Odisha Elections 2024

୭ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଖୋର୍ଦ୍ଧା, ପୁରୀ, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପାରାଦୀପରେ ସର୍ବାଧିକ ୪୬ ମିଲିିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୫, ବାଲେଶ୍ୱର ୮, ଅନୁଗୋଳ ୧୨, ବାରିପଦା ୧୪, କେନ୍ଦୁଝର ୧୦ ଏବଂ ତାଳଚେରରେ ସର୍ବାଧିକ ୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକ ୧୦.୬, ପାରାଦୀପ ୪୬, ଅନୁଗୋଳ ୧୨, ବାରିପଦା ୧୪, କେନ୍ଦୁଝର ୧୦ ଏବଂ ତାଳଚେରରେ ୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର,୨୯।୫: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି। ଖୋର୍ଦ୍ଧା ଜେଲରୁ ଅଣାଯାଇ ତାଙ୍କୁ ଭୋର ୪ଟାରେ ଏସସିବିରେ ଭର୍ତ୍ତି କରାଯାଇଥିବା ସୂଚନା...

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର,୨୯।୫(ଶର୍ମିଷ୍ଠା ପାଣିଗ୍ରାହୀ):ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ଏ ନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଯୋଗେ...

ଆଜି ଆସୁଛନ୍ତି ମୋଦି, ଖାର୍ଗେ: ଏସବୁ ସ୍ଥାନରେ କରିବେ ପ୍ରଚାର

ଭୁବନେଶ୍ୱର, ୨୯।୫(ସୁନିତ୍‌ ମିଶ୍ର):ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧୨ଟା...

କୁଟ୍ଟେଙ୍କୁ ନିଲମ୍ବନ, ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିର୍ଦ୍ଦେଶ ସ୍ବାଗତଯୋଗ୍ୟ: ଭାଜପା

ଭୁବନେଶ୍ୱର, ୨୯ା୫(ସୁନିତ୍‌ ମିଶ୍ର):ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରା ମଙ୍ଗଳବାର ପ୍ରକାଶ ପାଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଗଣତନ୍ତ୍ରକୁ ସୁଦୃଢ଼ କରିବ। ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ...

ଓଡ଼ିଶାରେ ସରକାର ଗଢ଼ି ଇତିହାସ ରଚିବ ଭାଜପା: ନଡ୍ଡା

ଓଡ଼ିଶାରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଜୋରଦାର ଚାଲିଛି। ରାଜ୍ୟରେ ଭାଜପା ଅଦ୍ୟାବଧି କ୍ଷମତା ହାସଲ କରିପାରି ନ ଥିବାବେଳେ ଚଳିତ...

ଭାଜପା କହେ, ପାରେନାହିଁ: ନବୀନ

ନୂଆଦିଲ୍ଲୀ,୨୯ା୫: ଭାରତୀୟ ଜନତା ପାର୍ଟି (ଭାଜପା) କେବଳ କହିଥାଏ, କିନ୍ତୁ ପାରି ନ ଥାଏ। ଭାଜପା ପୂର୍ବରୁ କର୍ନାଟକରେ ସରକାର ଗଢ଼ିବ ବୋଲି ଦାବି କରିଥିଲା।...

ବିଜେଡି, ଭାଜପାର ମିଥ୍ୟା ପ୍ରଲୋଭନରେ ଢଳି ନ ଯାଇ ନିଜ ଭବିଷ୍ୟତ ଦେଖନ୍ତୁ: ଅଜୟ କୁମାର

ଭୁବନେଶ୍ୱର, ୨୮।୫(ସୁନିତ୍‌ ମିଶ୍ର): ଆଉ ୨ ଦିନ ପରେ ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ ମତଦାନ ହେବ। ତେଣୁ ରାଜ୍ୟବାସୀ ବିଜେଡି ଓ ଭାଜପାର ମିଥ୍ୟା ପ୍ରଲୋଭନରେ...

ଓଡ଼ିଶାରେ ଭାଜପା ସରକାର ଗଠନ କରିପାରିବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୫(ଅନିଲ ଦାସ)-ଓଡ଼ିଶାରେ ଭାଜପା ସରକାର ଗଠନ କରିପାରିବନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri