୬୨୮୪ ସରକାରୀ ବିଦ୍ୟାଳୟକୁ ‘ଗରିମା’ ତାମ୍ର ପୁରସ୍କାର

ଭୁବନେଶ୍ୱର, ,୫ା୧୧(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟର ୬୨୮୪ ସରକାରୀ ବିଦ୍ୟାଳୟ ‘ଗରିମା’ ତାମ୍ର ପୁରସ୍କାର ପାଇବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ବିଦ୍ୟାଳୟଗୁଡ଼ିକୁ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବ। ବିଭାଗ ପକ୍ଷରୁ ନୂତନ ଭାବେ ପ୍ରଚଳିତ ସାର୍ଟିଫିକେଟ୍‌ ପ୍ରୋଗ୍ରାମ ଅନୁଯାୟୀ ‘ଗରିମା’ ତାମ୍ର, ରୋପ୍ୟ ଓ ସ୍ବର୍ଣ୍ଣ ପୁରସ୍କାର ପର୍ଯ୍ୟାୟକ୍ରମେ ଦିଆଯିବ। ଏହି କାର୍ଯ୍ୟକ୍ରମ ଚଳିତବର୍ଷ ଅଗଷ୍ଟରୁ ଆରମ୍ଭ ହୋଇଛି। ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୩୫୦୦ ସରକାରୀ ବିଦ୍ୟାଳୟ ପୁରସ୍କାର ପାଇଁ ଆବେଦନ କରିଥିଲେ। ଏହି ସବୁ ବିଦ୍ୟାଳୟକୁ ବ୍ଲକ ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ଗଠିତ ଏକ ଦଳ ପ୍ରାଥମିକ ତଦନ୍ତ କରିବା ପରେ ସମ୍ପୃକ୍ତ ଜିଲାର ଡାଏଟ୍‌ କର୍ତ୍ତୃପକ୍ଷ ସବିଶେଷ ବିବରଣୀ ସଂଗ୍ରହ କରିଥିଲେ। ବ୍ଲକ ସ୍ତରରେ ପ୍ରାଥମିକ ପର୍ଯ୍ୟାୟରେ ପଞ୍ଜୀକୃତ ୧୮୩୫୩ ବିଦ୍ୟାଳୟ ମଧ୍ୟରୁ ୬୨୪୮ବିଦ୍ୟାଳୟକୁ ‘ଗରିମା’ ତାମ୍ର ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାମ୍ର ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଜିଲା ସ୍ତରରେ ଅନୁଷ୍ଠିତ ‘ସୁରଭି-୨୦୧୯’ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଜିଲାପାଳ ବିଦ୍ୟାଳୟ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଦାନ କରିବେ। ଗତ ଅଗଷ୍ଟରେ ଅନୁଷ୍ଠିତ ବ୍ଲକ ଓ କ୍ଲଷ୍ଟରସ୍ତରରେ ୭୦% ଦକ୍ଷତା ପ୍ରଦର୍ଶନ କରିଥିବା ସୁନ୍ଦରଗଡ଼ ଜିଲାର ସବଡେଗା ଓ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ ସମେତ ୫୮ କ୍ଲଷ୍ଟର ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଏନେଇ ଚୟନ ପ୍ରକ୍ରିୟାରେ ସମସ୍ତ ଜିଲା ଓ ବ୍ଲକ ଶିକ୍ଷାଧିକାରୀ, ଡାଏଟ୍‌ ଅଧ୍ୟକ୍ଷ, ସିଆର୍‌ସିସି ରହିଛନ୍ତି। ଏହି ନୂତନ ପ୍ରୋତ୍ସାହନ ବ୍ୟବସ୍ଥା ଶିକ୍ଷା, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ହାସଲରେ ନିଶ୍ଚିତ ସକାରାତ୍ମକ ଅଭିବୃଦ୍ଧି ଆଣିବା ସହ ଆସନ୍ତା ଡିସେମ୍ବରରେ ‘ଗରିମା’ ରୌପ୍ୟ ପୁରସ୍କାର ପାଇବାରେ ସହାୟକ ହେବ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri