୩୫% ଏମ୍‌ଏସ୍‌ଏମ୍‌ଇ ବନ୍ଦ ହୋଇଯିବ

ନୂଆଦିଲ୍ଲୀ,୩।୬: ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ରେଟିଙ୍ଗ ଏଜେନ୍ସି ମୁଡିସ୍‌ ଭାରତର ରେଟିଂକୁ ସୋମବାର ଖସାଇଦେଇଛି। ବର୍ତ୍ତମାନ ନୀତି ନିର୍ଦ୍ଧାରଣ ଏବଂ ଏହାକୁ ଲାଗୁ କରିବା କଷ୍ଟକର ହୋଇ ପଡିବ ବୋଲି ଏହି ରେଟିଂ ଏଜେନ୍ସି ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ସରକାର ସବୁ କିଛି ସମ୍ଭାଳିବା ଲାଗି ପ୍ରୟାସ ଜାରି ରଖିଛନ୍ତି ହେଲେ କରୋନା ଯୋଗୁ ଉପୁଜିଥିବା ସ୍ଥିତି ଗମ୍ଭୀର ରହିଛି। ଆତ୍ମନିର୍ଭର ପ୍ୟାକେଜରେ ସରକାର ଏମ୍‌ଏସ୍‌ଏମ୍‌ଇ ଲାଗି ବ୍ୟବସ୍ଥା କରିଛନ୍ତି। ହେଲେ ନିକଟରେ ଆସିଥିବା ଏକ ରିପୋର୍ଟ ଚିନ୍ତାକୁ ବଢାଇ ଦେଇଛି।
ଅଲ ଇଣ୍ଡିଆ ମାନୁଫାକ୍‌ଚରର୍ସ ଅର୍ଗାନାଇଜେଶନ ରିପୋର୍ଟ ମୁତାବକ ୩୫% ଏମ୍‌ଏସ୍‌ଏମ୍‌ଇ ଏବଂ ୩୭ ଆତ୍ମନିର୍ଭର ବ୍ୟକ୍ତି ସେମାନଙ୍କ କାରବାର ବନ୍ଦ କରିବା ସ୍ଥିତି ଆସିଛି। ସରକାର ଯେଉଁ ଭଳି ପଦକ୍ଷେପ ଘୋଷଣା କରିଛନ୍ତି ତା’ର ଲାଭ ଲୋକଙ୍କ ନିକଟକୁ ପହଞ୍ଚି ନ ଥିବା ରିପୋର୍ଟରେ କୁହାଯାଇଛି। କ୍ଷୁଦ୍ର ଶିଳ୍ପ ସହିଥିବା କ୍ଷତିକୁ ଭରଣା କରିବା ଲାଗି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ଶିଳ୍ପ ବିଶେଷଜ୍ଞ କହିଛନ୍ତି। କ୍ଷୁଦ୍ର ଶିଳ୍ପ ସହ ଜଡିତ ୪୬ ବ୍ୟକ୍ତିବିଶେଷଙ୍କୁ ନେଇ ହୋଇଥିବା ଅଧ୍ୟୟନ ମୁତାବକ କ୍ଷତି ଯୋଗୁ କମ୍ପାନୀଗୁଡିକର ଅଣ୍ଟା ଭାଙ୍ଗିଯାଇଥିବା କହିଛନ୍ତି। ୩୨% କହିଛନ୍ତି ଯେ, କ୍ଷତିର ଭରଣା କରିବା ଲାଗି ଅନ୍ତତଃ ପକ୍ଷେ ୬ ମାସ ସମୟ ଲାଗିବ। ୧୨% କହିଛନ୍ତି ସବୁ କିଛି ଟ୍ରାକ୍‌କୁ ଆସିବା ଲାଗି ୩ ମାସ ସମୟ ଲାଗିପାରେ।
ଦେଶରେ ୬.୫ କୋଟି ଏମ୍‌ଏସ୍‌ଏମ୍‌ଇ ରହିଛି। ଏହି କମ୍ପାନୀଗୁଡିକରେ ୧୫ କୋଟି ଲୋକ କାମ କରୁଛନ୍ତି। ଦେଶର ଅର୍ଥ ବ୍ୟବସ୍ଥାକୁ ଏହି ଶିଳ୍ପଗୁଡିକ ପ୍ରମୁଖ ଯୋଗଦାନ ରଖୁଥିବା ବେଳେ ଶିଳ୍ପ ବନ୍ଦ ହୋଇଗଲେ ସ୍ଥିତିକୁ ସମ୍ଭାଳିବା କଷ୍ଟକର ବ୍ୟାପାର ହୋଇ ପଡିବ। ଦେଶର ଜିଡିପିରେ ଏମ୍‌ଏସ୍‌ଏମ୍‌ଇଗୁଡିକର ଯୋଗଦାନ ୩୦% ରହିଛି। ଉକ୍ତ କ୍ଷେତ୍ରରେ ଲୋକମାନେ କାମ କରୁଥିବାରୁ ଖର୍ଚ୍ଚ ମଧ୍ୟ କରୁଛନ୍ତି। ଯଦି କାମ ବନ୍ଦ ହୋଇଯାଏ ତେବେ ତା’ର ପ୍ରଭାବ ଖର୍ଚ୍ଚ ଉପରେ ପଡିବ। ବର୍ତ୍ତମାନ ଚାହିଦା ପ୍ରଭାବିତ ଥିବାରୁ ଯଦି ୩୩% କମ୍ପାନୀ ବନ୍ଦ ହୋଇଯାଏ ତେବେ ଏହା ଅର୍ଥ ବ୍ୟବସ୍ଥା ଲାଗି ବହୁ ନକରାତ୍ମକ ପ୍ରଭାବ ପକାଇବ ବୋଲି ରିପୋର୍ଟରେ କୁହାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri