୬୦ ଦେଶରେ କରୋନା କାୟା: ଚାଇନାରେ ମୃତ୍ୟୁସଂଖ୍ୟା ୨,୮୭୦

ତେହେରାନ୍‌/ସିଓଲ,୨ା୩: ଚାଇନାର ଉହାନ ସହରରୁ ସୃଷ୍ଟ କରୋନା ଭୂତାଣୁ ସଂକ୍ରମଣ ଏବେ ପାଖାପାଖି ୬୦ ଦେଶକୁ ବ୍ୟାପିଲାଣି। ଏଥିରେ କେବଳ ଲୋକଙ୍କ ମୃତ୍ୟୁ ଘଟୁଛି ତାହା ନୁହେଁ, ବରଂ ଏହାଦ୍ୱାରା ଅନେକ ଦେଶର ଅର୍ଥନୀତି ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚାଇନାରେ ସଂକ୍ରମଣ ହାର ପୂର୍ବାପେକ୍ଷା କମିଥିବାବେଳେ ଇରାନ ଓ ଦକ୍ଷିଣ କୋରିଆ ଭଳି ଦେଶରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି, ଯାହା ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଇରାନରେ ରବିବାର ୧୧ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେବା ଫଳରେ ସେଠାରେ ମୋଟ ମୃତ୍ୟୁସଂଖ୍ୟା ୫୪ରେ ପହଞ୍ଚତ୍ଛି। ଏଥିସହିତ ଇରାନରେ ୯୭୮ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୮୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଚାଇନା ବାହାରେ ଦକ୍ଷିଣ କୋରିଆରେ ସର୍ବାଧିକ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସେଠାରେ ରବିବାର ୩୭୬ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ମୋଟ ରୋଗୀସଂଖ୍ୟା ୩,୫୨୬ରେ ପହଞ୍ଚତ୍ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସେଠାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଦକ୍ଷିଣ କୋରିଆ କର୍ତ୍ତୃପକ୍ଷ ଶିନ୍‌ଚେଓଞ୍ଜି ଚର୍ଚ୍ଚର ୨,୬୦,୦୦୦ ସଦସ୍ୟଙ୍କ ଯାଞ୍ଚ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଦକ୍ଷିଣ କୋରିଆର ବୃହତ୍‌ ସହର ଡାଏଗୁର ରାସ୍ତାଘାଟ ଏକ ପ୍ରକାର ଶୂନ୍‌ଶାନ ହୋଇପଡିଛି। ସେଠାରେ ଅଳ୍ପ କେତେକ ଦୋକାନରେ ମାସ୍କ ପିନ୍ଧିଥିବା କିଛି ଲୋକ କିଣାକିଣି କରୁଥିବା ଦେଖିବାକୁ ମିଳିଥିଲା। ଲୋକମାନଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଦେଶରେ ସପ୍ତାହେ ପାଇଁ ସ୍କୁଲ ଛୁଟି କରିଦିଆଯାଇଥିବାବେଳ ଡାଏଗୁ ସହରରେ ୩ ସପ୍ତାହ ଛୁଟି ଘୋଷଣା କରାଯାଇଛି।
କରୋନା ସଂକ୍ରମଣରେ ଜାପାନ ତୃତୀୟ ସ୍ଥାନରେ ରହିଛି। ସେଠାରେ ୨୨୦ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଏହାର ଉପକୂଳରେ ଅଟକି ଥିବା ଡାଇମଣ୍ଡ ପ୍ରିନ୍ସେସସ୍‌ ଜାହାଜରେ ୭୦୫ ଜଣ କରୋନା ସଂକ୍ରମିତ। ଏହା ବ୍ୟତୀତ ବ୍ରିଟେନ, ମାଲେସିଆ, ଥାଇଲାଣ୍ଡ, ଓମାନ, ଲେବାନନ, ଅଷ୍ଟ୍ରେଲିଆ, ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଗ୍ରୀସ୍‌, ବେଲାରୁଷ, ଲିଥିଓନିଆ, ଆମେରିକା, ଇଟାଲୀ, ଜର୍ମାନୀ, କୁଏଟ୍‌, ଫ୍ରାନ୍ସ, ନେଦରଲାଣ୍ଡସ୍‌, ନାଇଜେରିଆ, ସାନ୍‌ମାରିନୋ, ଇଷ୍ଟୋନିଆ, ଡେନ୍‌ମାର୍କ, ବାହାରିନ, ଅଷ୍ଟ୍ରିଆ, ସ୍ପେନ୍‌, କାନାଡା, ଇରାକ, ୟୁଏଇ, ସିଙ୍ଗାପୁର, ତାଇଓ୍ବାନ, ପାକିସ୍ତାନ, ଆଫଗାନିସ୍ତାନ, ଭିଏତ୍‌ନାମ, ଫିଲିପାଇନ୍ସ, ନେପାଳ, ଶ୍ରୀଲଙ୍କା, ନରଓ୍ବେ, ବ୍ରାଜିଲ, କ୍ରୋଏସିଆ, ଆଲଜେରିଆ ପ୍ରଭୃତି ଦେଶକୁ କରୋନା ବ୍ୟାପିଥିବା ଜଣାପଡିଛି।

ଚାଇନାରେ ମୃତ୍ୟୁସଂଖ୍ୟା ୨,୮୭୦
ଚାଇନାରେ ରବିବାର ୩୫ ଜଣଙ୍କ ମୃତ୍ୟୁ ହେବା ପରେ ସେଠାରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨,୮୭୦ରେ ପହଞ୍ଚତ୍ଛି। ଶନିବାର ୪୭ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ରବିବାର ୫୭୩ ନୂଆ ରୋଗୀ ଚିହ୍ନଟ ହେବା ପରେ ଚାଇନାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୯,୮୨୪ରେ ପହଞ୍ଚତ୍ଛି। ଗତ ଦୁଇମାସରେ ଚାଇନାରେ ସଂକ୍ରମଣ ଯେଉଁ ହାରରେ ବଢ଼ି ଚାଲିଥିଲା, ତାହା ହ୍ରାସ ପାଇଛି। ହଂକଂରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri