର୍ମଚାରୀ କି କାରଖାନା କର୍ତ୍ତୃପକ୍ଷ ଧାରଣାସ୍ଥଳକୁ ନ ଆସିବା ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏ ନେଇ ଆଗାମୀ ଦିନରେ ଅନଶନକାରୀମାନେ ଆସିଷ୍ଟାଣ୍ଟ ଲେବର କମିଶନ (ଏଏଲ୍‌ସି)ଙ୍କ ସହ ଆଳୋଚନା କରି ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।
ଦୀର୍ଘ ୩୫ ବର୍ଷ ହେବ କମ୍ପାନୀରେ ଶ୍ରମିକମାନେ ଠିକାସଂସ୍ଥା ଅଧୀନରେ କାର୍ଯ୍ୟ କରିଆସୁଥିଲେ। କିନ୍ତୁ ଗତମାସରୁ ସଂସ୍ଥା ପକ୍ଷରୁ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଛି। ଏକ ମାସ ହେବ କର୍ମଚାରୀଙ୍କର ବକେୟା ପ୍ରାପ୍ୟ କମ୍ପାନୀ ଦେଇ ନ ଥିବା ବେଳେ ସରକାରୀ ନିୟମ ମୁତବାକ ୪୫ ଦିନର ଫାଇନାଲ ନେବାକୁ କର୍ମଚାରୀମାନେ କମ୍ପାନୀ ନିକଟରେ ଦାବି କରିଛନ୍ତି ା ହେଲେ ନିୟମକୁ ବେଖାତିର କରି ନିଜ ଇଚ୍ଛାମୁତାବକ କର୍ମଚାରୀଙ୍କୁ ବର୍ଷକୁ ୧୫ ଦିନର ଅର୍ଥ ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହାକୁ ନେଇ ଶ୍ରମିକମାନେ ଧାରଣା ଦେଇଥିଲେ। ଏହାପରେ ଗତ ୬ ତାରିଖରେ ଠିକାଦାରଙ୍କ ରହିଥିବା କିଛି ବକେୟା ପାଉଣାକୁ ରିଲିଜ କରି ବାକିଥିବା ଅଗଷ୍ଟ ମାସ ଦରମା ଦେଇଦେଇଥିବା ଜଣାପଡ଼ିଛି। କିନ୍ତୁ ଫାଇନାଲ ବିଲ୍‌ ପ୍ରଦାନକୁ ନେଇ କର୍ମଚାରୀମାନେ ଧାରଣା ଜାରି ରଖିଛନ୍ତି। ଅଟୋୱାଲ କମ୍ପାନୀ ସମାଧାନ ସୂତ୍ର ବାହାର କରିବା ବଦଳରେ ଦିନ ଗଡାଇବାରେ ଲାଗିଛି। ଫଳରେ କର୍ମଚାରୀମାନେ ଧାରଣାରେ ବସି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ଗତ ସୋମବାର ବିଜୟ କୁମାର ଚହ୍ବାନ, ସୁନାରାମ ହେମ୍ବ୍ରମ ଓ ମଙ୍ଗଳବାର ଗୌତମ ବିଶ୍ୱାସ, ସମ୍ଭୁନାଥ ମହାନ୍ତ ପ୍ରମୁଖ ୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ପବିତ୍ର ମହାନ୍ତ, ଅଜିତ ସିଂ, କୁନାଲ ରାଉତ, ଅଜୟ ନାୟକ, ମନୋରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କର୍ମଚାରୀମାନେ ଧାରଣାରେ ବସିଥିବାବେଳେ ଏ ନେଇ ଟାଟା କମ୍ପାନୀ କର୍ପୋରେଟ କମ୍ୟୁନିକେଶନ ମୁଖ୍ୟ କୁଲଭିନ ସୋରୀଙ୍କ ପକ୍ଷରୁ ଏକ ଲିଖିତ ସ୍ପଷ୍ଟୀକରଣ କରାଯାଇଛ, ଯେଉଁଥିରେ ଟାଟା କମ୍ପାନୀରେ ଅଟ୍‌ୱାଲ ଠିକା ସଂସ୍ଥାଭାବେ କାର୍ଯ୍ୟ କରୁଥିବାବେଳ ଠିକାସଂସ୍ଥା ପାଇବାକୁ ଥିବା ସମସ୍ତ ବିଲ୍‌ ରିଲିଜ କରାଯାଇଛି। ହେଲେ ସଂସ୍ଥାର କାର୍ଯ୍ୟ ଅବଧି ୨୦୨୦ ମାର୍ଚ୍ଚ ୩୧ ତାରିଖରେ ସରିବାକୁ ରହିଛି। କିନ୍ତୁ ଠିକାଦାର ବନ୍ଦ ନୋଟିସ ଦେଇ ଉତ୍ତୋଳନ କାମ ବନ୍ଦ କରିଦେବାରୁ କମ୍ପାନୀର ଉତ୍ତୋଳନ ପ୍ରଭାବିତ ହୋଇଛି। ଅପରପକ୍ଷେ କମ୍ପାନୀ ନିକଟରେ ରହିଥିବା କିଛି ଅର୍ଥ ସେମାନଙ୍କର ଫାଇନାଲରେ ପାଇବାକୁ ଥିବା ଅର୍ଥ ପାଇଁ ପର୍ଯ୍ୟାପ୍ତ ହେଉନି। ଏ ବାବଦରେ ଆଞ୍ଚଳିକ ଶ୍ରମ ଅଧିକାରୀ ଭୁବନେଶ୍ୱର ଓ ଯାଜପୁର ଜିଲାପାଳଙ୍କୁ ଅବଗତ କରିଛୁ। ତୁରନ୍ତ ସମାଧାନ ବାହାର କରି କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ସହଯୋଗ କରିବେ ବୋଲି ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri