୪ ଏକର ଡଙ୍ଗର ଜମିକୁ ଚାଷୋପଯୋଗୀ କଲେ ୯୦ ବର୍ଷୀୟ ବୃଦ୍ଧ

ପାପଡାହାଣ୍ଡି,୩।୨(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ଗାଦବା କତରା ଗ୍ରାମର ମୁନା ମାଧବ। ବୟସ ୯୦ରୁ ଊର୍ଦ୍ଧ୍ୱ । ତଥାପି ଜୀବନରେ ହାର ମାନି ନାହାନ୍ତି । ଯେଉଁ କାମ ଯୁବପିଢି କରିପାରିବେ ନାହିଁ, ବୟସର ଅପରାହ୍ନରେ ପହଞ୍ଚି ସେ ତାହା କରି ଦେଖାଇଛନ୍ତି। ନିଜସ୍ବ ଉଦ୍ୟମରେ ୪ ବର୍ଷରେ ୪ ଏକର ଡଙ୍ଗର ଜମିକୁ ସମତୁଲ କରି ଚାଷ ଉପଯୋଗୀ କରିଛନ୍ତି । ସତେ ଯେମିତି ଜୀବିକା ଆଗରେ ହାର ମାନିଛି ବୟସ । ଯୁବପିଢି ପାଇଁ ସେ ସାଜିଛନ୍ତି ଉଦାହରଣ ।
ମୁନାଙ୍କ ପତ୍ନୀ ଗତ ୨୦ ବର୍ଷ ତଳେ ଆରପାରିକୁ ଚାଲିଯିବା ପରେ ସେ ବର୍ତ୍ତମାନ ଏକାକୀ ରହୁଛନ୍ତି । ପ୍ରଥମେ ଗୋରୁ ବ୍ୟବସାୟ କରୁଥିଲେ । ପରବର୍ତ୍ତୀ ସମୟରେ ସେ ଚାଷକୁ ହିଁ ନିଜର ଜୀବିକା ଭାବେ ଗ୍ରହଣ କରିଥିଲେ। ନିଜର କିଛି ଜମିରେ ଧାନ ଚାଷ କରି ଯାହା ରୋଜଗାର ହୁଏ ସେଥିରେ ଗୁଜୁରାଣ ମେଣ୍ଟାଇଥାନ୍ତି । ବର୍ତ୍ତମାନ ବୟସର ଅପରାହ୍ନରେ ପହଞ୍ଚିଛନ୍ତି। ତଥାପି ମୁନାଙ୍କ ନିକଟରେ ରହିଛି ପରିଶ୍ରମ କରିବାର ଦୃଢ ମନୋବଳ। ସକାଳୁ ସା ପର୍ଯ୍ୟନ୍ତ ହାତରେ ଫାଉଡା ଧରି ଜମିକୁ ସମତୁଲ କରିବାରେ ଲାଗି ପଡିଥାନ୍ତି ମୁନା । ଗତ ୪ ବର୍ଷ ହେଲା ସେ ୪ ଏକର ଡଙ୍ଗର ଜମିକୁ ଖୋଳି ଚାଷ ଜମିରେ ତିଆରି କରିଛନ୍ତି। ମୁନାଙ୍କ ଏପରି କାର୍ଯ୍ୟକୁ ଦେଖି ଗ୍ରାମବାସୀ ପ୍ରଶଂସା କରିବା ସହ ଆଜିର ଯୁବପିଢି ପାଇଁ ସେ ଉଦାହରଣ ବୋଲି କହିଛନ୍ତି । ଦୁଇ ତିନ ଦିନ ପର୍ଯ୍ୟନ୍ତ କିଛି ବି ନ ଖାଇ ମୁନା ରହି ପାରୁଥିବା ଗ୍ରାମବାସୀ କହିଛନ୍ତି । ସରକାରଙ୍କ ତରଫରୁ ତାଙ୍କୁ ୧୦ କେଜି ଚାଉଳ ଓ ୭୦୦ ଟଙ୍କା ଭତ୍ତା ମିଳୁଛି । ଏକ ଭଙ୍ଗା ଚାଳ ଘରେ ରହୁଥିଲେ ମଧ୍ୟ ଆବାସ ଯୋଜନାରେ ତାଙ୍କୁ ଏପର୍ଯ୍ୟନ୍ତ ସାମିଲ କରାଯାଇନାହିଁ । ବାରମ୍ବାର ପ୍ରଶାସନ ନିକଟରେ ଘର ଟିଏ ପାଇଁ କହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମିଳି ନାହିଁ । ଖରା ଓ ଶୀତ ଦିନ ଯେମିତି ସେମିତି ଚଳି ଯାଏ କିନ୍ତୁ ବର୍ଷା ଦିନେ ରହିବାକୁ ବହୁତ ଅସୁବିଧା ହୁଏ ବୋଲି ସେ କହିଛନ୍ତି।୧୯୪୨ ପାପଡାହାଣ୍ଡି ଗୁଳିକାଣ୍ଡ ଦେଖିଥିବା ମୁନା କହିଛନ୍ତି । ପ୍ରଶାସନ ତରଫରୁ ଏପରି ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦେବା ଲାଗି ଗ୍ରାମବାସୀ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri