୩୪୨୭ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ବନ୍ଦ

ନୂଆଦିଲ୍ଲୀ,୪-୧୧: ଗତ ୫ ବର୍ଷରେ ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୩୪୨୭ ବ୍ୟାଙ୍କ ଶାଖା ବନ୍ଦ କରିଥିବା ଜଣାପଡିଛି। ସୂଚନା ଅଧିକାର କର୍ମୀ ଚନ୍ଦ୍ର ଶେଖର ଗୌଡ ରିଜର୍ଭ ବ୍ୟାଙ୍କକୁ ଏ ନେଇ ମାଗିଥିବା ଏକ ସୂଚନାରୁ ଏହା ସାମ୍ନାକୁ ଆସିଛି। ମିଶ୍ରଣ କିମ୍ବା ବନ୍ଦ ପ୍ରକ୍ରିୟା ମୁତାବକ ଏହି ଶାଖାଗୁଡିକ ବନ୍ଦ କରାଯାଇଛି। ବନ୍ଦ ହୋଇଥିବା ମୋଟ ଶାଖା ମଧ୍ୟରୁ ପ୍ରାୟ ୭୫% ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ଶାଖା ରହିଥିବା ସୂଚନା ରହିଛି। ଏସ୍‌ବିଆଇ ସହ ଏହାର ୫ ସହଯୋଗୀ ବ୍ୟାଙ୍କ ଏବଂ ମହିଳା ବ୍ୟାଙ୍କର ମିଶ୍ରଣ ପରେ ଅନେକ ଶାଖା ବନ୍ଦ କରାଯାଇଥିଲା। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ଦ୍ୱାରା ୪ ବଡ ବ୍ୟାଙ୍କଗଠନ ଦିଗରେ ଏବେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏଭଳି ସମୟରେ ବ୍ୟାଙ୍କ ବନ୍ଦ ନେଇ ସୂଚନା ଲୋକ ଲୋକଚନକୁ ଆସିଛି।
ରିଜର୍ଭ ବ୍ୟାଙ୍କ ସୂଚନା ମୁତାବକ ଦେଶର ୨୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ୨୦୧୪-୧୫ରେ ୯୦ ଶାଖା ବନ୍ଦ କରିଥିଲେ। ସେହିଭଳି ୨୦୧୫-୧୬ ୧୨୬ ଶାଖା, ୨୦୧୬-୧୭ ୨୫୩ ଶାଖା, ୨୦୧୭-୧୮ରେ ୨୦୮୩ ଶାଖା ଏବଂ ୨୦୧୮-୧୯ରେ ୮୭୫ ଶାଖା ବନ୍ଦ କିମ୍ବା ଅନ୍ୟ ଶାଖା ସହ ମିଶ୍ରଣ କରି ଦିଆଯାଇଛି। ଏହି ପ୍ରକ୍ରିୟାରେ ଏସ୍‌ବିଆଇର ସର୍ବାଧିକ ୨,୫୬୮ଶାଖା ପ୍ରଭାବିତ ହୋଇଛି। ଏହି ଶାଖାଗୁଡିକର ବନ୍ଦ ନେଇ ସ୍ପଷ୍ଟ କରିବାକୁ ଉତ୍ତର ଲୋଡାଯାଇଥିଲେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇ ନ ଥିବା ଜଣା ପଡିଛି।

ମିଶ୍ରଣ ହୋଇଥିବା ବିଭିନ୍ନ ବ୍ୟାଙ୍କ
ରିଜର୍ଭ ବ୍ୟାଙ୍କ ସୂଚନା ମୁତାବକ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସହ ଭାରତୀୟ ମହିଳା ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ବିକାନେର ଏବଂ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ ବ୍ୟାଙ୍କ ଅଫ୍‌ ମହୀଶୂର, ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ୍‌ ଟ୍ରାଭାଙ୍କୋରର ମିଶ୍ରଣ ୨୦୧୭ ଏପ୍ରିଲଠାରୁ କାର୍ଯ୍ୟକାରୀ ହୋଇଥିଲା। ଏହାବାଦ ବ୍ୟାଙ୍କ ଅଫ୍‌ ବରୋଦା ସହ ବିଜୟା ଏବଂ ଦେନା ବ୍ୟାଙ୍କର ମିଶ୍ରଣ ୨୦୧୯ ଏପ୍ରିଲ ପହିଲାରୁ ହୋଇଛି।
ପ୍ରଭାବିତ ହେବ ଆଉ ୭ ହଜାର ଶାଖା
ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ଦେଶର ବ୍ୟାଙ୍କ କର୍ମଚାରୀ ସଂଘଗୁଡିକ ପକ୍ଷରୁ ବିରୋଧ କରାଯାଉଛି। ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏଶନ (ଏଆଇବିଇଏ) ମହାସଚିବ ସିଏଚ୍‌ ଭେଙ୍କଟଚଳମ କହିଛନ୍ତି ଯେ, ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ସରକାର ୪ ବଡ ବ୍ୟାଙ୍କ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ଦ୍ୱାରା ପ୍ରାୟ ୭ ହଜାର ଶାଖା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଏହା ମଧ୍ୟରେ ସହର ଏବଂ ମହାନଗରର ଅଧିକାଂଶ ଶାଖା ସାମିଲ ରହିଥିବା ସେ କହିଛନ୍ତି।
ବ୍ୟାଙ୍କ ମିଶ୍ରଣ ସମୟର ଆବଶ୍ୟକତା
ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ସମୟର ଆବଶ୍ୟକତା ବୋଲି ଅର୍ଥନୀତିଜ୍ଞ ଜୟନ୍ତି ଲାଲ ଭଣ୍ଡାରୀ କହିଛନ୍ତି। ଛୋଟ ଛୋଟ ବ୍ୟାଙ୍କଗୁଡିକୁ ବଡ ବ୍ୟାଙ୍କ ସହ ମିଶ୍ରଣ ଦ୍ୱାରା ଆଗାମୀ ଦିନରେ ରାଜକୋଷକୁ ଫାଇଦା ହେବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଦୃଢ ବିତ୍ତିୟ ସ୍ଥିତି ଯୋଗୁ ଋଣ ଯୋଗାଣ ଉନ୍ନତ କରି ପାରିବେ। ଏହା ଦେଶର ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri