Posted inଖେଳ

୪ମାସରେ ୨୬ କିଲୋ ହ୍ରାସ କରି ଫଟୋ ଶେୟାର କଲେ ଟେନିସ୍‌ ଷ୍ଟାର

ନୂଆଦିଲ୍ଲୀ,୧୦।୨: ମା’ ହେବା ପରେ ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ପ୍ରଶଂସକଙ୍କ ସମ୍ମୁଖରେ ନିଜର ଆଗାମୀ ଲକ୍ଷ୍ୟକୁ ସ୍ପଷ୍ଟ କରିଛନ୍ତି। ଖୁବ୍‌ଶୀଘ୍ର ଟେନିସ୍‌ର କୋର୍ଟକୁ ଫେରିବେ ବୋଲି ପ୍ରଶଂସକଙ୍କୁ ସେ ଏକ ଆଭାସ୍‌ ଦେଇଛନ୍ତି। ଆଉ ଏଥିପାଇଁ ୪ମାସ ପୂର୍ବରୁ ସାନିଆ ନିଜର ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ସାନିଆ ୪ମାସ ଭିତରେ ୨୬କିଲୋ ଓଜନ ହ୍ରାସ କରିଛନ୍ତି। ସୂଚନା ମୁତାବକ ମା’ ହେବା ପରେ ତାଙ୍କ ଓଜନ ୮୯କିଲୋ ବୃଦ୍ଧି ପାଇଥିଲା। ମା’ ହେବା ଓ ଓଜନ ବଢ଼ିବା ଯୋଗୁ ସେ ଟେନିସ୍‌ରୁ ଦୂରେଇ ଯାଇଥିଲେ। ତେବେ ନିଜ ଟ୍ରାକ୍‌କୁ ପୁଣି ଫେରିବା ଏବଂ ଫିଟ୍‌ ରହିବା ପାଇଁ ସେ ବହୁ ପରିଶ୍ରମ କରି ୮୯ଓଜନରୁ ୬୩କୁ ହ୍ରାସ ହୋଇଛନ୍ତି। ସୋମବାର ସାନିଆ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରମରେ ୨ଟି ଫଟୋକୁ ଶେୟାର କରିଛନ୍ତି। ପ୍ରଥମ ଫଟୋଟି ତାଙ୍କର ପୁରୁଣା ଅର୍ଥାତ୍‌ ମା’ ହେବା ସମୟର ଏବଂ ଅନ୍ୟଟି ବର୍ତ୍ତମାନ ସମୟର। ଯେଉଁଥିରେ ସେ ବେଶ୍‌ ଫିଟ୍‌ ନଜର ଆସିଛନ୍ତି। ଏହି ଫଟୋ ଜରିଆରେ ସେ ସମସ୍ତଙ୍କୁ ପ୍ରେରଣା ଯୋଗାଇଛନ୍ତି। ଫଟୋକୁ ଶେୟାର କରିବା ସହ ସେ କ୍ୟାପଶନ୍‌ରେ ଲେଖିଛନ୍ତି,‘ ୮୯ କିଲୋ ବନାମ୍‌ ୬୩’। ନିଜ ଲକ୍ଷ୍ୟକୁ ପାଇବା ପାଇଁ ବହୁ ସମୟ ଲାଗିଗଲା। ହେଲେ ଯଦି ମୁଁ କରିପାରିଲି ତେବେ ସମସ୍ତେ କରିପାରିବେ ବୋଲି ସାନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri