୬ ବର୍ଷ ପରେ ଗୋଡ଼ରୁ ଫିଟିଲା ଶିକୁଳି

ଗୋପ,୧୩।୩(ଡି.ଏନ୍‌.ଏ.): ଦୀର୍ଘ ୬ବର୍ଷ ପରେ ପୁରୀ ଜିଲା ଗୋପ ବ୍ଲକର ଆକାଶ କାଣ୍ଡି(୭)ଙ୍କ ଗୋଡ଼ରେ ପଡ଼ିଥିତ୍ବା ଲୁହା ଶିକୁଳି ଫିଟିଛି। ଏବେ ଆକାଶ ସ୍କୁଲକୁ ପାଠ ପଢ଼ିବାକୁ ଯିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ ବୋଲି ଜଣାପଡ଼ିଛି। ତେବେ ଏହା କେବଳ ଗଣମାଧ୍ୟମର ଉଦ୍ୟମ ଯୋଗୁ ମୋ ପୁଅ ସମାଜରେ ଏକ ଭଲ ମଣିଷ ହୋଇପାରିବ ବୋଲି ଏହି ବ୍ଲକ ଅଧୀନ ଦେସ୍ଥଳୀ ପଞ୍ଚାୟତର କୋଲର ଗ୍ରାମର ଧନୁ କାଣ୍ଡି କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡରୁ ଆକାଶକୁ ଗୋପ ତହସିଲଦାର ପୃଥିରାଜ ମଣ୍ଡଳ ଗୁରୁବାର ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଆକାଶ ଜନ୍ମ ହେବାର ଏକ ବର୍ଷ ପରେ ମାନସିକ ସ୍ଥିତି ଠିକ୍‌ ନ ରହିବାରୁୁ ଘରର ଆସବାବପତ୍ର ଭାଙ୍ଗିବା ସହ ମାଆବାପାଙ୍କୁ କୌଣସି କାମ କରାଇ ଦେଇ ନ ଥିଲେ। ଧୀରେ ଧୀରେ ପୁଅର ଏଭଳି ଅବସ୍ଥା ବଢ଼ିବାର ଦେଖି ପରିବାର ଲୋକ ଡାକ୍ତରଖାନାରେ ଦେଖାଇଥିଲେ। ପୁଅର ଅବସ୍ଥା ଠିକ ହେବାକୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତରଙ୍କଠାରୁ ଶୁଣିବାପରେ ବାପା ଧନୁ ନିରାଶ ହୋଇଥିଲେ। ଧନୁ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ଅଧିକ ଚିକିତ୍ସା କରିପାରି ନ ଥିଲେ। ପରେ ମାଆ ବାପା ମୂଲ ଲାଗି ଯିବାବେଳେ ବାଧ୍ୟ ହୋଇ ଗୃହ ନିକଟ ବାଉଁଶ ଭାଡ଼ି ଉପରେ ଆକାଶ ଗୋଡ଼ରେ ଶିକୁଳି ପକାଇ ଯାଉଥିଲେ। ମଜୁରି ଲାଗି ଫେରିବା ପରେ ଆକାଶକୁ ଖାଇବାକୁ ଦେବା ସହ ଘରକୁ ଆଣିଥାନ୍ତି। ଏଭଳି ୬ ବର୍ଷ ଧରି ଶିକୁଳିରେ ବନ୍ଧା ଆକାଶର ଖବର ଜଣାପଡ଼ିବା ପରେ ଗତ ଦୁଇମାସ ତଳେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହା ଦେଖି ଜିଲାପାଳ ବଲୱନ୍ତ ସିଂଙ୍କ ନିର୍ଦ୍ଦେଶରେ ଗୋପ ତହସିଲଦାର କୋଲର ଗ୍ରାମରେ ପହଞ୍ଚତ୍ଥିଲେ। ପରେ ତହସିଲଦାର ମଣ୍ଡଳ କଟକ ଏସ୍‌ସିବି ମାନସିକ ବିକୃତ ବିଭାଗକୁ ଏକ ଚିଠି ଲେଖିବା ପରେ କଟକରୁ ଏକ ଟିମ୍‌ ଆସି ଆକାଶକୁ ଚିକିତ୍ସା ପାଇଁ ନେଇଯାଇଥିଲେ। ଦେଢ଼ ମାସର ଚିକିତ୍ସା ପରେ ଆକାଶ ପ୍ରାୟତଃ ୭୦ ଭାଗ ମାନସିକ ସ୍ତରରେ ଠିକ୍‌ ହୋଇଥିବା ଜଣାପଡ଼ିଛି। ନିୟମିତ ଔଷଧ ସେବନ କଲେ ନିଶ୍ଚିତ ରୂପରେ ଭଲ ହୋଇଯିବ ବୋଲି ଡାକ୍ତର କହିଥିବା ବାପା ଧନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ ଲକ୍ଷ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୬।୬: ଗୋଟିଏ ପଟେ କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ହେବ ଅଷ୍ଟମ ବେତନ କମିଶନ (8th Pay Commission) ଅଧୀନରେ ମହଙ୍ଗା ଭତ୍ତା (DA) ଏବଂ…

ଆଜିଠାରୁ ‘ମୃତ୍ୟୁ ପଞ୍ଚକ’ ଆରମ୍ଭ: ସ୍ବପ୍ନରେ ଏହି ୭ଟି ଜିନିଷ ଦେଖିଲେ ହୋଇଯାଆନ୍ତୁ ସାବଧାନ, ଘଟିପାରେ ବଡ଼ ଅଘଟଣ!

ସନାତନ ଧର୍ମରେ ମୃତ୍ୟୁ ପଞ୍ଚକର ଏକ ବିଶେଷ ମହତ୍ତ୍ୱ ରହିଛି, ଯାହାକୁ କ୍ଷତିକାରକ ଓ କଷ୍ଟଦାୟକ ବୋଲି ମାନିଥାନ୍ତି। ଯେତେବେଳେ ବି ପଞ୍ଚକ ଶନିବାର ଦିନରୁ ଆରମ୍ଭ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ: ପୁଳାପୁଳା ସମ୍ପତ୍ତି ଠାବ

ବାଲିଗୁଡା,୬।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ବାଲିଗୁଡା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଭିଜିଲାନ୍ସ…

ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ଟଳିପଡିଲେ ସମ୍ବାରୁ, ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ

ଦେବଗଡ,୬।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ତିଲେଇବଣି ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବଡଛାପଲ ଗ୍ରାମର ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ଅଂଶୁଘାତ…

ହଠାତ୍‌ ଘରେ ପଶିଲେ ଦୁର୍ବୃତ୍ତ: ବେକରେ ଭୁଜାଲି ଲଗାଇ ଲୁଟିନେଲେ ଅଳଙ୍କାର ସହ ନଗଦ ଟଙ୍କା

ଆଳି, ୬।୬(ବନମାଳୀ ସେନାପତି): ବନ୍ଧୁକ ମୁନରେ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା l ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮.୩୦ ସମୟରେ…

ଟସ୍‌ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ମାନବ

ଚଣ୍ଡିଗଡ,୬।୬:ଭାରତ ବନାମ ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳ ୮…

ସିଜେଆଇ ସୂର୍ଯ୍ୟକାନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଲେ ମହିଳା, ଉଠିଲା ଝଡ଼; କଡ଼ା ଜବାବ ଦେଲେ…

ନୂଆଦିଲ୍ଲୀ,୬।୬: ବ୍ରିଟେନର ୟୁନିଭର୍ସିଟି ଅଫ ଲଣ୍ଡନର ବିର୍କବେକ କଲେଜରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଏକ କାର୍ଯ୍ୟକ୍ରମ ସମୟରେ ହଙ୍ଗାମା ଦେଖିବାକୁ ମିଳିଛି। ଏଠାରେ କିଛି…

ଇସ୍କନ୍‌ର ଅଦିନିଆ ରଥଯାତ୍ରା: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ):ବାରମ୍ବାର ବାରଣ ଏବଂ ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ୍‌। ବିଦେଶରେ ବର୍ଷର ବିଭିନ୍ନ ସମୟରେ ରଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri