Posted inଜାତୀୟ

୪୪%ଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୪ା୬: ଚଳିତବର୍ଷ ରାଜ୍ୟ ସଭାକୁ ନିର୍ବାଚିତ ୬୨ ସଦସ୍ୟଙ୍କ ମଧ୍ୟରୁ ୪୪ ପ୍ରତିଶତଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆପରାଧିକ ମାମଲା ରହିଛି। ୧୧ ଜଣ(୧୮%)ଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ଚୋରି ଓ ଡକାୟତି ଭଳି ସଙ୍ଗିନ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ବିରୋଧରେ ହତ୍ୟା ମାମଲା ରହିଥିବାବେଳେ ୨ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୩ ଜଣଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ରହିଛି। ଜଣେ ଏମ୍‌ପିଙ୍କ ବିରୋଧରେ ବଳାତ୍କାର ମାମଲା ମଧ୍ୟ ରହିଛି। ଏହିସବୁ ଅପରାଧ ପଛରେ ଭାଜପା, କଂଗ୍ରେସ, ଏନ୍‌ସିପି, ଓ୍ବାଇଏସ୍‌ଆର୍‌ସିପି ଓ ତୃଣମୂଳ କଂଗ୍ରେସ ଭଳି ଆଗଧାଡ଼ିର ନେତାମାନେ ରହିଛନ୍ତି। ସତ୍ୟପାଠରେ ସେମାନେ ଏଭଳି ତଥ୍ୟ ମଧ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି।
ସେହିଭଳି ୧୬ ଜଣ(୨୬%) ସଦସ୍ୟଙ୍କ ବିରୋଧରେ ଅନ୍ୟାନ୍ୟ ଆପରାଧିକ ମାମଲା ରହିଥିବା ସତ୍ୟପାଠରେ ଦର୍ଶାଯାଇଛି। ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ ଏବଂ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌) ଦ୍ୱାରା କରାଯାଇଥିବା ବିଶ୍ଲେଷଣରେ ଏଭଳି ତଥ୍ୟ ପ୍ରକାଶ ପାଇଛି। ନବନିର୍ବାଚିତ ଭାଜପାର ୧୮ ଏମ୍‌ପିଙ୍କ ମଧ୍ୟରୁ ୨ ଜଣ,କଂଗ୍ରେସର ୯ ଏମ୍‌ପିଙ୍କ ମଧ୍ୟରୁ ୩ ଜଣ, ଏନ୍‌ସିପିର ନିର୍ବାଚିତ ୨ଜଣ, ଓ୍ବାଇଏସ୍‌ଆର୍‌ସିପିର ୪ ଏମ୍‌ପିଙ୍କ ମଧ୍ୟରୁ ୨ ଜଣ, ବିଜେଡିର ଜଣେ, ଏଆଇଟିସିର ଜଣେ, ଡିଏମ୍‌କେର ଜଣେ, ଆର୍‌ପିଆଇର ଜଣେ, ଜେଡିୟୁର ଜଣେ ଏବଂ ଜଣେ ସ୍ବାଧୀନ ଏମ୍‌ପିଙ୍କ ବିରୋଧରେ ଏଭଳି ଆପରାଧିକ ମାମଲା ରହିଥିବା ପ୍ରକାଶ। ରାଜ୍ୟ ଅନୁଯାୟୀ ଦେଖିଲେ ମହାରାଷ୍ଟ୍ରରୁ ୪, ବିହାରରୁ ୨, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟରୁ ଜଣେ ଲେଖାଏ ଏମ୍‌ପି ଆପରାଧିକ ମାମଲାରେ ସମ୍ପୃକ୍ତ। ନବନିର୍ବାଚିତ ୬୨ ଏମ୍‌ପିଙ୍କ ମଧ୍ୟରୁ ୫୨(୮୪%) କୋଟିପତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri