୪୧ ବାଣିଜି୍ୟକ କୋଇଲା ଖଣି ନିଲାମ ଆରମ୍ଭ

ନୂଆଦିଲ୍ଲୀ,୧୯।୬: ଦେଶରେ ବହୁଳ ପରିମାଣରେ କୋଇଲା ଗଚ୍ଛିତ ଥିବାରୁ ଆଗାମୀ ଦିନରେ ଏ କ୍ଷେତ୍ରର ସମ୍ଭାବନାକୁ ପରଖିବା ଆବଶ୍ୟକ। ବିଶ୍ୱର ସର୍ବବୃହତ୍‌ କୋଇଲା ରପ୍ତାନିକାରୀ ହେବାକୁ ଭାରତ ଲକ୍ଷ୍ୟ ରଖିବା ଉଚିତ। ଗୁରୁବାର କୋଇଲା କ୍ଷେତ୍ରରେ ସଂସ୍କାର ପଦକ୍ଷେପ ସ୍ବରୂପ ପ୍ରଥମଥର ଲାଗି ବାଣିଜି୍ୟକ କୋଇଲା ଖଣିକୁ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ ୪୧ ବାଣିଜି୍ୟକ କୋଇଲା ଖଣିର ନିଲାମକୁ ଭିଡିଓ କନ୍‌ଫରେନ୍ସ ଯୋଗେ ଉନ୍ମୋଚନ କରିଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ କୋଇଲା କ୍ଷେତ୍ରରେ ପ୍ରାୟ ୩୩ ହଜାର କୋଟି ଟଙ୍କାର ନିବେଶ ଆସିବା ନେଇ ଆଶାବାଦୀ ରହିଥିବା ସେ ମତ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, କରୋନା ମହାମାରୀ ଭାରତକୁ ଆତ୍ମନିର୍ଭର ହେବା ଶିଖାଇଛି। ଗତ କିଛି ଦଶନ୍ଧି ଧରି ଦେଶର କୋଇଲା କ୍ଷେତ୍ର ଲକ୍‌ଡାଉନ ହୋଇ ପଡ଼ିରହିଥିଲା। ମାତ୍ର ବର୍ତ୍ତମାନ ଏହାକୁ ଅନ୍‌ଲକ୍‌ କରିବା ସହ ଦେଶକୁ କୋଇଲା ରପ୍ତାନି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ଭାରତ ବର୍ତ୍ତମାନ ବିଶ୍ୱର ୪ର୍ଥ ବୃହତ୍‌ କୋଇଲା ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଆମଦାନୀ କ୍ଷେତ୍ରରେ ଦ୍ୱିତୀୟ। କୋଇଲା ସମ୍ପଦ ଗଚ୍ଛିତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନରେ ରହିଛି। ପ୍ରମୁଖ କୋଇଲା ଉତ୍ପାଦନକାରୀଙ୍କ ମଧ୍ୟରେ ରହିବା ସତ୍ତ୍ୱେ ମଧ୍ୟ ଦେଶରୁ ରପ୍ତାନି ନିମ୍ନରେ ରହିଛି। ଭାରତ କାହିଁକି ପ୍ରମୁଖ ରପ୍ତାନିକାରୀ ଦେଶ ହୋଇପାରିବ ନାହିଁ ବୋଲି ସେ ଆହ୍ବାନ ଜଣାଇଛନ୍ତି। ବର୍ତ୍ତମାନର ପଦକ୍ଷେପ ଦେଶର ଶକ୍ତିକ୍ଷେତ୍ର ଲାଗି ମଧ୍ୟ ଉପାଦେୟ ହୋଇପାରିବ। ଦେଶର ଆମଦାନୀ ବିଲ୍‌ ୩୦ ହଜାର କୋଟି କମିବା ନେଇ ଆଶାବାଦୀ। କରୋନା ସଙ୍କଟକୁ ଭାରତ ସୁଯୋଗ ଭାବେ ଗ୍ରହଣ କରିବ। କୋଇଲା ଆମଦାନୀ ଦ୍ୱାରା ଅନ୍ୟ ଦେଶ ଉପରେ ରହିଥିବା ନିର୍ଭରତାକୁ କମାଇବା ଦିଗରେ ବର୍ତ୍ତମାନର ପଦକ୍ଷେପ ସହାୟକ ହୋଇପାରିବ ବୋଲି ସେ ମତ ରଖିଛନ୍ତି।
ମୋଦି ପୁଣି କହିଛନ୍ତି ଯେ, ୨୦୩୦ ବେଳକୁ ଦେଶ ମଧ୍ୟରେ ୧୦୦ ନିୟୁତ ଟନ୍‌ କୋଇଲା ଗ୍ୟାସିଫିକେଶନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଯୋଜନାରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ନିବେଶ ହେବ। ବିଗତ ଦିନଗୁଡ଼ିକରେ ନୀତିରେ ରହିଥିବା ବିଭିନ୍ନ ଗଳାବାଟ ଯୋଗୁ ବଡ ଦୁର୍ନୀତି ହୋଇଥିଲା। ବର୍ତ୍ତମାନର ପଦକ୍ଷେପ ଦ୍ୱାରା କୋଇଲା କ୍ଷେତ୍ରରେ ସ୍ବଚ୍ଛତା ଆସିପାରିବ। ଏହା ଫଳରେ ଶକ୍ତି, ଇସ୍ପାତ, ସାର, ଆଲୁମିନିୟମ ଏବଂ ସିମେଣ୍ଟ ଭଳି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପଡ଼ିବ। କୋଇଲା କ୍ଷେତ୍ରରେ ସଂସ୍କାର ଯୋଗୁ ଦେଶର ପୂର୍ବ ଏବଂ କେନ୍ଦ୍ରାଞ୍ଚଳକୁ ବିଶେଷ ଲାଭ ହେବ। କମର୍ସିଆଲ କୋଲ ବ୍ଲକ ସମସ୍ତଙ୍କ ଲାଗି ଓ୍ବିନ୍‌-ଓ୍ବିନ୍‌ ସ୍ଥିତି ଆଣିବ। କୋଇଲା ଏବଂ ଖଣି କ୍ଷେତ୍ରକୁ ସରକାର ଖୋଲା କରିଥିବାରୁ ଏଥିରେ ଅଧିକ ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି ଏବଂ ଟେକ୍ନୋଲୋଜିର ବ୍ୟବହାର ହେବ। ନୂଆ ନିଲାମ ଯୋଗୁ ରାଜ୍ୟଗୁଡ଼ିକୁ ରାଜସ୍ବ ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହୋଇପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। କୋଇଲା ଖଣି ଅଞ୍ଚଳଗୁଡିକରେ ବୃହତ୍‌ ସଂଖ୍ୟାର ନିଯୁକ୍ତି ସୃଷ୍ଟି ଦିଗରେ ଏହା ଯୋଗଦାନ ରଖିବ। କୋଇଲା ଖଣି ଅଞ୍ଚଳଗୁଡିକରେ ଭିତ୍ତିଭୂମି ବିକାଶ ଲାଗି ସରକାର ପ୍ରାୟ ୫୦ ହଜାର କୋଟି ଟଙ୍କା ନିବେଶ କରିବେ। ଶିଳ୍ପ ବିକାଶକୁ ତ୍ୱରାନ୍ବିତ କରିବା ଲାଗି ଶକ୍ତି ଆବଶ୍ୟକତାକୁ ଏହା ପୂରଣ କରିବାରେ ଯୋଗଦାନ ମଧ୍ୟ ରଖିବ। ଏଭଳି ପଦକ୍ଷେପ ଦ୍ୱାରା ରାଜ୍ୟଗୁଡିକ ବାର୍ଷିକ ୨୦ ହଜାର କୋଟି ଟଙ୍କାର ରାଜସ୍ବ ମିଳିବ। ୧୦୦ କୋଟି ଟନ୍‌ କୋଇଲା ଉତ୍ପାଦନ ଲାଗି ସରକାର ନିବେଶକୁ ବଢ଼ାଇବେ ବୋଲି କାର୍ଯ୍ୟକ୍ରମରେ କୋଇଲା ମନ୍ତ୍ରୀ ପ୍ରହଲାଦ ଜୋଷୀ ସୂଚନା ଦେଇଛନ୍ତି।
ଓଡ଼ିଶାର ୯ କୋଇଲା ବ୍ଲକ୍‌ ସାମିଲ
ଆରମ୍ଭ ହୋଇଥିବା ୪୧ ବାଣିଜି୍ୟକ କୋଇଲା ଖଣି ମଧ୍ୟରୁ ଓଡ଼ିଶାରେ ୯ଟି ବ୍ଲକ ରହିଛି। ସେହିଭଳି ଉଭୟ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ୯ଟି ଲେଖାଏ, ମହାରାଷ୍ଟ୍ରରେ ୩, ମଧ୍ୟପ୍ରଦେଶରେ ୧୧ଟି କୋଇଲ ବ୍ଲକ ରହିଥିବା ଜଣାପଡ଼ିଛି। ଏହା ମଧ୍ୟରେ ୩୪ ବ୍ଲକରୁ ସମ୍ପୂର୍ଣ୍ଣ ଉତ୍ତୋଳନ ହେଉଛି। ୪ଟିରୁ ଆଂଶିକ ଉତ୍ତୋଳନ ହେଉଥିବା ବେଳେ ୩ଟିରେ ଆଞ୍ଚଳିକ ସ୍ତରରେ ଉତ୍ତୋଳନ କାର୍ଯ୍ୟ ଜାରି ରହିଛି। ଖଣିଗୁଡିକ ଓଡ଼ିଶାର ଛେଣ୍ଡିପଦା, ମହାରାଷ୍ଟ୍ରର ବନ୍ଦେର, ଝାଡ଼ଖଣ୍ଡର ବ୍ରହ୍ମଡିହା, ଛତିଶଗଡ଼ର ଫତେପୁର ଇଷ୍ଟ ଏବଂ ମଧ୍ୟପ୍ରଦେଶର ଗୋଟିତୋରିଆ ଇଷ୍ଟ ସାମିଲ ରହିଛି। ସବୁ ପ୍ରକାରର କୋଲ ବ୍ଲକକୁ ନିଲାମ ପାଇଁ ଖୋଲା କରାଯାଇଛି। ଏହା ମଧ୍ୟରେ ୩୭ ଅଣକୁକିଂ, ୨ କୁକିଂ ଏବଂ ୨ କମ୍ବୋ ଖଣି। ସେହିଭଳି ମୋଟ ଖଣି ମଧ୍ୟରେ ୨୬ ଖୋଲା ଖଣି, ୭ ଭୂତଳ ଖଣି ଏବଂ ୮ ଉଭୟ ଭୂତଳ ଏବଂ ଖୋଲା ଖଣି ବୋଲି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri