୪ ବିଶେଷଜ୍ଞ, ୬ ଷ୍ଟାଫ୍‌ନର୍ସ ପଦବୀ ଖାଲି

ବିରିଡି,୨୦।୩ (ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଧାରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ବିପୁଳ ଟଙ୍କା ବ୍ୟୟରେ ବିିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକାରଣ କରାଯାଇଥିବା ବେଳେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରାଯାଉ ନ ଥିବାରୁ ଲୋକମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ମିଳିପାରୁନାହିଁ।
ପ୍ରାୟ ୯ ବର୍ଷ ହେବ ପ୍ରତିଷ୍ଠା କରାଯାଇଥିବା ବରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବିରିଡ଼ି ବ୍ଲକର ୨୧ ପଞ୍ଚାୟତର ଲୋକେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଫୁଲ କୁଣ୍ଡ ଲଗାଯାଇଥିବା ବେଳେ ଗାଡି ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ପାର୍କ ପାଇଁ ଜାଗା, ଫାଟକରେ ସିକ୍ୟୁରିଟି ଗାର୍ଡ ବ୍ୟବସ୍ଥା ସହ କାନ୍ଥରେ ରଙ୍ଗବେରଙ୍ଗର ବିଭିନ୍ନ ଚିତ୍ର ଅଙ୍କାଯାଇଛି। ହେଲେ ଡାକ୍ତରଖାନାରେ ୧୬ ଶଯ୍ୟା ପରିବର୍ତ୍ତେ ମାତ୍ର ୬ ଶଯ୍ୟା ରହିଛି। ସେହିପରି ଏଠାରେ କେବଳ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଥିବା ବେଳେ ବ୍ଲକ ପ୍ରୋଗ୍ରାମ ହେଲ୍‌ଥ ଅଫିସର ନାହାନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗ, ଭେଷଜ ବିଭାଗ, ଶିଶୁ ରୋଗ ବିଭାଗ, ଅସ୍ଥିଶଲ୍ୟ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ଫଳରେ ସ୍ଥାନୀୟ ଲୋକେ ଆବଶ୍ୟକ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି। ସାମାନ୍ୟ ରୋଗ ହେଲେ ବି ଲୋକମାନେ ଜଗତ୍‌ସିଂହପୁର ବା କଟକ ବଡ଼ ମେଡିକାଲକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ୫ ଜଣ ଆସିଷ୍ଟାଣ୍ଟ ସର୍ଜନ ପଦବୀ ଥିଲେ ବି ଗୋଟିଏ ପଦବୀ ଖାଲି ପଡ଼ିଛି। ୬ ଜଣ ଷ୍ଟାଫ ନର୍ସ ରହିବା ନିୟମ ରହିଥିଲେ ବି ଜଣେ ହେଲେ ନର୍ସଙ୍କୁ ନିଯୁକ୍ତି ଦିଆଯାଇନାହିଁ। ୧୨ ପୁରୁଷ ସ୍ବାସ୍ଥ୍ୟକର୍ମୀ ପଦବୀରେ ୯ ଜଣ, ମହିଳା ସ୍ବାସ୍ଥ୍ୟକର୍ମୀ ୧୯ ପଦବୀରେ ୧୬ ଜଣ ଓ ଆଟେଣ୍ଡାଣ୍ଟ ୪ ପଦବୀରେ ୨ ଜଣ କାମ ଚଳାଉଛନ୍ତି। ସେହପରି ୩ ସୁଇପର ରହିବାର ନିୟମ ଥିବା ବେଳେ ଜଣେ ହେଲେ ନିଯୁକ୍ତି ପାଇନହାନ୍ତି। ଏକମାତ୍ର ରୋଷେୟା ପଦବୀ ମଧ୍ୟ ଖାଲି ପଡ଼ିଛି। ଫଳରେ ରେଗୀଙ୍କୁ ରନ୍ଧା ଖାଦ୍ୟ ଦିଆଯାଇପାରୁନାହିଁ।
ଅନ୍ୟପଟେ ଆଉଟଡୋର ଗୃହଟି ଟିଣ ଛପର ଥିବା ବେଳେ ଛୋଟ ଘର ଯୋଗୁ ରୋଗୀ ଓ ଡାକ୍ତର ବସିବାରେ ସମସ୍ୟା ଉପୁଜୁଛି। ମେଡିକାଲ ପରିସରରେ ସାଧାରଣତଃ ମିଟିଂ ହଲଟିଏ ନାହିଁ। କୌଣସି ମିଟିଂ ହେଲେ ବ୍ଲକ କିମ୍ବା ଆଇସିଡିଏସ୍‌ ମିଟିଂ ହଲ୍‌କୁ ଯିବାକୁ ପଡୁଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭଲ ଓଟି ବି ନାହିଁ। ସେହିପରି ଷ୍ଟାଫ୍‌ମାନଙ୍କ କ୍ୱାର୍ଟର୍ସ ଜରାଜୀର୍ଣ୍ଣ ହୋଇପଡ଼ିରହିଛି। ଫଳରେ ଅଧିକାଂଶ ଷ୍ଟାଫ ନିଜ ନିଜ ଘରୁ ଯାତାୟାତ କରୁଥିବା ଦେଖାଯାଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ସିଡିଏମ୍‌ଓ ବିଜୟା ପଣ୍ଡାଙ୍କୁ ପଚାରିବାରେ, ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅସୁବିଧା ସମ୍ପର୍କରେ ଅବଗତ ଅଛି। ବାସ୍ତବରେ ଆବଶ୍ୟକ ସଂଖ୍ୟକ ସ୍ପୋଶାଲିଷ୍ଟ, ଡାକ୍ତର, ଷ୍ଟାଫ ନର୍ସ ନ ଥିବା ବେଳେ ମିଟିଂ ହଲ ନାହିଁ। ଆଉଟଡୋର ଘର ଟିଣ ହୋଇଥିବାରୁ ଡାକ୍ତର ଓ ରୋଗୀମାନେ ଅସୁବିଧା ଭୋଗୁଛନ୍ତି। ଏଗୁଡ଼ିକର ସମାଧାନ ପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି। ଅନୁମତି ମିଳିଲେ ମେଡିକାଲରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସିଡିଏମ୍‌ଓ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri