୩୪୨୭ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ବନ୍ଦ

ନୂଆଦିଲ୍ଲୀ,୪-୧୧: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୩୪୨୭ ବ୍ୟାଙ୍କ ଶାଖା ବନ୍ଦ କରିଥିବା ଜଣାପଡିଛି। ସୂଚନା ଅଧିକାର କର୍ମୀ ଚନ୍ଦ୍ର ଶେଖର ଗୌଡ ରିଜର୍ଭ ବ୍ୟାଙ୍କକୁ ଏ ନେଇ ମାଗିଥିବା ଏକ ସୂଚନାରୁ ଏହା ସାମ୍ନାକୁ ଆସିଛି। ମିଶ୍ରଣ କିମ୍ବା ବନ୍ଦ ପ୍ରକ୍ରିୟା ମୁତାବକ ଏହି ଶାଖାଗୁଡିକ ବନ୍ଦ କରାଯାଇଛି। ବନ୍ଦ ହୋଇଥିବା ମୋଟ ଶାଖା ମଧ୍ୟରୁ ପ୍ରାୟ ୭୫% ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ଶାଖା ରହିଥିବା ସୂଚନା ରହିଛି। ଏସ୍‌ବିଆଇ ସହ ଏହାର ୫ ସହଯୋଗୀ ବ୍ୟାଙ୍କ ଏବଂ ମହିଳା ବ୍ୟାଙ୍କର ମିଶ୍ରଣ ପରେ ଅନେକ ଶାଖା ବନ୍ଦ କରାଯାଇଥିଲା। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କଗଠନ ଦିଗରେ ଏବେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଭଳି ସମୟରେ ବ୍ୟାଙ୍କ ବନ୍ଦ ନେଇ ସୂଚନା ଲୋକ ଲୋକଚନକୁ ଆସିଛି।
ରିଜର୍ଭ ବ୍ୟାଙ୍କ ସୂଚନା ମୁତାବକ ଦେଶର ୨୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୨୦୧୪-୧୫ରେ ୯୦ ଶାଖା ବନ୍ଦ କରିଥିଲେ। ସେହିଭଳି ୨୦୧୫-୧୬ ୧୨୬ ଶାଖା, ୨୦୧୬-୧୭ ୨୫୩ ଶାଖା, ୨୦୧୭-୧୮ରେ ୨୦୮୩ ଶାଖା ଏବଂ ୨୦୧୮-୧୯ରେ ୮୭୫ ଶାଖା ବନ୍ଦ କିମ୍ବା ଅନ୍ୟ ଶାଖା ସହ ମିଶ୍ରଣ କରି ଦିଆଯାଇଛି। ଏହି ପ୍ରକ୍ରିୟାରେ ଏସ୍‌ବିଆଇର ସର୍ବାଧିକ ୨,୫୬୮ଶାଖା ପ୍ରଭାବିତ ହୋଇଛି। ଏହି ଶାଖାଗୁଡିକର ବନ୍ଦ ନେଇ ସ୍ପଷ୍ଟ କରିବାକୁ ଉତ୍ତର ଲୋଡାଯାଇଥିଲେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇ ନ ଥିବା ଜଣା ପଡିଛି।

ମିଶ୍ରଣ ହୋଇଥିବା ବିଭିନ୍ନ ବ୍ୟାଙ୍କ
ରିଜର୍ଭ ବ୍ୟାଙ୍କ ସୂଚନା ମୁତାବକ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ଭାରତୀୟ ମହିଳା ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ବିକାନେର ଏବଂ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ ବ୍ୟାଙ୍କ ଅଫ୍‌ ମହୀଶୂର, ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ୍‌ ଟ୍ରାଭାଙ୍କୋରର ମିଶ୍ରଣ ୨୦୧୭ ଏପ୍ରିଲଠାରୁ କାର୍ଯ୍ୟକାରୀ ହୋଇଥିଲା। ଏହାବାଦ ବ୍ୟାଙ୍କ ଅଫ୍‌ ବରୋଦା ସହ ବିଜୟା ଏବଂ ଦେନା ବ୍ୟାଙ୍କର ମିଶ୍ରଣ ୨୦୧୯ ଏପ୍ରିଲ ପହିଲାରୁ ହୋଇଛି।
ପ୍ରଭାବିତ ହେବ ଆଉ ୭ ହଜାର ଶାଖା
ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ଦେଶର ବ୍ୟାଙ୍କ କର୍ମଚାରୀ ସଂଘଗୁଡିକ ପକ୍ଷରୁ ବିରୋଧ କରାଯାଉଛି। ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏଶନ (ଏଆଇବିଇଏ) ମହାସଚିବ ସିଏଚ୍‌ ଭେଙ୍କଟଚଳମ କହିଛନ୍ତି ଯେ, ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ସରକାର ୪ ବଡ ବ୍ୟାଙ୍କ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ପ୍ରାୟ ୭ ହଜାର ଶାଖା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଏହା ମଧ୍ୟରେ ସହର ଏବଂ ମହାନଗରର ଅଧିକାଂଶ ଶାଖା ସାମିଲ ରହିଥିବା ସେ କହିଛନ୍ତି।
ବ୍ୟାଙ୍କ ମିଶ୍ରଣ ସମୟର ଆବଶ୍ୟକତା
ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ସମୟର ଆବଶ୍ୟକତା ବୋଲି ଅର୍ଥନୀତିଜ୍ଞ ଜୟନ୍ତି ଲାଲ ଭଣ୍ଡାରୀ କହିଛନ୍ତି। ଛୋଟ ଛୋଟ ବ୍ୟାଙ୍କଗୁଡିକୁ ବଡ ବ୍ୟାଙ୍କ ସହ ମିଶ୍ରଣ ଦ୍ୱାରା ଆଗାମୀ ଦିନରେ ରାଜକୋଷକୁ ଫାଇଦା ହେବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଦୃଢ ବିତ୍ତିୟ ସ୍ଥିତି ଯୋଗୁ ଋଣ ଯୋଗାଣ ଉନ୍ନତ କରି ପାରିବେ। ଏହା ଦେଶର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri