୪୮ ସଂକୀର୍ତ୍ତନ ମଣ୍ଡଳୀ: ହଜିଯାଉଥିବା ସଂକୀର୍ତ୍ତନକୁ ବଞ୍ଚାଇ ରଖିବାର ପ୍ରୟାସ

ନରାଜ,୧୫।୩(ଡି.ଏନ୍‌.ଏ.): ପ୍ରାଚୀନ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ କୀର୍ତ୍ତନ ସବୁ ଧର୍ମ ସହ ଜଡ଼ିତ। ହିନ୍ଦୁ ,ବୌଦ୍ଧ ଓ ଶିଖ୍‌ ଧର୍ମରେ ଏହା ବିଶେଷ ଭାବେ ପ୍ରଚଳିତ। ଜନମାନସରେ ଏହାକୁ ରୁଚିକର କରିବା ପାଇଁ ସଂକୀର୍ତ୍ତନ ବୋଲି କୁହାଯାଏ। ଖୋଳ ଓ ତାଳ ମାଧ୍ୟମରେ ପ୍ରଭୁଙ୍କ ନାମ ଜପ କରି ତାଙ୍କ ଲୀଳାର ପ୍ରସାର କରାଇବା ଏହି ସଂକୀର୍ତ୍ତନର ମୂଳ ଉଦ୍ଦେଶ୍ୟ । ପୂର୍ବରୁ ପ୍ରାୟ ସବୁ ଗ୍ରାମରେ ଏଭଳି ସଂକୀର୍ତ୍ତନ ମଣ୍ଡଳୀ ଥିଲା। କାଳକ୍ରମେ ଏହି ସଂକୀର୍ତ୍ତନ ଜନମାନସରୁ ଲୋପ ପାଇବାକୁ ବସିଲାଣି। ସରକାର ଏହାର ପୁନରୁଦ୍ଧାର ପାଇଁ ବିଭିନ୍ନ ପ୍ରୋତ୍ସାହନ ସହ ୫୦ ବର୍ଷରୁ ଊର୍ଦ୍ଧ୍ୱ କଳାକାରମାନଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। ଏହାସତ୍ତ୍ୱେ ଏହି ପ୍ରାଚୀନ ପରମ୍ପରାକୁ ଆପଣେଇବାକୁ କଳାକାରମାନେ ତତ୍ପରତା ପ୍ରକାଶ କରୁନାହାନ୍ତି। ଏଭଳି ସ୍ଥିତିରେ ବାରଙ୍ଗ ଅଞ୍ଚଳର ୪୮ ସଂକୀର୍ତ୍ତନ ମଣ୍ଡଳୀ ଏହି ପରମ୍ପରାକୁ ବଞ୍ଚେଇ ରଖବାକୁ ପ୍ରୟାସ ଜାରି ରଖିଛି। ବିଶେଷକରି କାର୍ତ୍ତିକ, ଫାଲଗୁନ, ଚୈତ୍ର ଓ ବୈଶାଖ ଆଦି ମାସରେ କିମ୍ବା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଏହି ମଣ୍ଡଳୀ ପକ୍ଷରୁ କରାଯାଉଥିବା ସଂକୀର୍ତ୍ତନ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଦୃତ ଲାଭ କରିଛି।

ପଟିଆ ମଦନ ମୋହନ ରାଜା ବାରଙ୍ଗର ପ୍ରାଚୀ ନଦୀ ତଟରେ ବାଲିଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ସଂକୀର୍ତ୍ତନ ଶୁଣିବାକୁ ଲୋକେ ପସନ୍ଦ କରୁଥିବାରୁ ରାଜା ଏହି ବାଲିଯାତ୍ରା ସମୟରେ ୪୮ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀକୁ ଏକତ୍ରିତି କରି ୪୮ ମଣ୍ଡଳ ସଂକୀର୍ତ୍ତନ ଗଢ଼ିଥିଲେ। ଏହାର ଦାୟିତ୍ୱ ଜଣେ ମହନ୍ତ ଓ ଅଧିକାରୀଙ୍କୁ ଦିଆଯାଇଥିଲା। ସେହିପରି ୪୮ ସଂକୀର୍ତ୍ତନ ମଣ୍ଡଳୀକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରତ୍ୟେକ ମଣ୍ଡଳୀର ଦାୟିତ୍ୱ ଜଣେ ଲେଖାଏ ମହନ୍ତ ଓ ଅଧିକାରୀଙ୍କୁ ଦିଆଯାଇଥିଲା। ଏହି ମହନ୍ତ ଓ ଅଧିକାରୀମାନେ ବଂଶାନୁକ୍ରମିକଭାବେ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ସେହିଦିନଠାରୁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ୪୮ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବାଲିଯାତ୍ରା ଆୟୋଜନ କରାଯାଉଛି। ଏଥିରେ ସବୁ ମଣ୍ଡଳର ମହନ୍ତମାନେ ଯୋଗଦେଇ ସଂକୀର୍ତ୍ତନ ପରିବେଷଣ କରିଥାନ୍ତି। ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହି ସଂକୀର୍ତ୍ତନ ମଣ୍ଡଳୀ ଏବେବି ନିଜ ପରମ୍ପରା ବଞ୍ଚେଇ ରଖିଛି। ନୂତନ ପିଢ଼ିକୁ ସଂକୀର୍ତ୍ତନ ସହ ଯୋଡିବା ପାଇଁ ଏହି ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଖୋଳ ତାଳ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri