Posted inଜାତୀୟ

୬୦ ବର୍ଷରେ ୪୦% ଚନ୍ଦ୍ର ଅଭିଯାନ ବିଫଳ

ନୂଆଦିଲ୍ଲୀ,୮ା୯(ପି.ଟି.): ଗତ ୬ ଦଶନ୍ଧି ମଧ୍ୟରେ ୪୦ ପ୍ରତିଶତ ଚନ୍ଦ୍ର ଅଭିଯାନ ମିଶନ ବିଫଳ ହୋଇଥିବା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ‘ମୁନ୍‌ ଫ୍ୟାକ୍ଟ ଶିଟ୍‌’ରୁ ଜଣାପଡିଛି। ଏହି ସମୟ ମଧ୍ୟରେ ମୋଟ ୧୦୯ଟି ଚନ୍ଦ୍ର ଅଭିଯାନ ମିଶନ ହାତକୁ ନିଆଯାଇଥିବାବେଳେ ସେଥିରୁ ୬୧ଟି ସଫଳ ଓ ୪୮ଟି ବିଫଳ ହୋଇଛି। ଇସ୍ରୋ ପଠାଇଥିବା ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଯୋଜନା ଅନୁଯାୟୀ ସଫ୍ଟ ଲ୍ୟାଣ୍ଡିଂ କରିପାରିନାହିଁ । ଗତବର୍ଷ ଇସ୍ରାଏଲ୍‌ ଚନ୍ଦ୍ରକୁ ପଠାଇଥିବା ‘ବେରେଶିଟ୍‌’ ଲ୍ୟାଣ୍ଡିଂ ବେଳେ ଚନ୍ଦ୍ରପୃଷ୍ଠରେ ମାଡ଼ ହୋଇଥିଲା। ୧୯୫୮ରୁ ୨୦୧୯ ମଧ୍ୟରେ ଭାରତ ସମେତ ଆମେରିକା, ରୁଷିଆ, ଜାପାନ, ୟୁରୋପୀୟ ସଂଘ, ଚାଇନା ଓ ଇସ୍ରାଏଲ୍‌ ବିଭିନ୍ନ ସମୟରେ ଚନ୍ଦ୍ର ଅଭିଯାନ କରିଛନ୍ତି। ୧୯୫୮ ଅଗଷ୍ଟ ୧୭ରେ ଆମେରିକାର ପ୍ରଥମ ଚନ୍ଦ୍ର ମିଶନ ବିଫଳ ହୋଇଥିଲା। ୧୯୫୯ରେ ତତ୍କାଳୀନ ସୋଭିଏଟ୍‌ ରୁଷ୍‌ (ୟୁଏସ୍‌ଏସ୍‌ଆର)ର ମୁନ୍‌ ମିଶନ ‘ଲୁନା ୧’ ପ୍ରଥମ ସଫଳ ଚନ୍ଦ୍ର ଅଭିଯାନ। ୧୯୬୬ ଜାନୁୟାରୀରେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣରେ ୟୁଏସ୍‌ଏସ୍‌ଆର ସଫଳ ହୋଇଥିଲା। ଏହାର ୫ ମାସ ପରେ ଆମେରିକାର ସର୍ଭେୟର-୧ ସଫ୍ଟଲ୍ୟାଣ୍ଡିଂ କରିଥିଲା। ଏହା ପରେ ଆମେରିକାର ଆପୋଲୋ ୧୧ ମିଶନ ସବୁଠୁ ସଫଳ ହୋଇଥିଲା। ନୀଲ୍‌ ଆର୍ମଷ୍ଟ୍ରଙ୍ଗଙ୍କ ନେତୃତ୍ୱରେ ଆମେରିକାର ୩ ମହାକାଶଚାରୀ ଚନ୍ଦ୍ର ଅଭିଯାନରେ ଯାଇଥିଲେ। ଚନ୍ଦ୍ର ପୃଷ୍ଠରେ ମାନବ ପାଦ ରଖିବା ଏହା ଥିଲା ପ୍ରଥମ ସଫଳତା। ୧୯୭୯ ପର୍ଯ୍ୟନ୍ତ କେବଳ ଆମେରିକା ଓ ରୁଷିଆ ଚନ୍ଦ୍ର ଅଭିଯାନରେ ସାମିଲ ଥିଲେ। ସେମାନେ ୨୧ ବର୍ଷରେ ୯୦ ଥର ଚନ୍ଦ୍ର ଅଭିଯାନ କରିଥିଲେ। ୧୯୯୦ରେ ଜାପାନ ପ୍ରଥମେ ଚନ୍ଦ୍ରକୁ ଅର୍ବିଟର ପଠାଇଥିଲା। ୨୦୦୯ରୁ ୨୦୧୯ ମଧ୍ୟରେ ୫ଟି ମିଶନ ମଧ୍ୟରୁ ଆମେରିକାର ୩ଟି ଥିବାବେଳେ ଭାରତ ଓ ଇସ୍ରାଏଲ୍‌ର ଗୋଟିଏ ଲେଖାଏ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri