୩୭ ଦିନ ପରେ ପୁରୀକୁ ଫେରିଲା କରୋନା

ପୁରୀ ଅଫିସ,୧୧।୫: ୩୭ ଦିନ ପରେ ପୁରୀ ଜିଲାକୁ ଫେରିଛି କରୋନା। ଜିଲାରୁ ରବିବାର ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ପଷ୍ଟ କରିବା ପରେ ଜିଲାବାସୀଙ୍କ ଚିନ୍ତା ବଢିଯାଇଛି। ଗ୍ରୀନ୍‌ ଜୋନରେ ଥିବା ପୁରୀ ଏବେ ଏହି ଜୋନରୁ ବାଦ୍‌ ପଡ଼ିବା ନିଶ୍ଚିତ ହୋଇଥିବାବେଳେ ମହାପ୍ରଭୁଙ୍କ ରଥଯାତ୍ରା ନେଇ ସଂକଟ ବଢିଲା ବୋଲି ସହରରେ ଚର୍ଚ୍ଚା ହେଉଛି।

କିଛିଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ଏହି ସଂଖ୍ୟା ବଢୁଥିବା ବେଳେ ପୁରୀ ଜିଲା କିନ୍ତୁ ଗ୍ରୀନ୍‌ ଜୋନରେ ଥିବାରୁ ଜିଲାବାସୀ ଆଶ୍ୱସ୍ତ ଅନୁଭବ କରୁଥିଲେ। ହେଲେ ଗତ କିଛିଦିନ ଧରି ପ୍ରବାସୀ ଓଡ଼ିଆ ଏବଂ ଅନ୍ୟ ରାଜ୍ୟରୁ ଲୋକେ ଜିଲାକୁ ପ୍ରବେଶ କରିବା ଆରମ୍ଭ କରିଛନ୍ତି। ଏହାରି ଭିତରେ ଏବେ ଜିଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ତେବେ ପୁରୀ ସହରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ଥିବାବେଳେ ସେମାନେ ସମ୍ପର୍କୀୟ ବୋଲି ଶୁଣିବାକୁ ମିଳୁଛି। ତେବେ ସେମାନେ ପଶ୍ଚିମବଙ୍ଗରୁ କେବେ ଆସିଥିଲେ, କ୍ବାରାଣ୍ଟାଇନରେ ଥିଲେ ନା ନାହିଁ ତାକୁ ନେଇ ସହରବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ପ୍ରଶାସନ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଖୋଜିବା ସହ ଉଭୟେ କାହା କାହା ସଂଷ୍ପର୍ଶରେ ଆସିଛନ୍ତି ତାହାର ଅନୁଧ୍ୟାନ ଆରମ୍ଭ କରିଦେଇଛି। ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବ ବୋଲି ଜଣେ ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ମଧ୍ୟ ସଙ୍କଟ ବଢିଯାଇଛି। ଏହି କରୋନା କଟକଣା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନ ଥିଲା। ଶେଷରେ କେନ୍ଦ୍ର ସରକାରଙ୍କ ସର୍ତ୍ତମୂଳକ ଅନୁମତି ପରେ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏବେ ୨ ଆକ୍ରାନ୍ତ ଚିହ୍ନଟ ପରେ ପୁରୀ ଗ୍ରୀନ୍‌ ଜୋନରୁ ବାଦ୍‌ ପଡିପାରେ ବୋଲି କୁହାଯାଉଛି। ସୂଚନାଥାଉ କି, ଏପ୍ରିଲ ୩ ତାରିଖରେ ପୁରୀ ଜିଲାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପିପିଲି ବ୍ଲକ ଦାନଗହିର ଗଁାର ସମ୍ପୃକ୍ତ ବ୍ୟକ୍ତିଙ୍କର ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ୍‌ ରହିଥିଲା। କିଛିଦିନ ମେଡିକାଲରେ ରହି ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇ ଏବେ ଘରେ ଅଛନ୍ତି। ଏହାପରେ ପ୍ରାୟ ପ୍ରତିଦିନ ଜିଲାରୁ କୋଭିଡ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉଥିଲା। ୩୬ଦିନ ଜିଲାରେ କେହି ଏହି ପ୍ରାଣଘାତୀ ଭୂତାଣୁ ଦ୍ୱାରା ଆକ୍ରାନ୍ତ ନ ଥିଲେ, ଯାହାକି ଜିଲାବାସୀଙ୍କୁ ଆଶ୍ୱସ୍ତି ଆଣି ଦେଇଥିଲା। ହେଲେ ରବିବାର ଗୋଟିଏ ଦିନରେ ୨ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋଇସିଂହା ବିଧାନସଭା ଆସନ: ୭ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର କାଏମ

ଲୋଇସିଂହା,୫।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ସରିଛି। ଯାଞ୍ଚ ପ୍ରକ୍ରିୟା ପରେ ୭ଜଣ ପ୍ରାର୍ଥୀଙ୍କ ପ୍ରାର୍ଥତ୍ପତ୍ର...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ

କୋରାପୁଟ,୫।୫(ଅମିତାଭ ବେହେରା): ମେ’ ୧୩ ତାରିଖରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏନେଇ ରବିବାର ଆରମ୍ଭ ହୋଇଯାଇଛି ହୋମ୍‌ ଭୋଟିଂ ପ୍ରକ୍ରିୟା। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ...

ପାହାଡ଼ରୁ ଖସିଲା ପଥର: ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ,୫ା୫(ଅମିତାଭ ବେହେରା ): ଆନ୍ଧ୍ରର ଶିବଲିଙ୍ଗପୁରମ ନିକଟସ୍ଥ ରେଳ ଧାରଣାରେ ପାହାଡ଼ରୁ ପଥର ଖସି ରବିବାର ଭୋର ସମୟରେ ଏକ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ସଞ୍ଜୟଙ୍କୁ ସମ୍ବଲପୁର ବିଧାନସଭା ନିର୍ବାଚନ ଇନ୍‌ଚାର୍ଜ କଲା ବିଜେଡି

ସମ୍ବଲପୁର,୫ା୫(ପ୍ରମୋଦ ବହିଦାର): ଚଳିତ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନ ସଂଯୋଜକ ଓ ନିର୍ବାଚନ ଇନ୍‌ଚାର୍ଜ ନିଯୁକ୍ତ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ସ୍ତ୍ରୀଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ବାମୀ

କେସିଙ୍ଗା,୫।୫(ତୁମେଶ୍ୱର ସାହୁ): ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀନି ମନୋରମା ମହାନ୍ତିଙ୍କ ପାଇଁ ନର୍ଲା ବ୍ଳକ ଉପାଧ୍ୟକ୍ଷ ସ୍ବାମୀ ମୁନା ମହାନ୍ତି ପ୍ରଚାର ପାଇଁ...

ଗଞ୍ଜେଇ ଜବତ କରିବାକୁ ଯାଇ ହଟହଟା ହେଲା ପୋଲିସ

ବାଲିଗୁଡା,୫।୫: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ନିଶା କାରବାର ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri