୬ ମାସ ବିତିଲା, ଚିହ୍ନଟ ହୋଇପାରିଲାନି ଜମି

ଯାଜପୁର ଅଫିସ,୧୯।୩: ଯାଜପୁର ଜିଲା ରସୁଲପୁର ବ୍ଲକର ଗୋପାଳପୁର ଗ୍ରାମ ହସ୍ତତନ୍ତ ଶିଳ୍ପ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି। ତେଣୁ ଗୋପାଳପୁର ଗ୍ରାମକୁ ହସ୍ତତନ୍ତ ଶିଳ୍ପ ଗ୍ରାମଭାବେ ପ୍ରତିଷ୍ଠା କରିବାକୁ ସେପ୍ଟେମ୍ବର ୧୩ରେ ନିଷ୍ପତ୍ତି ହୋଇଥିଲା। ଏହି ପ୍ରସ୍ତାବର ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ହସ୍ତଶିଳ୍ପ ଗ୍ରାମ୍ୟ ମାନ୍ୟତା ଏବଂ ପର୍ଯ୍ୟଟନ ସହ ଏକତ୍ରୀକରଣ ପ୍ରସ୍ତାବ ଏଯାବତ୍‌ କାଗଜକଲମରେ ସୀମିତ ରହିଛି। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଗୋପାଳପୁର ଆଇବି ନିକଟରେ ଆବଶ୍ୟକ ୪ ଏକର ସରକାରୀ ଜମି ମହଜୁଦ ଥାଇ ବି ପ୍ରସ୍ତାବ ଉପରେ କୌଣସି ଅଗ୍ରଗତି ହୋଇପାରି ନାହିଁ। ଏହି ମର୍ମରେ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଉକ୍ତ ୪ ଏକର ସରକାରୀ ଜମିକୁ ଅଧିଗ୍ରହଣ କରିବା ସହ ରସୁଲପୁର ବିଡିଓଙ୍କୁ ପ୍ରବେଶ ପଥ ସଂଯୋଗ, ପାନୀୟ ଜଳ ସୁବିଧା, ପାର୍କିଂ, ବିଦ୍ୟୁତୀକରଣ ଆଦି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।

୨୦୧୯ ସେପ୍ଟେମ୍ବରରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୋପାଳପୁରର ହସ୍ତତନ୍ତ କୁଟୀର ଶିଳ୍ପକୁ ଉତ୍ସାହିତ କରିବା ସହ ଏହାର ବିପଣନ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ ଯୋଗଦେଇ ବୟନ ଶିଳ୍ପ ଓ ହସ୍ତତନ୍ତର ଊପତ୍ାଦିତ ସାମଗ୍ରୀ ବିକ୍ରୟ, ନୂତନ ଡିଜାଇନର କପଡ଼ା ଓ ସାମଗ୍ରୀ ପ୍ରସ୍ତୁତ, ବୁଣାକାରଙ୍କ ଉନ୍ନତି, ହସ୍ତତନ୍ତର ବିକାଶ ଦିଗରେ ପ୍ରାୟ ୩ ଏକର ଜାଗାରେ ଭିତ୍ତିଭୂମିର ନିର୍ମାଣ, ଟସର ଇତ୍ୟାଦି କଞ୍ଚାମାଲ ପାଇଁ ଅର୍ଜୁନ ଓ ଅଶନ ଗଛର ବୃକ୍ଷରୋପଣ, ବିପଣନ ସ୍ଥାନରେ ସୁଦୃଶ୍ୟ ନାମଫଳକ ବ୍ୟବସ୍ଥା ସହ ଏହାକୁ ଆକର୍ଷଣୀୟ ଭାବେ ସଜାଇବାକୁ ଅନୁରୋଧ କରିଥିଲେ। ଜିଲାପାଳ ରଞ୍ଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ଭିତ୍ତିଭୂମି ଯାହା ଅଛି, ବର୍ତ୍ତମାନ ସେଥିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ତେବେ ଉପସ୍ଥିତ ତହସିଲଦାରଙ୍କୁ ହସ୍ତତନ୍ତ ଶିଳ୍ପ ଗ୍ରାମ ପ୍ରତିଷ୍ଠା ପାଇଁ ପ୍ରାୟ ୩ ଏକର ଜାଗା ଚିହ୍ନଟ ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ସ୍ଥାନରେ ସୌନ୍ଦର୍ଯ୍ୟକରଣ, ରହିବା ସ୍ଥଳ, ପ୍ରଦର୍ଶନ ସ୍ଥଳ ଇତ୍ୟାଦିର ବ୍ୟବସ୍ଥା ରହିବ ବୋଲି ପ୍ରକାଶ କରିଥିଲେ। ଗୋପାଳପୁର ଗ୍ରାମରେ ୯୧୯ଟି ପରିବାରର ୧୬୩୭ ଜଣ ବୁଣାକାର ଅଛନ୍ତି। ୫-ଟି ଆଇନ ଜରିଆରେ ଏହି ପ୍ରସ୍ତାବ ରହିଥିବାରୁ ହସ୍ତଶିଳ୍ପ ଓ ବୁଣାକାର ପରିବାରଙ୍କ ମଧ୍ୟରେ ଯୋଜନାର କାର୍ଯ୍ୟକାରିତା ଉପରେ ଉକତ୍ଣ୍ଠା ପ୍ରକାଶ ପାଇଥିଲା। ହେଲେ କିଛିମାସ ପରେ ବୁଣାକାର ପରିବାରଙ୍କ ଉକତ୍ଣ୍ଠା ମଉଳି ଯାଇଛି। ଏ ସଂକ୍ରାନ୍ତରେ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୨୫୧୨/୧୬ା୩ା୨୦୨୦ରେ ଦର୍ଶାଇଛନ୍ତି ଯେ, ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ସେ ଗୋପାଳପୁର ଯାଇଥିଲେ। ସେଠାରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କ ସମେତ ବୟନଶିଳ୍ପ ଉପନିର୍ଦ୍ଦେଶକଙ୍କ ସହିତ ଗୋପାଳପୁର ଗ୍ରାମକୁ ହସ୍ତତନ୍ତ ଶିଳ୍ପ ଗ୍ରାମ ମାନ୍ୟତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମାଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ମୌଜାରେ ୪ ଏକର ଅଣବ୍ୟବହୃତ ସରକାରୀ ଜମି ରହିଥିବା ରେକର୍ଡରେ ଜଣାପଡିଥିଲା। ତେଣୁ ଉକ୍ତ ଜମିକୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri