୬ ମାସ ବିତିଲା, ଚିହ୍ନଟ ହୋଇପାରିଲାନି ଜମି

ଯାଜପୁର ଅଫିସ,୧୯।୩: ଯାଜପୁର ଜିଲା ରସୁଲପୁର ବ୍ଲକର ଗୋପାଳପୁର ଗ୍ରାମ ହସ୍ତତନ୍ତ ଶିଳ୍ପ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି। ତେଣୁ ଗୋପାଳପୁର ଗ୍ରାମକୁ ହସ୍ତତନ୍ତ ଶିଳ୍ପ ଗ୍ରାମଭାବେ ପ୍ରତିଷ୍ଠା କରିବାକୁ ସେପ୍ଟେମ୍ବର ୧୩ରେ ନିଷ୍ପତ୍ତି ହୋଇଥିଲା। ଏହି ପ୍ରସ୍ତାବର ୬ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ହସ୍ତଶିଳ୍ପ ଗ୍ରାମ୍ୟ ମାନ୍ୟତା ଏବଂ ପର୍ଯ୍ୟଟନ ସହ ଏକତ୍ରୀକରଣ ପ୍ରସ୍ତାବ ଏଯାବତ୍‌ କାଗଜକଲମରେ ସୀମିତ ରହିଛି। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଗୋପାଳପୁର ଆଇବି ନିକଟରେ ଆବଶ୍ୟକ ୪ ଏକର ସରକାରୀ ଜମି ମହଜୁଦ ଥାଇ ବି ପ୍ରସ୍ତାବ ଉପରେ କୌଣସି ଅଗ୍ରଗତି ହୋଇପାରି ନାହିଁ। ଏହି ମର୍ମରେ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଉକ୍ତ ୪ ଏକର ସରକାରୀ ଜମିକୁ ଅଧିଗ୍ରହଣ କରିବା ସହ ରସୁଲପୁର ବିଡିଓଙ୍କୁ ପ୍ରବେଶ ପଥ ସଂଯୋଗ, ପାନୀୟ ଜଳ ସୁବିଧା, ପାର୍କିଂ, ବିଦ୍ୟୁତୀକରଣ ଆଦି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଯାଜପୁର ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।

୨୦୧୯ ସେପ୍ଟେମ୍ବରରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୋପାଳପୁରର ହସ୍ତତନ୍ତ କୁଟୀର ଶିଳ୍ପକୁ ଉତ୍ସାହିତ କରିବା ସହ ଏହାର ବିପଣନ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ ଯୋଗଦେଇ ବୟନ ଶିଳ୍ପ ଓ ହସ୍ତତନ୍ତର ଊପତ୍ାଦିତ ସାମଗ୍ରୀ ବିକ୍ରୟ, ନୂତନ ଡିଜାଇନର କପଡ଼ା ଓ ସାମଗ୍ରୀ ପ୍ରସ୍ତୁତ, ବୁଣାକାରଙ୍କ ଉନ୍ନତି, ହସ୍ତତନ୍ତର ବିକାଶ ଦିଗରେ ପ୍ରାୟ ୩ ଏକର ଜାଗାରେ ଭିତ୍ତିଭୂମିର ନିର୍ମାଣ, ଟସର ଇତ୍ୟାଦି କଞ୍ଚାମାଲ ପାଇଁ ଅର୍ଜୁନ ଓ ଅଶନ ଗଛର ବୃକ୍ଷରୋପଣ, ବିପଣନ ସ୍ଥାନରେ ସୁଦୃଶ୍ୟ ନାମଫଳକ ବ୍ୟବସ୍ଥା ସହ ଏହାକୁ ଆକର୍ଷଣୀୟ ଭାବେ ସଜାଇବାକୁ ଅନୁରୋଧ କରିଥିଲେ। ଜିଲାପାଳ ରଞ୍ଜନ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରି ଭିତ୍ତିଭୂମି ଯାହା ଅଛି, ବର୍ତ୍ତମାନ ସେଥିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ତେବେ ଉପସ୍ଥିତ ତହସିଲଦାରଙ୍କୁ ହସ୍ତତନ୍ତ ଶିଳ୍ପ ଗ୍ରାମ ପ୍ରତିଷ୍ଠା ପାଇଁ ପ୍ରାୟ ୩ ଏକର ଜାଗା ଚିହ୍ନଟ ପାଇଁ ସେ ପରାମର୍ଶ ଦେଇଥିଲେ। ଏହି ସ୍ଥାନରେ ସୌନ୍ଦର୍ଯ୍ୟକରଣ, ରହିବା ସ୍ଥଳ, ପ୍ରଦର୍ଶନ ସ୍ଥଳ ଇତ୍ୟାଦିର ବ୍ୟବସ୍ଥା ରହିବ ବୋଲି ପ୍ରକାଶ କରିଥିଲେ। ଗୋପାଳପୁର ଗ୍ରାମରେ ୯୧୯ଟି ପରିବାରର ୧୬୩୭ ଜଣ ବୁଣାକାର ଅଛନ୍ତି। ୫-ଟି ଆଇନ ଜରିଆରେ ଏହି ପ୍ରସ୍ତାବ ରହିଥିବାରୁ ହସ୍ତଶିଳ୍ପ ଓ ବୁଣାକାର ପରିବାରଙ୍କ ମଧ୍ୟରେ ଯୋଜନାର କାର୍ଯ୍ୟକାରିତା ଉପରେ ଉକତ୍ଣ୍ଠା ପ୍ରକାଶ ପାଇଥିଲା। ହେଲେ କିଛିମାସ ପରେ ବୁଣାକାର ପରିବାରଙ୍କ ଉକତ୍ଣ୍ଠା ମଉଳି ଯାଇଛି। ଏ ସଂକ୍ରାନ୍ତରେ ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୨୫୧୨/୧୬ା୩ା୨୦୨୦ରେ ଦର୍ଶାଇଛନ୍ତି ଯେ, ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ସେ ଗୋପାଳପୁର ଯାଇଥିଲେ। ସେଠାରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କ ସମେତ ବୟନଶିଳ୍ପ ଉପନିର୍ଦ୍ଦେଶକଙ୍କ ସହିତ ଗୋପାଳପୁର ଗ୍ରାମକୁ ହସ୍ତତନ୍ତ ଶିଳ୍ପ ଗ୍ରାମ ମାନ୍ୟତା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମାଖଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ମୌଜାରେ ୪ ଏକର ଅଣବ୍ୟବହୃତ ସରକାରୀ ଜମି ରହିଥିବା ରେକର୍ଡରେ ଜଣାପଡିଥିଲା। ତେଣୁ ଉକ୍ତ ଜମିକୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri