୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ଓଡ଼ଗାଁ,୧୫ା୧୧(ସ୍ବ.ପ୍ର.): ୪ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ ।  ପୁଅର ପତ୍ତା ନ ପାଇ ଦୁଃଖ ଓ ଯନ୍ତ୍ରଣାରେ ଦିନ କାଟୁଥିଲେ ପରିବାର ଲୋକେ। ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଆଇଆଇସିଙ୍କ ଉଦ୍ୟମ ଫଳରେ ହଜିଲା ପୁଅକୁ ଫେରି ପାଇଲେ ପୁରୀ ଜିଲା କାକଟପୁର ଅଞ୍ଚଳର ରମେଶ କାଣ୍ଡିଙ୍କ ପରିବାର।
ସୂଚନା ଅନୁସାରେ, ବୁଧବାର ଆଦର୍ଶ ଥାନା ଅଧିକାରୀ ମମତା ପତି ବ୍ୟାଙ୍କ ଓ ଗ୍ରାହକଙ୍କ ନିରପତ୍ତା ଦୃଷ୍ଟିରୁ ସହରରେ ଥିବା ବିଭିନ୍ନ ବ୍ୟାଙ୍କ ପରିଦର୍ଶନ କରିଥିଲେ। ଏହି ସମୟରେ ଓଡ଼ଗାଁ-ବାହାଡ଼ାଝୋଲା ରାସ୍ତାର ବାହାଡାପିଠାରେ ଥିବା ଏକ ଘରୋଇ ବ୍ୟାଙ୍କ ନିକଟରେ ଜଣେ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ତାଙ୍କ ନଜରକୁ ଆସିଥିଲା । ସେ ସମ୍ପୃକ୍ତ ଯୁବକଙ୍କ ବିଷୟରେ ପଚରା ଉଚୁରା କରିବା ବେଳେ କେହି କିଛି କହି ପାରି ନ ଥିଲେ। ଏପରି କି ସମ୍ପୃକ୍ତ ଯୁବକ ମଧ୍ୟ ନିଜର ପରିଚୟ ଦେବା ଦୂରର କଥା ପଦେ ଦି ପଦ କଥା ହେବା ଛଡା କିଛି କହିବା ଅବସ୍ଥାରେ ନ ଥିଲେ । ଏପରିସ୍ଥଳେ ଥାନା ଅଧିକାରୀ ସନ୍ଦିଗ୍ଧ ଯୁବକଙ୍କୁ ନିଜ ଗାଡିରେ ବସାଇ ଥାନାକୁ ନେଇ ଆସିବା ସହିତ ତାଙ୍କୁ ଖାଇବାପିଇବାକୁ ଦେବାପରେ ନିଜେ ତାଙ୍କର ପରିଚୟ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ବହୁ ସମୟ ପଚରାଉଚୁରା କରିବା ପରେ ସେ ବିଭିନ୍ନ ଭାଷାରେ କିଛି କହୁଥିବା ବେଳେ ଥର ଥର କରି ଓଡିଆ ଭାଷାରେ ପଦେ ଦୁଇପଦ କଥା କହିଥିଲେ। ସେ କାକଟପୁର ଅଞ୍ଚଳର ବୋଲି ପୋଲସି ଅନୁମାନ କରି କାକଟପୁର ପୋଲିସ ସହିତ ଯୋଗାଯୋଗ କରିଥିଲେ। ଗୁରୁବାର ସନ୍ଧ୍ୟାରେ କାକଟପୁର ପୋଲିସଠାରୁ ସୂଚନା ପାଇଲା ପରେ ସମ୍ପୃକ୍ତ ଯୁବକଙ୍କ ପରିବାର ସ୍ଥାନୀୟ ଥାନାରେ ପହଞ୍ଚତ୍ ନିଜ ହଜିଲା ପୁଅକୁ ଚିହ୍ନିପାରିଥିଲେ।
ସୂଚନା ଅନୁଯାୟୀ, କାକଟପୁର ଥାନା ଉଲୁକୁଦା(ଜଳେଶପଡା) ଗ୍ରାମର ରମେଶ କାଣ୍ଡିଙ୍କ ସାନପୁଅ ସଞ୍ଜୟ (୧୯) ଗାଁ ସ୍କୁଲରୁ ମାଟ୍ରିକ ପାସ୍‌ କରିବାପରେ ପ୍ରଥମେ ସୁରଟ ଓ ପରେ ଚେନ୍ନାଇ ସୂତାକଳରେ କାମ କରିବାକୁ ଚାଲିଯାଇଥିଲେ । ସେ ଦୁଇବର୍ଷ ପର୍ଯ୍ୟନ୍ତ ଘରକୁ ଟଙ୍କା ପଇସା ପଠାଇବା ସହିତ ଫୋନରେ କଥାବାର୍ତ୍ତ କରୁଥିଲେ । ହେଲେ ପରେ ଦୁଇବର୍ଷ ହେଲା ପୁଅ ସଞ୍ଜୟ ସେମାନଙ୍କ ସହିତ କୌଣସି ଯୋଗାଯୋଗରେ ନ ଥିଲେ। ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇ ଯୋଗାଯୋଗ ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ସଞ୍ଜୟ ମାନସିକ ଦୁର୍ବଳତା କାରଣରୁ ଚାକିରି ହରାଇ ଚେନ୍ନାଇରେ ଏଣେତେଣେ ବୁଲୁଥିବା ବେଳେ ପଡୋଶୀ ଗ୍ରାମର ଜଣେ ଯୁବକ ତାଙ୍କୁ ଦେଖି ଘରକୁ ଯିବା ପାଇଁ ଟ୍ରେନରେ ବସାଇଥିଲେ। ସଞ୍ଜୟ କୋଣାର୍କ ଏକ୍ସପ୍ରେସ୍‌ରେ ଗାଁକୁ ଆସୁଥିବା ନେଇ ସେ ସଞ୍ଜୟଙ୍କ ପରିବାରକୁ ଖବର ଦେଇଥିଲେ । ତେବେ ସେ ଗାଁକୁ ଯିବାକୁ ଭୁବନେଶ୍ୱରରେ ଓହ୍ଲାଇବା ପରିବର୍ତ୍ତେ ଗାଡିରେ ବସି ଓଡ଼ଗାଁ ଚାଲିଆସିଥିବା ଅନୁମାନ କରାଯାଉଛି। ପୁଅ ଓଡ଼ଗାଁ ଥାନାରେ ଥିବା ଖବର ପାଇ ବାପା ରମେଶ ତାଙ୍କ ସମ୍ପର୍କୀୟ ସୁଦର୍ଶନ ଭୋଇ ଏବଂ ବାଉରୀବନ୍ଧୁ ବେହେରା ସେଠାରେ ପହଞ୍ଚତ୍ଥିଲେ। ପୋଲିସ ନିକଟରେ ସେମାନଙ୍କ ଆଧାର ପରିଚୟ ପତ୍ର ଦାଖଲ କରିବା ପରେ ପୋଲିସ ଏହାକୁ ଯାଞ୍ଚ କରି ପରେ ସଞ୍ଜୟଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି। ୪ ବର୍ଷ ପରେ ହଜିଲା ପୁଅକୁ ଫେରିପାଇଥିବା ବାପା ଓ ସମ୍ପର୍କୀୟ ଭାବବିହ୍ବଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ସେମାନେ ଆର୍ଦଶ ଥାନା ପୋଲିସକୁ ବାରମ୍ବାର ଧନ୍ୟବାଦ ଦେଇ ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କଠୋର ଶୁଣାଯାଇପାରେ, କିନ୍ତୁ ତାଙ୍କୁ ବାହାରେ ବସିବାକୁ ପଡ଼ିବ…’ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୮।୧୨: ଆଘାତ କାରଣରୁ ଇଶାନ କିଶନ ଦଳରୁ ବାଦ ପଡ଼ିବା ପରେ, ବୈଭବ ସୂର୍ଯ୍ୟବଂଶୀ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିବାର ସୁଯୋଗ ପାଇଲେ। ଭାରତ ଏବଂ…

ଅର୍ଣ୍ଣବକୁ ନେଇ ସମୁଦ୍ର କୂଳିଆ ଗାଁରେ ଛନକା, ବିପଦରେ ପେଣ୍ଠ ପୁରୁଣା ପଥରବନ୍ଧ

ରାଜନଗର, ୨୮ା୧୦(ଭାସ୍କର ରାଉତରାୟ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅର୍ଣ୍ଣବକୁ ନେଇ କେନ୍ଦ୍ରାପଡ଼ା ଜିଲାର ସମୁଦ୍ର କୂଳିଆ ଗାଁ ଗୁଡ଼ିକରେ ଛନକା ପଶିଛି। ଅଶାନ୍ତ ସମୁଦ୍ରର…

ଫ୍ଲାଏଦୁବାଇ (flydubai) ପାଇଲଟ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ସମ୍ମାନିତ କଲା ୟୁଏଇ (UAE)

ଆବୁ ଧାବି,୨୮।୧୦: ୟୁନାଇଟେଡ ଆରବ ଏମିରେଟ୍ସ (UAE) ର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ, ଆବୁଧାବିରେ ‘ଫ୍ଲାଏଦୁବାଇ’ (flydubai) ର ପାଇଲଟ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ…

ଅଭିଷେକଙ୍କ ବ୍ୟାଟିଂ ଦେଖି ପାକିସ୍ତାନର ଉଡ଼ିଗଲା ହୋଶ୍‌: ପୂର୍ବତନ କ୍ରିକେଟର୍‌ କହିଲେ, ଏଭଳି ତାଣ୍ଡବ କେବେ ଦେଖିନାହିଁ

ନୂଆଦିଲ୍ଲୀ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି। ମାତ୍ର ୩୫…

ବାତ୍ୟା ଅର୍ଣ୍ଣବର ପ୍ରଭାବ: ଛତ୍ରପୁରରେ ଲଗାଣ ବର୍ଷା ସହ ଅନେକ ସ୍ଥାନରେ ଭାଙ୍ଗିଲା ଗଛ

ଛତ୍ରପୁର,୨୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଗତ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଲଗାଣ ବର୍ଷା ଓ…

ଦାରିଙ୍ଗବାଡ଼ିରେ ତୁହାକୁ ତୁହା ବର୍ଷା: ବଜାରଘାଟ ଜନଶୂନ୍ୟ

ଦାରିଙ୍ଗବାଡ଼ି, ୨୮।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଛି। କୋହଲା ପବନ ସାଙ୍ଗକୁ…

ଖୋର୍ଦ୍ଧାରେ ୪୦.୬୪ ମିଲିମିଟର ବର୍ଷା ରେକର୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଅକ୍ଟୋବର ୨୭ରୁ ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାର ୧୪ଟି ବର୍ଷା…

WPL 2027 ନିଲାମରେ ସବୁଠାରୁ ମହଙ୍ଗା ହୋଇପାରନ୍ତି ଏହି ୩ ଖେଳାଳି; ଭାଙ୍ଗିବ ସମସ୍ତ ରେକର୍ଡ

ନୂଆଦିଲ୍ଲୀ,୨୮।୧୦: ମହିଳା ପ୍ରିମିୟର ଲିଗ (WPL 2027) ନିଲାମ ଆଜି, ଅକ୍ଟୋବର ୨୮ରେ କୋଚି ଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମ ପାଇଁ ମୋଟ ୧୪୬ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?