୪୩ ହଜାର ଗ୍ରାହକଙ୍କୁ ଦିଆଗଲାଣି ବିଦ୍ୟୁତ୍‌ ସଂଯୋଗରଥଯାତ୍ରା ପୂର୍ବରୁ ଜିଲାର ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ଯୋଗାଣ

ପୁରୀ ଅଫିସ, ୨୭ା୫: ବାତ୍ୟାରେ ପୁରୀ ଜିଲାରେ ବିଦ୍ୟୁତ୍‌ ବିଭାଗର ସବୁଠୁ ଅଧିକ କ୍ଷତି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜିଲାର ଅନେକ ଅଞ୍ଚଳ ଅନ୍ଧାର ରହିଛି। ତଥାପି ୨,୦୦୦ରୁ ଊର୍ଦ୍ଧ୍ୱ ଲୋକ ବିଦ୍ୟୁତ୍‌ ଯୋଗାଣକୁ ସ୍ବାଭାବିକ କରିବାରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ପ୍ରବଳ ଗୁଳୁଗୁଳି ହେଉଥିବାରୁ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ବିଦ୍ୟୁତ୍‌ ପହଞ୍ଚତ୍ ନ ଥିବାରୁ ମଝିରେ ମଝିରେ କେତେକ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଉଛି। ତେବେ ଏଭଳି ସମୟରେ ଧୈର୍ଯ୍ୟ ଧରି ପୁନରୁଦ୍ଧାର କାମରେ ସହଯୋଗ କରିବାକୁ ସେସୁର ବରିଷ୍ଠ ଅଧିକାରୀ ପ୍ରଦୀପ ସାହୁ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ୍‌ ଯୋଗାଣ ସ୍ଥିତି ସମ୍ପର୍କରେ ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ସାହୁ କହିଛନ୍ତି, ପୁରୀ ଜିଲାରେ ପୁରୀ ଡିଭିଜନରେ ପ୍ରାୟ ୧ଲକ୍ଷ ୫୦ ହଜାର ଗ୍ରାହକ ଅଛନ୍ତି। ସେଥିମଧ୍ୟରୁ ପୁରୀ ସହର ଏବଂ ଉପକଣ୍ଠ ଅଞ୍ଚଳରେ ୬୩,୦୦୦ ଉପଭୋକ୍ତା ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୪୩,୦୦୦ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ଆସନ୍ତା ୨/୩ ଦିନ ମଧ୍ୟରେ ସବୁ ଗ୍ରାହକଙ୍କ ପାଖରେ ବିଦ୍ୟୁତ୍‌ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ। ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳକୁ ବାଦ୍‌ ଦେଲେ ସାକ୍ଷୀଗାପାଳ, ଚନ୍ଦନପୁର, କଣାସ, ଗୋପ, ବ୍ରହ୍ମଗିରି, ସାତଶଙ୍ଖ, ଡେଲାଙ୍ଗ, ସାତପଡ଼ା ପ୍ରଭୃତି ଅଞ୍ଚଳରେ ୯୫,୦୦୦ ଗ୍ରାହକ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହିସବୁ ଅଞ୍ଚଳରେ ୩,୦୦୦ ଗ୍ରାହକଙ୍କୁ ସଂଯୋଗ ଦିଆଯାଇଛି। ମୁଖ୍ୟତଃ ବଜାରଗୁଡ଼ିକୁ ବିଦ୍ୟୁତ୍‌ ଯୋଗାଣ ହୋଇଛି। ଅନ୍ୟପକ୍ଷରେ ପୁରୀ ଡିଭିଜନରେ ଥିବା ୧୫ଟି ୩୩ କେଭି ସବ୍‌ଷ୍ଟେଶନକୁ ସଂଯୋଗ ଦିଆସରିଛି। ତେଣୁ ଆଗକୁ କାମ ଆହୁରି ତ୍ୱରାନ୍ବିତ ହେବ। ତେବେ ଜୁନ୍‌ ମାସ ଶେଷ ଆଡକୁ ଅର୍ଥାତ୍‌ ରଥଯାତ୍ରା ପୂର୍ବରୁ ସମ୍ପୂର୍ଣ୍ଣ ଜିଲାକୁ ବିଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରିବା ଲାଗି ଆଶା ରଖିଛୁ। ଏହାକୁ ନଜରରେ ରଖି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ତେବେ ବର୍ତ୍ତମାନ ଖରା ବଢୁଥିବାରୁ ଏବଂ ଆଗକୁ ଯଦି ବର୍ଷା ହୁଏ ତେବେ କାମରେ ବାଧା ଉପୁଜିପାରେ ବୋଲି ସାହୁ କହିଛନ୍ତି। ସାହୁ ଆହୁରି ମଧ୍ୟ କହିଛନ୍ତି, ନବକଳେବର ସମୟରେ ପୁରୀରେ ବିଦ୍ୟୁତ୍‌ ଭିତ୍ତିଭୂମିକୁ ସୁଦୃଢ କରାଯାଇଥିଲା। ୮୦ କିମି ଭୂତଳ କେବୁଲ ପଡିଥିବାରୁ ଆଜି ବିଦ୍ୟୁତ୍‌ ଯୋଗାଣ ଶୀଘ୍ର ସମ୍ଭବ ହୋଇପାରୁଛି। ନଚେତ୍‌ ବାତ୍ୟାରେ ପୁରୀ ଜିଲାରେ ବିଭାଗର ଯେଉଁ ପରିମାଣର କ୍ଷୟକ୍ଷତି ହୋଇଥିଲା ବିଦ୍ୟୁତ୍‌ ଯୋଗାଣ ପାଇଁ ପ୍ରାୟ ୨ ମାସ ସମୟ ଲାଗିଯାଇଥାନ୍ତା ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri